ବଲାଙ୍ଗୀର : ଅସଲିରେ ଥାର୍ଡ କ୍ଲାସ କିନ୍ତୁ ନକଲିରେ ଫାଷ୍ଟ କ୍ଲାସ । ହଁ ଆଜ୍ଞା , ନକଲି ସାର୍ଟିଫିକେଟ କରି ପାଉଥିଲେ ସରକାରୀ ଚାକିରି । ଏହି ନକଲି ସାର୍ଟିଫିକେଟ ରାକେଟର ମାଷ୍ଟରମାଇଣ୍ଡ ମନୋଜ କୁମାର ମିଶ୍ର ଓ ସହଯୋଗୀଙ୍କୁ ପୁଲିସ ଗିରଫ କରିଛି । ଏକ ମଧ୍ୟବିତ ପରିବାରର ମନୋଜ ମିଶ୍ର କେମିତି ଏତେ ବଡ ରାକେଟର କିଙ୍ଗ ପିନ୍ ହେଲା ତାର କାହାଣୀ ମଧ୍ୟ ଚକିତ କଲା ଭଳି । କେମିତି ସେ ନକଲି ସାର୍ଟିଫିକେଟର ରାକେଟ ଆରମ୍ଭ କଲା । ଜଣେ କିରାଣୀର ପୁଅ ପରିବାର ଚଲାଇବା ପାଇଁ କେମିତି କୋଚିଂ ସେଣ୍ଟର ଖୋଲିଥିଲା । ପରେ ଅର୍ଥ ଲୋଭରେ ପଡି କେମିତି ଜାଲ ସାର୍ଟିଫିକେଟ ବିକ୍ରି କରି ଅମାପ ସମ୍ପତ୍ତିର ଅଧିକାରୀ ହେଲା । ଏସବୁର ଖୋଳତାଡ କରିଛି ପୁଲିସ ।
ସେପଟେ ନକଲି ସାର୍ଟିଫିକେଟ ଦେଖାଇଥିଲେ ରୀତା ନାଗ , ପରେଶ ବୁଡକେ ଓ ଭୋଜରାଜ ବୁଡକେ । ୨୦୦୪ରେ ରୀତା ନାଗ ଥାର୍ଡ କ୍ଲାସରେ ମାଟ୍ରିକ ପାସ କରଛନ୍ତି । ୨୦୧୦ରେ ପରେଶ ଓ ଭୋଜରାଜ ଥାର୍ଡ କ୍ଲାସରେ ମାଟ୍ରିକ ପାସ କରିଛନ୍ତି । ଚାକିରି ପାଇଁ ୟୁପିର ଝାନ୍ସୀ , ବିଆର ଆମ୍ବେଦକର ଓ ଇଣ୍ଟର ମିଡିଏଟ କଲେଜର ସାର୍ଟିିଫିକେଟ ଦେଇଛନ୍ତି । ଅସଲିରେ ଥାର୍ଡ କ୍ଲାସ ପାଇଥିଲେ ମଧ୍ୟ ସମସ୍ତ ବିଷୟରେ ୯୭ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି । ତିନି ଜଣ ମାତୃଭାଷାରେ ୧୦୦ରୁ ୯୯ ନମ୍ବର ରଖିଛନ୍ତି । ଜଣେ ଟପ୍ପର ପିଲା ବି ମାତୃଭାଷାରେ ୯୯ ମାର୍କ ରଖିବା ଅସମ୍ଭବ । କେବଳ ଏହା ନୁହେଁ ପେଶାଗତ ଅପରାଧିଙ୍କୁ ବି ଦିଆଯାଉଥିଲା ନକଲି ସାର୍ଟିଫିକେଟ । ଦଶମ ନୁହେଁ ଯୁକ୍ତ ୨ ବିଜ୍ଞାନ କଳା ଓ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ପାଇଛନ୍ତି ନକଲି ସାର୍ଟିଫିକେଟ । ମାଟ୍ରିକ୍ ପରୀକ୍ଷାରେ ପିଲା ଥାର୍ଡ କ୍ଲାସରେ ପାସ୍ କରିଥିଲେ ହେଲେ ନକଲି ସାର୍ଟିଫିକେଟରେ ଫ୍ଲାଷ୍ଟକ୍ଲାସ ପାଇଛନ୍ତି । ପୋଲିସର ତଦନ୍ତ ବେଳେ ଏପରି ତଥ୍ୟ ସାମ୍ନାକୁ ଆସିଛି । ନିଜ ନିଜ ଅଂଚଳର ହାଇସ୍କୁଲ ଗୁଡ଼ିକରେ ଥାର୍ଡ ଡିଭିଜନ୍ ରେ ପାସ୍ କରିଥିବା ପ୍ରାର୍ଥୀମାନେ ନକଲି ସାର୍ଟିଫିକେଟରେ ୯୭ ପ୍ରତିଶତ ମାର୍କ ରଖି ଚାକିରି ହାତେଇବାକୁ ଚେଷ୍ଟା କରିଛନ୍ତି । କମ୍ ଶିକ୍ଷିତ କି ଚାକିରି ଆଶାୟୀଙ୍କୁ ନକଲି ସାର୍ଟିଫିକେଟ୍ ଦିଆଯାଉନଥିଲା ।
ନକଲି ସାର୍ଟିଫିକେଟ ରାକେଟର ପର୍ଦ୍ଦାଫାଶ , ଅଭିଯୁକ୍ତକୁ ଗିରଫ କଲା ପୁଲିସ
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...







