ଭୁବନେଶ୍ୱର : ପୁଣି ବିବାଦରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା । ଚୁକ୍ତି କରି କଳାକାରଙ୍କୁ ଟଙ୍କା ଦେଉ ନଥିବା ଅଭିଯୋଗ । କାଟେଣୀରେ ଥିବା ଅକ୍ଷୟ ପରିଜାଙ୍କ ପ୍ରଡକସନ୍ ହାଉସ୍ ଆଗରେ ସେମାନେ ପ୍ରତିବାଦ କରିଛନ୍ତି । ଦରମା ଦେଉନଥିବା ପ୍ରତିବାଦରେ ଏକାଠି ହେଲେ ହିରୋ, ହିରୋଇନ ଓ ଅନ୍ୟ କର୍ମଚାରୀ । ୭ ମାସର ଦରମା ଦେଉନଥିବା ଅଭିଯୋଗ ହୋଇଛି । ଅକ୍ଷୟ ପରିଜାଙ୍କ ବିରୋଧରେ କଳାକାରଙ୍କ ଅଭିଯୋଗ ପ୍ରସଙ୍ଗ । ଅନ୍ୟପଟେ ପ୍ରଯୋଜକ ଅକ୍ଷୟ ପରିଜା ପ୍ରତିକ୍ରିୟା ଦେଇ କହିଛନ୍ତି ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି। ଟେକ୍ନିକାଲ କାରଣ ଯୋଗୁ ପେମେଣ୍ଟରେ ବିଳମ୍ବ ହୋଇଛି। ବୈଷୟିକ କାରଣରୁ ୭୨ ଘଣ୍ଟା ଧରି ଆକାଉଣ୍ଟ ଅଚଳ ଥିଲା । ସକାଳ ୧୧ଟାରୁ ଆକାଉଣ୍ଟ ଠିକ୍ ହୋଇଛି ।ଖୁବ୍ଶୀଘ୍ର ଦରମା ଦେବା ପ୍ରକ୍ରିୟା ଆରମ୍ଭ ହେବ । କିଛି ଗୋଷ୍ଠୀ ମୋତେ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । କରୋନା ସମୟରେ ମଧ୍ୟ କମ୍ପାନୀ ନିୟମିତ ଦରମା ଦେଇଥିଲା ବୋଲି କହିଛନ୍ତି।
ସୂଚନା ଥାଉକି, ନିକଟରେ ତାଙ୍କ ନାଁରେ ଆସିଥିଲା ସାଂଘାତିକ ଅଭିଯୋଗ । ଯୌନ ନିର୍ୟାତନା ଅଭିଯୋଗ ଆଣିଥିଲେ ଜଣେ ଯୁବତୀ। ଏପଟେ ବ୍ଲାକମେଲିଂ କରାଯାଇଥିବା ପାଲଟା ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏହି ଓଲିଉଡ୍ ସିନେ ପ୍ରଯୋଜକ ଅକ୍ଷୟ ପରିଜା। ଏହି ମାମାଲାରେ ତାଙ୍କୁ ଇଡିରେ ମଧ୍ୟ ହାଜର ହେବାକୁ ପଡିଥିଲା।
ବିବାଦରେ ପ୍ରଯୋଜକ ଅକ୍ଷୟ ପରିଜା, ଚୁକ୍ତି କଳାକାରଙ୍କୁ ଟଙ୍କା ଦେଇ ନ ଥିବା ଅଭିଯୋଗ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











