କେନ୍ଦୁଝର : ପାଟଣା ରେଞ୍ଜ ସାହାରାପଡା ଖିଲାରପାଟ ନୂଆଗାଁରେ ଭାଲୁ ଆତଙ୍କ । ବନ କର୍ମଚାରୀଙ୍କ ସହ ଗାଁରେ ପହଂଚିଲେ ରେଞ୍ଜର । ମହୁଲ ଫୁଲ ଗୋଟାଇବା ବେଳେ ଭାଲୁ ଜଣଙ୍କୁ ଆକ୍ରମଣ କରିଥିବା ବେଳେ ଅନ୍ୟ ଦୁଇଜଣ ସେହି ରାସ୍ତା ଦେଇ ଯାଉଥିବା ବେଳେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗାଁ ନିକଟରେ ରକ୍ତମୁଖା ଭାଲୁ ବୁଲୁଥିବା ଦେଖି ଭୟଭୀତ ହୋଇଥିଲେ ଲୋକେ । ଭାଲୁକୁ ଘଉଡାଇବା ଦାବିରେ ଘଟଣାସ୍ଥଳରେ ଉତ୍ତେଜନା ହୋଇଥିବା ଦେଖିବାକୁ ମିଳିଛି ।
Views: 109