The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଆଜି ଆପଣଙ୍କ ରାଶିରେ (ତା.୨୫-୦୩-୨୦୨୩ ରିଖ ଶନିବାର)

Facebook
Twitter
LinkedIn

ମେଷ – ଆପଣଙ୍କ ରାଶିରେଆଜି ଘାତଚନ୍ଦ୍ର l ଆଜି ସମୟଟି ଆପଣଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ l ସ୍ୱାସ୍ଥ୍ୟ ଖରାପ ହୋଇପାରେ l ଆୟରେ ହ୍ରାସ ଘଟିପାରେ ମାତ୍ର ବ୍ୟବସାୟରେ ଭଲ ଫଳାଫଳ ଆସିବ l

ବୃଷ – ଆଜି ଆପଣ ଆତ୍ମ ବିଶ୍ୱାସରେ ଅଭାବ ଅନୁଭବ କରିବେ l ପ୍ରତାରଣର ଶିକାର ଯୋଗ ମଧ୍ୟ ରହିଛି l ପରିବାରର ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ l ଶିକ୍ଷାଗତ କାର୍ଯ୍ୟ ଗୁଡିକରୁ ଶୁଭ ଫଳ ପ୍ରାପ୍ତି ଯୋଗ ରହିଛି l ମନ ଅସୁବିଧାରେ ପଡିପାରେ l

ମିଥୁନ – ଅଧିକ ଆୟ ଯୋଗ ରହିଥିବା ବେଳେ ମନ ପ୍ରଫୁଲ୍ଲିତ ରହିବ l ତଥାପି ଆତ୍ମ ନିୟନ୍ତ୍ରିତ ରହିବା ସହ ଚାକିରୀ ଓ କର୍ମ କ୍ଷେତ୍ରରେ କଠିନ ପରିଶ୍ରମ ଯୋଗ ରହିଛି l ଜୀବନ ଅସଙ୍ଗଠିତ ହେବା ସହ ସାଙ୍ଗ ମାନଙ୍କ ସମର୍ଥନ ଯୋଗ ରହିଛି l

କର୍କଟ – ବିଦ୍ୟା ବୃଦ୍ଧି ପାଇବ l ବ୍ୟବସାୟ ପାଇଁ ବିଦେଶ ଭ୍ରମଣରେ ଯାଇ ପାରନ୍ତି l ଭାଇ ମାନଙ୍କ ସହଯୋଗ ମିଳିବ l ପିତାଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ l ଉଚ୍ଚ ସମ୍ମାନର ଅଧିକାରୀ ହେବେ l ଅନାଵଶ୍ୟକୀୟ ବିବାଦରୁ ଦୁରେଇ ରୁହନ୍ତୁ l

ସିଂହ – ଶିକ୍ଷାଗତ କାର୍ଯ୍ୟ ପ୍ରତି ଧ୍ୟାନ ଦିଅନ୍ତୁ l ଆୟ ହ୍ରାସ ହୋଇପାରେ l ଭ୍ରମଣର ସମ୍ଭାବନା ଅଛି l ସେବା ପୂଜାରେ ମନ ନିବେଶ କରିବେ l ଅନାଵଶ୍ୟକୀୟ କ୍ରୋଧ ଠାରୁ ଦୂରେଇ ରୁହନ୍ତୁ l ବର୍ତ୍ତାଳାପରେ ସଂଯମତା ରକ୍ଷା କରନ୍ତୁ l ଆୟ ହ୍ରାସର ଯୋଗ ରହିଛି l

କନ୍ୟା – ଆଜି ନିଜର ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ l ଚାକିରି କିମ୍ବା ସାକ୍ଷାତକାରରେ ସଫଳତାର ଯୋଗ ରହିଛି l ଶାସକ କିମ୍ବା ପ୍ରଶାସନ ଠାରୁ ସହାୟତା ମିଳିପାରେ l ସାଙ୍ଗ ମାନଙ୍କ ସମର୍ଥନ ପାଇବେ l ଶିକ୍ଷାଗତ କାର୍ଯ୍ୟପାଇଁ ଭ୍ରମଣ ଯୋଗ ରହିଛି l ଆଜି ଆପଣଙ୍କର ଧନକ୍ଷୟ ହୋଇପାରେ l ଭାବନାକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ l

