The Ultimate Managed Hosting Platform
ADVERTISEMENT

କର୍ଣ୍ଣାଟକର ସମସ୍ତ ଆସନରେ ନିର୍ବାଚନ ଲଢ଼ିବ ଆପ୍

Facebook
Twitter
LinkedIn

ନୂଆଦିଲ୍ଲୀ : କର୍ଣ୍ଣାଟକ ନିର୍ବାଚନକୁ ନେଇ ବିଗୁଲ୍ ବାଜିଛି। ରାଜ୍ୟରେ ମେ’ ୧୦ରେ ଅନୁଷ୍ଠିତ ହେବ ମତଦାନ ଏବଂ ୧୩ ତାରିଖରେ ପ୍ରକାଶ ପାଇବ ଫଳାଫଳ। ବର୍ତ୍ତମାନ ଏହି ଘୋଷଣା ପରେ ଆମ୍ ଆଦ୍ମୀ ପାର୍ଟି ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ରଣହୁଙ୍କାର ଦେଇଛନ୍ତି। ଆମ୍ ଆଦମୀ ପାର୍ଟି କର୍ଣ୍ଣାଟକର ପ୍ରତ୍ୟେକ ଆସନରେ ନିର୍ବାଚନ ଲଢ଼ିବ ବୋଲି କେଜ୍ରିଓ୍ଵାଲ କହିଛନ୍ତି। କର୍ଣ୍ଣାଟକରେ ନିର୍ବାଚନ ଲଢ଼ିବା ପାଇଁ ଆମ୍ ଆଦ୍ମୀ ପାର୍ଟି ଦୀର୍ଘ ଦିନରୁ ପ୍ରସ୍ତୁତି ଚଳାଇଛି। ସେଠାରେ ଏହାର ଏକ ସଂଗଠନ ଗଠନ ହୋଇସାରିଛି, ଅରବିନ୍ଦ କେଜ୍ରିୱାଲ ମଧ୍ୟ ରାଜ୍ୟରେ ରାଲି କରିସାରିଛନ୍ତି। ପୂର୍ବରୁ ହିଁ ଅଟକଳ ଚାଲିଥିଲା ଯେ କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସ ଓ ବିଜେପିକୁ ଚ୍ୟାଲେଞ୍ଜ କରିବା ପାଇଁ ଆମ୍ ଆଦମୀ ପାର୍ଟି କାର୍ୟ୍ୟ କରିବ। ବର୍ତ୍ତମାନ କେଜ୍ରିୱାଲ ସମସ୍ତ ଆସନରେ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି। ଅର୍ଥାତ୍ ନିର୍ବାଚନ ମଇଦାନରେ ଚାରି ଚାରିଟି ବଡ଼ ଦଳ ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। କର୍ଣ୍ଣାଟକରେ ବିଜେପି ବନାମ କଂଗ୍ରେସ ବନାମ ଜେଡିଏସ୍ ବନାମ ଆମ୍ ଆଦମୀ ପାର୍ଟି ପ୍ରତିଯୋଗିତା ଦେଖିବାକୁ ମିଳିବ। କହି ରଖୁଛୁ, ନିର୍ବାଚନ ଯୁଦ୍ଧରେ ଆମ୍ ଆଦମୀ ପାର୍ଟି ବର୍ତ୍ତମାନ ସବୁଠାରୁ ଆଗରେ ଚାଲିଛି। ଦଳ ୮୦ଟି ଆସନ ପାଇଁ ନିଜର ପ୍ରାର୍ଥୀ ମଧ୍ୟ ଘୋଷଣା କରିଦେଇଛି। ଏ ପର୍ୟ୍ୟନ୍ତ କୌଣସି ଦଳ ନିଜର ପ୍ରାର୍ଥୀ ଘୋଷଣା କରିନାହାଁନ୍ତି, କେବଳ ମନ୍ଥନ ଚାଲିଛି। କିନ୍ତୁ ଏ କ୍ଷେତ୍ରରେ ବାଜି ମାରି ଆମ୍ ଆଦମୀ ପାର୍ଟି ୮୦ଟି ଆସନରେ ପ୍ରାର୍ଥୀ ଦେଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

Operation Sindoor : ଭାରତ-ପାକ ଯୁଦ୍ଧ: ପାକିସ୍ତାନକୁ ଆମେରିକା ରାଷ୍ଟ୍ରପତିଙ୍କ କଡା ଚେତାବନୀ

ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ

ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।...

ADVERTISEMENT
ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲି : ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ...

Login