ନୂଆଦିଲ୍ଲୀ : କ୍ରିକେଟ ଫ୍ୟାନ୍ସଙ୍କ ଅପେକ୍ଷା ଶେଷ ହେବାକୁ ଯାଉଛି। ଆସନ୍ତାକାଲିରୁ ଆରମ୍ଭ ହୋଇଯିବା ଆଇପିଏଲ ୨୦୨୩ । ପ୍ରଥମ ମ୍ୟାଚରେ ମୁହାମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗସ ଏବଂ ଚାମ୍ପିଅନ ଗୁଜରାଟ ଟାଇଟନ୍ସ । ଚାମ୍ପିଅନ ଗୁଜରାଟ ଟାଇଟନ୍ସ ସହିତ ଲଢିବା ପାଇଁ ଧୋନିଙ୍କ ଟିମ ଜବରଦସ୍ତ ପ୍ରାକ୍ଟିସ କରୁଛି । ରବୀନ୍ଦ୍ର ଜାଡେଜାଙ୍କୁ ଛାଡି ସିଏସକେର ସବୁ ଖେଳାଳି ଜବରଦସ୍ତ ପ୍ରଦର୍ଶନ କରୁଛନ୍ତି ।
ଧୋନି ୪ ଥର ବିଜେତା ଚେନ୍ନାଇ ସୁପର କିଙ୍ଗ୍ସର ନେତୃତ୍ବ ନେଉଥିଲା ବେଳେ ପାଣ୍ଡ୍ୟା ଗତ ସଂସ୍କରଣରେ ପ୍ରଥମ ଥର ଖେଳି ବିଜେତା ହୋଇଥିବା ଗୁଜରାଟ ଟାଇଟନ୍ସର ଅଧିନାୟକ ରହିଛନ୍ତି। ଗୁଜରାଟ ଟାଇଟନ୍ସ ଆଇପିଏଲରେ ଗୋଟିଏ ସିଜିନ ଖେଳିଥିଲା ବେଳେ ଚେନ୍ନାଇ ସୁପର କିଙ୍ଗ୍ସ ୧୩ ଟି ସିଜିନ ଖେଳିସାରିଛି। ଚଳିତ ସିଜିନ ଉଦ୍ଘାଟନୀ ମୁକାବିଲା ପୂର୍ବରୁ ଏହି ଦୁଇ ଦଳ ଆଇପିଏଲରେ ୨ ଥର ମୁହାଁମୁହିଁ ହୋଇଛନ୍ତି।
୨୦୧୬ରେ ଚେନ୍ନାଇ ଟିମ ଉପରେ ପ୍ରତିବନ୍ଧକ ଲାଗିଥିବା ବେଳେ ଧୋନିଙ୍କ ଟିମ ରାଇଜିଂ ପୁନେ ସୁପରଜିଆଣ୍ଟସ ସହିତ ଜଡିତ ଥିଲା । ଆଉ ସେତେବେଳେ ପୁନେ ଟିମରେ ୪ ଜଣ ଖେଳାଳି ରହିଥିଲେ, ଯିଏ ଏବେ ଚେନ୍ନାଇ ଟିମ୍ ସହିତ ରହିଛନ୍ତି । ଧୋନି, ରାହାଣେ, ବେନ ଷ୍ଟୋକ୍ସ ଏବଂ ଦୀପକ ଚହର ଏବେ ଧୋନିଙ୍କ ଟିମରେ ରହିଛନ୍ତି ।
ଚେନ୍ନାଇ ଟିମରେ ଧୋନି, ରାହାଣେ, ବେନ ଷ୍ଟୋକ୍ସ, ଦୀପକ ଚହର ରହିଛନ୍ତି । ଯଦିଓ ଏଥର ରାହାଣେ ଭଲ ଫର୍ମରେ ନାହାଁନ୍ତି, କିନ୍ତୁ ଧୋନି, ଷ୍ଟୋକ୍ସ ଏବଂ ଦୀପକଙ୍କ ପ୍ରଦର୍ଶନ ଭଲ ରହିଛି। ବିପକ୍ଷ ଟିମକୁ ମାତ୍ ଦେବାରେ ଏମାନେ ସକ୍ଷମ । ୨୦୧୭ ସିଜନ ପରି ଏଥର ମଧ୍ୟ ଦ୍ରୁତ ବୋଲର ଅଲରାଉଣ୍ଡର ଷ୍ଟୋକ୍ସ ଚମତ୍କାର ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ରହିଛନ୍ତି ।
ପୁଣି ଥରେ ଆଇପିଏଲ ଟାଇଟଲ ଜିତିପାରେ ଚେନ୍ନାଇ ସୁପରକିଙ୍ଗସ !
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