ତୁଳା – ଦେହ ମନ ଖୁସି ରହିବ l ପାରିବାରିକ ଜୀବନ ସୁଖମୟ ହେବ l ଅଧିକ ପରିଶ୍ରମ ସହ ଖର୍ଚ୍ଚ ବୃଦ୍ଧିର ଯୋଗ ରହିଛି l ଅନୁସନ୍ଧାନ କାର୍ଯ୍ୟ ପାଇଁ ଭ୍ରମଣରେ ଯାଇପରନ୍ତି l ବନ୍ଧୁ ମିଳନରେ ଯୋଗ ରହିଛି l ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହୁଅନ୍ତୁ l

ବିଛା- ଶତ୍ରୁ ଭୟରେ ଆଜି ଦିନଟି ଅତିବାହିତ ହେବ l ଅନବଶ୍ୟକୀୟ କ୍ରୋଧରୁ ଦୁରେଇ ରୁହନ୍ତୁ l ପରିବାରରେ ଧାର୍ମିକ କାର୍ଯ୍ୟ ହେବାର ସମ୍ଭାବନା ଅଛି l ନୂତନ ଆୟର ବାଟ ଫିଟିପରେ l ବାକ୍ ସଂଯମତା ରକ୍ଷାକରନ୍ତୁ l

ଧନୁ- ଅଯଥା ବିତର୍କରୁ ନିଜକୁ ଦୂରେଇ ରଖନ୍ତୁ l ଶିକ୍ଷାଗତ କାର୍ଯ୍ୟ ଗୁଡିକରେ ଉତ୍ତମ ଫଳାଫଳ ପ୍ରାପ୍ତି ହେବ l ମନ ମଧ୍ୟରେ ଉତ୍ଥାନ ପତନ ଭଳି ସମସ୍ୟା ଲାଗି ରହିବ l ଗୁରୁଜନ ମାନଙ୍କ ପରାମର୍ଶରେ କାର୍ଯ୍ୟ କରନ୍ତୁ l ପିତାଙ୍କ ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହୁଅନ୍ତୁ l ସାଙ୍ଗ ମାନଙ୍କ ସମର୍ଥନ ପାଇପରନ୍ତି l

ମକର – ଆତ୍ମ ନିର୍ଭରଶୀଳ ହେବେ l ଆୟ ଉତ୍ତମ ସହିତ ଖର୍ଚ୍ଚ ବୃଦ୍ଧି ପାଇପାରେ l ମାଙ୍କ ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହୁଅନ୍ତୁ l ଆଜି ଅଧିକ ଚିନ୍ତିତ ରହିବାର ସମ୍ଭାବନା ଅଛି l

କୁମ୍ଭ – କଳା ଓ ସଙ୍ଗୀତ ପ୍ରତି ରୁଚି ବଢ଼ିପାରେ l ନିଜର ଧର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ l କାର୍ଯ୍ୟରେ ସଫଳତା ଅର୍ଜନ ସହ ମନ ଶାନ୍ତ ରହିବ l ଆଜି ବ୍ୟୟବୃଦ୍ଧିର ସମ୍ଭାବନା ରହିଛି l

ମୀନ – ବଚନରେ ମଧୁରତା ରଖନ୍ତୁ l ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ l ଆୟ ସହ ବ୍ୟୟ ବୃଦ୍ଧିର ଯୋଗ ରହିଛି l ଦୃଢମନା ହୋଇ କାର୍ଯ୍ୟ କରିବେ ସତ ତଥାପି ମନ ଅସ୍ଥିର ହୋଇପାରେ l ପରିବାରର ସମର୍ଥନ ପ୍ରାପ୍ତ ହେବ l

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଗଛରେ ପିଟି ହେଲା କାର , ବ୍ୟାଙ୍କ ମ୍ୟାନେଜରଙ୍କ ଚାଲିଗଲା ଜୀବନ

ବଲାଙ୍ଗୀର : ବଲାଙ୍ଗୀରଜିଲ୍ଲା ବନ୍ଧପଡ଼ା ରାସ୍ତାରେ ଚଳନ୍ତା କାର୍କୁ ଧକ୍କା ଦେଳା ଦ୍ରୁତଗାମୀ ଟ୍ରକ୍। କାର ଦୁର୍ଘଟଣାରେ ବ୍ୟାଟଙ୍କ ମ୍ୟାନେଜରଙ୍କ ମୃତ୍ୟୁ ଘଟିଛି। ଟ୍ରକ୍ ଦୁର୍ଘଟଣାର ସାମ୍ନା...

ADVERTISEMENT
ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା !

ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା !

ନୂଆଦିଲ୍ଲୀ : ପାକିସ୍ତାନକୁ ୨ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ଶୁଳ୍କ ଲାଗୁ ନେଇ ଆରମ୍ଭ ହୋଇଥିବା ଉତ୍ତେଜନା...

Login