The Ultimate Managed Hosting Platform
ADVERTISEMENT

ଆଜି ଆପଣଙ୍କ ରାଶିରେ (ତା.୩୦-୦୩-୨୦୨୩ ରିଖ ଗୁରୁବାର)

Facebook
Twitter
LinkedIn

ମେଷ: ନିର୍ଦ୍ଧାରିତ ସମୟ ମଧ୍ୟରେ କାମ କରନ୍ତୁ ଆପଣଙ୍କୁ ଲାଭ ମିଳିବ । ନୂଆ କାମ କରିବାକୁ ଆଗ୍ରହୀ ଥିଲେ ବରିଷ୍ଠଙ୍କ ପରାମର୍ଶ ନିଅନ୍ତୁ । ଚାକିରିଆ ବ୍ୟକ୍ତି ନିଜର ବାଣୀ ଉପରେ ଧ୍ୟାନ ଦିଅନ୍ତୁ ।
ଦିନଟି ଭଲରେ କଟିବ ।

ବୃଷ: ପ୍ରତିଟି କାମ ମନଦେଇ କଲେ ସଫଳତା ପାଇବେ । ଜୀବନସାଥୀଙ୍କ ବିଚାର ଧାରା ବୁଝିବାକୁ ଚେଷ୍ଟା କରିବେ । ବିଦ୍ୟାର୍ଥୀ କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଫର୍ମ ଭରିବେ ।ଶୁଭଫଳ ପ୍ରାପ୍ତି ହେବେ ।

ମିଥୁନ: ଆପଣଙ୍କର ଆର୍ôଥକ ସ୍ଥିତି ସୁଦୃଢ଼ ରହିବ । ନିତିଦିନିଆ କାମ ସହଜରେ ପୂରା ହୋଇଯିବ । ଏଭଳି ବ୍ୟକ୍ତିଙ୍କ ସହ ମିଶିବେ ଯିଏ ଆପଣଙ୍କ ନୂଆ କାମରେ ସାହାଯ୍ୟ କରିବେ
ମନ ସହିତ ଦେହ ଭଲରହିବ ।

କର୍କଟ: କାର୍ଯ୍ୟକ୍ଷେତ୍ରରେ ଧନଲାଭର ନୂଆ ଉତ୍ସ ତଲାସ କରିବେ ।କଳା ଓ ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ । ଆପଣ କରିଆସୁଥିବା ଉଦ୍ୟମରେ ସଫଳ ହେବେ ।ଧର୍ମ ପ୍ରତି ମନବଳାଇବେ ।

ସିଂହ: ଜୀବନସାଥୀଙ୍କ ସହଯୋଗରେ ଆଗକୁ ବଢ଼ିବାର ସୁଯୋଗ ପାଇବେ । ନୂଆ ବେପାର ଆରମ୍ଭ କରିବା ପାଇଁ ଚିନ୍ତା କରିବେ । ଅଫିସ କାମ କରିବା ବେଳେ ମନକୁ ବିଭିନ୍ନ ଯୋଜନା ଆସିବ ମନ ଭଲରହିବ ।

କନ୍ୟା: ପୂର୍ବ ବ୍ୟବସାୟ ଚୁକ୍ତିରୁ ଆପଣଙ୍କୁ ଅଚାନକ ଲାଭ ହେବ । ସାମାଜିକ ସଂସ୍ଥାର କାମରେ ସହଯୋଗ କରିବେ । ଘରୋଇ ଦାୟିତ୍ୱ ନେଇ ପରିବାର ଲୋକଙ୍କ ସହ କଥା ହେବେ ।

ତୁଳା: ବ୍ୟବସାୟରେ ଚୁକ୍ତି କରିବାକୁ ଯାଉଥିଲେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ସରକାରୀ କାମ ପୂରା କରିବାରେ ସମୟ ଲାଗିପାରେ । ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ ।

ବିଛା: ଆଜି ଯେଉଁ କାମ ଆରମ୍ଭ କରିବେ ସେଥିରେ ସଫଳତା ମିଳିବ । ବଡ଼ କଂପାନିରୁ ଚାକିରି ପାଇଁ ଡାକରା ଆସିବ । ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଭଲ । ଅଚାନକ ଧନଲାଭ ହେବ ।

ଧନୁ: ଲୋକମାନଙ୍କୁ ସହଜରେ ନିଜ କଥାରେ ପ୍ରଭାବିତ କରିବେ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ମାନ ସମ୍ମାନ ପାଇବେ । କେହି ଆପଣଙ୍କ ସହ ମିଶିବାକୁ ଚେଷ୍ଟା କରିପାରନ୍ତି ।

ମକର: ଆପଣଙ୍କ ବ୍ୟବହାର ଦ୍ୱାରା ଲୋକମାନେ ପ୍ରଭାବିତ ହେବେ । ବନ୍ଧୁ ସହ ସମ୍ବନ୍ଧ ପୂର୍ବ ଅପେକ୍ଷା ଭଲ ହେବ । ଚାକିରି ଖୋଜୁଥିବା ବ୍ୟକ୍ତି ବିଶେଷ ଶୁଭ ଖବର ପାଇବେ ।

କୁମ୍ଭ: ସାମାଜିକ ଗଣମାଧ୍ୟମରେ ଯାହାଙ୍କୁ ବନ୍ଧୁ ଭାବେ ଗ୍ରହଣ କରିବେ ତାଙ୍କ ସହ ବନ୍ଧୁତା ଦୀର୍ଘ ଦିନ ଧରି ରହିବ । ସରକାରୀ ଚାକିରିଆଙ୍କୁ ଭଲ କାମ ପାଇଁ ପ୍ରୋତ୍ସାହନ ମିଳିବ ।

ମୀନ: ବନ୍ଧୁ ସହ କଥାବାର୍ତ୍ତା କଲେ ଭଲ ପରାମର୍ଶ ପାଇବେ । ବ୍ୟବସାୟରେ ବାକି ପଡ଼ିଥିବା ଅର୍ଥ ପାଇବେ । ଦାମ୍ପତ୍ୟ ଜୀବନ ସଜାଡ଼ିବା ପାଇଁ ଜୀବନସାଥୀଙ୍କ ସହ କଥା ହେବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login