The Ultimate Managed Hosting Platform
ADVERTISEMENT

କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ବଡ଼ ପ୍ରମାଣ, ଚିତ୍ତରଞ୍ଜନ ମୃତ୍ୟୁର ହେବ ପର୍ଦାଫାଶ

Facebook
Twitter
LinkedIn

ପୁରୀ : ଚିତ୍ତରଞ୍ଜନ ମୃତ୍ୟୁ ମାମଲାରୁ ଖୁବ୍ ଶୀଘ୍ର ପରଦା ହଟିବ । କ୍ରାଇମବ୍ରାଞ୍ଚ ସିସିଟିଭି ଫୁଟେଜ, ଭିସେରା ଟେଷ୍ଟ, ପୋଷ୍ଟ ମର୍ଟନ ରିପୋର୍ଟ ସଂଗ୍ରହ କରିଛି । ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ଜଗା ଏ ନେଇ ୧୨ ଦିନ ହେବ ପୋଲିସ ହେପାଜତରେ ଅଛି ।

ସୂଚନା ଅନୁଯାୟୀ, ଘଟଣାର ୧୨ ଦିନ ପରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ବଡ଼ ପ୍ରମାଣ । ଯେତେବେଳେ ହତ୍ୟା କାଣ୍ଡ ହୋଇଥିଲା, ସେତେବେଳେ କେଉଁମାନେ ଜଗାକୁ ସାହାଯ୍ୟ କରିଥିଲେ । କେଉଁଠି ଓ କିଭଳି ଭାବରେ ଷଡଯନ୍ତ୍ର କରିଥିଲେ । ତେବେ ଆଜି ସୁଦ୍ଧା ଏହାର ପ୍ରମାଣ ଯୋଗାଡ଼ କରିବାରେ ପୋଲିସ ସମର୍ଥ ହେବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଏ ନେଇ ଦିନେ ଦୁଇଦିନ ଭିତରେ ଏକ ସାମ୍ବାଦିକ ସମ୍ମିଳନୀ କରି କ୍ରାଇମବ୍ରାଞ୍ଚ ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁର ରହସ୍ୟ ଖୋଲିବ ବୋଲି ସୂଚନା ମିଳିଛି । ତେବେ ଗତ ୧୩ ତାରିଖ ଦିନ ପୁରୀ ସାନନଈ ନିକଟରେ ଚିତ୍ତରଞ୍ଜନଙ୍କ ମୃତ ଦେହ ମିଳିବା ପରେ, ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରୁଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login