ନୂଆଦିଲ୍ଲୀ : ଆଜି ବିଶ୍ୱ ପାଳିବ ‘ଆର୍ଥ ଆୱାର୍’ । ଘଣ୍ଟାକ ପାଇଁ ଅନ୍ଧାର ହୋଇଯିବ ବିଶ୍ୱ । ବିଜୁଳି ସଂରକ୍ଷଣ ପାଇଁ ସଂଧ୍ୟା ସାଢେ ୮ଟାରୁ ସାଢେ ୯ଟା ଯାଏ ଲାଇଟ୍ସ ଅଫ୍ ରହିବ । ୱାର୍ଲଡ୍ ୱାଇଡ୍ ଫଣ୍ଡ ଫର୍ ନେଚର ପକ୍ଷରୁ ବିଶ୍ୱବ୍ୟାପୀ ଏହାକୁ ପାଳନ କରାଯାଉଛି । ଚଳିତ ବର୍ଷର ଥିମ୍ ରହିଛି ‘Invest on Our planet’ । ଆଜିର ଦିନରେ ଅର୍ଥାତ୍ ୨୫ – ୦୩ -୨୩ ତାରିଖ ରାତି ” ୮.୩୦ ଘଣ୍ଟା ରୁ ୯.୩୦ ପର୍ୟ୍ୟନ୍ତ ୧ ଘଣ୍ଟା ଆମେ ନିଜ ନିଜ ଘରେ ବ୍ୟବହାର କରୁଥିବା ମଟର, ଫେନ, ଲାଇଟ ଭଳି ସମସ୍ତ ବୈଦୁତିକ ଉପକରଣ ସ୍ଵତଃପ୍ରବୃତ ଭାବରେ “ସୁଇଚ ଅଫ୍ ” ରଖିବା। ଏଥିପାଇଁ କାହାକୁ ବାଧ୍ୟ ବାଧକତା ନାହିଁ। ଏହି ଆର୍ଥ ଆୱାର ପାଳନ କରିବା ପାଇଁ ବିଦ୍ୟୁତ ବ୍ୟବହାରକାରୀଙ୍କ ମାନବିକତା ଉପରେ ନିର୍ଭର କରିଥାଏ। କାରଣ, “ମୁଁ ବଞ୍ଚିଲେ ପୃଥିବୀ ନୁହେଁ, ପୃଥିବୀ ବଞ୍ଚିଲେ ମୁଁ ବଞ୍ଚିବି ” – ଏହାର ଭାବନା ରଖି ଏହାକୁ ପାଳନ କରାଯିବାର ଗୁରୁତ୍ବ ବହନ କରେ। ବିଦ୍ୟୁତ ଉତ୍ପାଦନ ପାଇଁ କୋଇଲା ଦହନ ହୋଇ ଯେଉଁ ପ୍ରଚୁର ପରିମାଣରେ କଳାଧୁଆଁ ବା ଅଙ୍ଗାରକାମ୍ଳ ନିର୍ଗତ ହୋଇ ବାୟୁ ମଣ୍ଡଳରେ ମିଶେ। କୁପ୍ରଭାବ ସ୍ୱରୂପ ପ୍ରଚଣ୍ଡ ରୌଦ୍ରତାପ ଜନିତ ଅଂଶୁଘାତ, ବିଜୁଳି ଘଡ଼ଘଡ଼ି, ଓଜନ ସ୍ତରରେ ହ୍ରାସ ବନ୍ୟାବାତ୍ୟା ମରୁଡ଼ି ଭଳି ପ୍ରାକୃତିକ ଦୁର୍ବିପାକ ଦୃଶ୍ୟମାନ ହେଉଛି। ପରିବେଶ ନିଜର ସନ୍ତୁଳନ ରକ୍ଷା କରି ପାରୁ ନାହିଁ। ‘ଆର୍ଥ ଆୱାର୍’ ପାଳନର ମୂଳ ଉଦ୍ଦେଶ୍ୟ ହେଉଛି ବିଶ୍ୱରେ ବିଜୁଳି ସଂଚୟ ସହ ପ୍ରକୃତିର ସୁରକ୍ଷା ପାଇଁ ଜଳବାୟୁ ପରିବର୍ତ୍ତନ ଏବଂ ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରିବା ।
ଆଜି ବିଶ୍ୱ ପାଳିବ ‘ଆର୍ଥ ଆୱାର୍’, ଘଣ୍ଟାକ ପାଇଁ ଅନ୍ଧାର ହୋଇଯିବ ପୃଥିବୀ

Facebook
Twitter
LinkedIn
Facebook
Twitter
LinkedIn
Recent News
ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣା : ପୁରୁଷ ବନ୍ଧୁଙ୍କ ନାମରେ ସଙ୍ଗୀନ ଦଫା
ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ କାଠିଆପଡ଼ାରେ ଛାତ୍ରୀ ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁଙ୍କ ନାଁରେ ସଙ୍ଗୀନ ଦଫା । ପୀଡ଼ିତାଙ୍କ ବାପାଙ୍କ ଏତଲା ଆଧାରରେ ମାମଲା ରୁଜୁ କଲା...
କରଞ୍ଜିଆରେ ହାତୀପଲଙ୍କ ଉତ୍ପାତ
କରଞ୍ଜିଆ : ବଡ ଦେଉଳି ଗାଁରେ ୨୯ ଟିକିଆ ହାତୀପଲଙ୍କ ଉତ୍ପାତ । ପାଚେରୀ ଭାଙ୍ଗିବା ସହ ବ୍ୟାପକ ଧାନ ଫସଲ ନଷ୍ଟ କରିଥିବା ଅଭିଯୋଗ ।...
ପଥରରେ ଛେଚି ବୃଦ୍ଧଙ୍କ ଜୀବନ ନେଲେ
ଲଇକେରା : ବରିହାପଡା-ଖଡିଆମାଲ ରାସ୍ତାରେ ବୃଦ୍ଧଙ୍କୁ ହତ୍ୟା । ବରିହାପଡା ଗାଁର ନିର ନୁନଙ୍କୁ ପଥରରେ ଛେଚି ହତ୍ୟା ଅଭିଯୋଗ । ବାଗଡିହି ଫାଣ୍ଡିରେ ଅଭିଯୋଗ ପରେ...
୮୨ ବର୍ଷ ବୟସରେ ପାଦ ଦେଲେ ସୁର ରାଉତରାୟ
ଭୁବନେଶ୍ୱର : ଆଜି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ଜନ୍ମ ଦିନ । ୮୨ ବର୍ଷ ବୟସରେ ପାଦ ଥାପିଲେ ସୁର । ସୁର ଭାଇଙ୍କୁ...