The Ultimate Managed Hosting Platform
ADVERTISEMENT

ଯଶୋଦା ମା ଫାଉଣ୍ଡେସନ ସଦସ୍ୟମାନଙ୍କର ମିଳନ ପର୍ବ

Facebook
Twitter
LinkedIn

ଭୁବନେଶ୍ୱର : ଧଉଳି ସ୍ଥିତ ଧଉଳି ଗାର୍ଡେନ୍ ପରିସରରେ ଯଶୋଦା ମା ଫାଉଣ୍ଡେସନର ସମସ୍ତ ସଦସ୍ୟ ମାନଙ୍କୁ ନେଇ ଏକ ମିଳନ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଳନ ପର୍ବରେ ସମସ୍ତ ଛାତ୍ର ଛାତ୍ରୀ ମାନେ ଫାଉଣ୍ଡେସନକୁ କିପରି ଆଗକୁ ନିଆଯାଇପାରିବ ସେଥିପାଇଁ ସଂକଳ୍ପ କରିଥିଲେ। ଏହି ଫାଉଣ୍ଡର ସମାଜସେବୀ ଶ୍ରୀମତୀ ନିବେଦିତା ଲେଙ୍କା ସମସ୍ତ ପିଲା ମାନେ କିପରି ସମାଜ ପାଇଁ ଏକ ସୂତ୍ରଧର ହୋଇ କାର‌୍ୟ୍ୟ କରିବେ ସେଥିପାଇଁ ପ୍ରେରଣା ପ୍ରଦାନ କରିଥିଲେ। ଏହାର ସମ୍ପାଦକ ଶିକ୍ଷାବିତ ଶ୍ରୀଯୁକ୍ତ ଶାନ୍ତନୁ ମହାପାତ୍ର ଫାଉଣ୍ଡେସନର କାର‌୍ୟ୍ୟକ୍ରମ କିପରି ସୁଦୂର ପ୍ରସାରି ହୋଇପାରିବ ଓ ସମାଜର କୋଣ ଅନୁକୋଣରୁ ଗରିବ, ଅନାଥ ଓ ମେଧାବୀ ପିଲାଙ୍କୁ ସାଉଁଟି ଆଣି ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପ୍ରେରଣା ପ୍ରଦାନ କରିଥିଲେ।

ଉକ୍ତ ପର୍ବରେ ଓଟିଭିର ପ୍ରତିନିଧି ଶ୍ରୀଯୁକ୍ତ ମାନସ ରଞ୍ଜନ ସାହୁ, ସମାଜସେବୀ ଶ୍ରୀମତୀ ଅନୁସୂୟା ବାରିକ୍, ଯୁବ ସ୍ୱଚ୍ଛାସେବୀ ପ୍ରତ୍ୟୁଷ ଭଞ୍ଜ, ଶ୍ରୀମତୀ ଇଲା ସ୍ୱାଇଁ, ଶ୍ରୀ ପ୍ରଦୀପ ଦାସ, ଶ୍ରୀ ମିରାଜ ମହାରଣା, ଶ୍ରୀମତୀ କନକଲତା ଓ ଶ୍ରୀ ଅନୁ ଜେନା ପ୍ରମୁଖ ନିଜର ମୁଲ୍ୟବାନ ମତ ପ୍ରଦାନ କରିଥିଲେ। ଯଶୋଦା ମା ଫାଉଣ୍ଡେସନର ଯେଉଁ ସଦସ୍ୟମାନେ ସଫଳତା ହାସଲ କରିଛନ୍ତି ଯଥା ଶ୍ରୀକାନ୍ତ ସାହୁ(ଆଇଇଏସ୍) ବିଶ୍ୱଜିତ୍ ଜେନା (ଟିସିଏସ୍), ନରହରି ଜଗତ୍ (ଏମବିବିଏସ୍), ରାଜଶ୍ରୀ ପରିଡା, ଆକାଂକ୍ଷା ମହାପାତ୍ର, ରଶ୍ମିକାନ୍ତ ବେହେରା, କୃଷ୍ଣ ଚନ୍ଦ୍ର ସାହୁ, ବିଦ୍ୟାଭାରତୀ ମହାନ୍ତି, ରାକେଶ ଜେନା ଓ କାର୍ତ୍ତିକ ଚାନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଲେଙ୍କା ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରି କାର‌୍ୟ୍ୟକ୍ରମର ପରିସମାପ୍ତି ଘୋଷଣା କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login