The Ultimate Managed Hosting Platform
ADVERTISEMENT

ଭାରତୀୟ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ

Facebook
Twitter
LinkedIn

ଶ୍ରୀନଗର: ଶୋପିଆନରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହା ଜମ୍ମୁ- କଶ୍ମୀରରେ ହୋଇଥିବା ଆତଙ୍କବାଦ ବିରୋଧୀ ଅପରେଶନ୍ ଅଲଆଉଟରେ ମିଳିତ ଅପରେସନ ବେଳେ ଘଟିଥିବା ଜଣାପଡ଼ିଛି ।

ସୁୂଚନାନୁଯାୟୀ, ସ୍ଥାନୀୟ ଚୌଗାମରେ କିଛି ଆତଙ୍କବାଦୀ ଲୁଚିଥିବା ନେଇ ଖବର ମିଳିବା ପରେ ମିଳିତ ସୁରକ୍ଷାକର୍ମୀଙ୍କ ଦ୍ୱାରା ଏହି ଅପରେସନ ଆରମ୍ଭ କରାଯାଇଥିଲା । ସୁରକ୍ଷାମର୍କୀଙ୍କ ଦ୍ୱାରା ଘେରାବନ୍ଦୀ ଆରମ୍ଭ ହେବା ପରେ, ସେମାନଙ୍କୁ ଆତ୍ମ ସମର୍ପଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ସତର୍କ ସୂଚନା ପରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ପ୍ରଥମେ ଗୁଳି ଚାଳନା କରିଥିଲେ । ତେଣୁ ସୁରକ୍ଷାକର୍ମୀମାନେ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ । ସେହି ଗୁଳି ବିନିମୟରେ ଆଙ୍କବାଦୀଙ୍କ ମଧ୍ୟରୁ ୨ ଜଣ ପ୍ରାଣ ହରାଇଥିବା ବେଳେ ସେମାନଙ୍କଠାରୁ ଗୋଳା ବାରୁଦ ସମେତ ବନ୍ଧୁକ ଓ କିଛି ଅଫୁଟା ଗୁଳି ମଧ୍ୟ ଜବତ ହୋଇଥିବା କଶ୍ମୀର ପୋଲିସ ପକ୍ଷରୁ ସୂଚନା ରହିଛି । ତେବେ ଏନେଇ ସର୍ଚ୍ଚ ଅପରେସନ ଜାରି ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login