
ଭୁବନେଶ୍ୱର :- ଶୁକ୍ରବାର ସକାଳ ୯ଟା ୩୦ମିନିଟରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ଦେହାନ୍ତ ହୋଇଛି । ରାମକୃଷ୍ଣ ପଟ୍ଟନାୟକ ବିଧାନସଭାରେ ବିରୋଧିଦଳ ନେତା ଭାବେ ଦାୟିତ୍ୱ ତୁଲାଉଥିଲେ । ସେ ଅର୍ଥ, କୃଷି, ଗ୍ରାମ୍ୟ ଉନ୍ନୟନ ପରି ଏକାଧିକ ବିଭାଗରେ ମନ୍ତ୍ରୀଭାବେ ଦାୟିତ୍ୱ ତୁଲାଉଥିଲେ। ଗଞ୍ଜାମ କୋଦଳା ନିର୍ବାଚନ ମଣ୍ଡଳୀରୁ ୬ଥର ନିର୍ବାଚିତ ହୋଇଥିଲେ ରାମକୃଷ୍ଣ ପଟ୍ଟନାୟକ, କ୍ୟାରିଅର୍ ଶେଷ ଭାଗରେ ସେ ବିଜେପିରେ ଯୋଗଦେଇଥିଲେ । ଗଞ୍ଜାମ ଜିଲ୍ଲାରେ ସବୁଠାରୁ ପୁରୁଖା ରାଜନେତା ଭାବରେ ରାମକୃଷ୍ଣ ପଟ୍ଟନାୟକ ଖୁବ୍ ପରିଚିତ ଥିଲେ । ରାମକୃଷ୍ଣ ପଟ୍ଟନାୟକ ଦୀର୍ଘଦିନ ଧରି ଅସୁସ୍ଥ ଥିବା ବେଳେ, ଶୁକ୍ରବାର ସକାଳ ୯ଟା ୩୦ ମିନିଟରେ ତାଙ୍କର ପରଲୋକ ହୋଇଥିବା ଘଟଣା ଝିଅ ଅନୀତା ଶୁଭଦର୍ଶିନୀ ଜଣାଇଛନ୍ତି । ଏନେଇ ଗଞ୍ଜାମ ଜିଲ୍ଲାରେ ଶୋକର ଛାୟା ଦେଖାଦେଇଛି ।
Views: 109