ନୂଆଦିଲ୍ଲୀ : ଭାରତୀୟ-ଆମେରିକୀୟ ତଥା ଓଡ଼ିଆ ଘରର ବୋହୂ ନିଶା ଦେଶାଇ ବିଶ୍ବାଳଙ୍କୁ ଆମେରିକାର ଆନ୍ତର୍ଜାତୀୟ ବିକାଶ ଅର୍ଥ ଆୟୋଗର ଏକ ଉଚ୍ଚ ପ୍ରଶାସନିକ ପଦ ପାଇଁ ମନୋନୀତ କରାଯାଇଛି ବୋଲି ହ୍ବାଇଟ୍ ହାଉସ ପକ୍ଷରୁ ସୂଚନା ମିଳିଛି । ତାଙ୍କୁ ଆୟୋଗର ଡେପୁଟି ସିଇଓ ଭାବେ ନିଯୁକ୍ତ କରାଯିବ ବୋଲି ଖବର ମିଳିଛି । ନିଶା ଦେଶାଇ ଏବେ ୟୁଏସ ଚାମ୍ବର ଅଫ କମର୍ସରେ ଆନ୍ତର୍ଜାତୀୟ କୌଶଳ ଏବଂ ଗ୍ଲୋବାଲ୍ ଇନିସିଏଟିଭର ବରିଷ୍ଠ ଉପାଧ୍ୟକ୍ଷ ରହିଛନ୍ତି । ସେ ଆମେରିକା-ଭାରତ ବାଣିଜ୍ୟ ପରିଷଦ ଏବଂ ଆମେରିକା-ବାଂଲାଦେଶ ବାଣିଜ୍ୟ ପରିଷଦର ନୀତି ନିର୍ଦ୍ଧାରଣ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଶ୍ରୀମତୀ ବିଶ୍ବାଳ ୨୦୧୩ରୁ ୨୦୧୭ ପର୍ଯ୍ୟନ୍ତ ଆମେରିକାର ବୈଦେଶିକ ବିଭାଗରେ ଦକ୍ଷିଣ ଏବଂ ମଧ୍ୟ ଏସୀୟ ବ୍ୟାପାର ସହକାରୀ ସଚିବ ଭାବରେ କାର୍ଯ୍ୟ କରିଥିଲେ । ଶ୍ରୀମତୀ ବିଶ୍ବାଳଙ୍କର ଆମେରିକାର ବୈଦେଶିକ ନୀତି, ଅନ୍ତର୍ଜାତୀୟ ବିକାଶ କାର୍ଯ୍ୟକ୍ରମର କାର୍ୟ୍ୟନିର୍ବାହୀ ଶାଖା, କଂଗ୍ରେସ ଏବଂ ବେସରକାରୀ କ୍ଷେତ୍ରରେ ୩୦ ବର୍ଷରୁ ଅଧିକ କାର୍ଯ୍ୟ ଅଭିଜ୍ଞତା ରହିଛି।
ଓଡିଆ ଘରର ବୋହୂ ନିଶା ଦେଶାଇ ବିଶ୍ୱାଳ ହେବେ ଆମେରିକାର ଆନ୍ତର୍ଜାତୀୟ ବିକାଶ ଅର୍ଥ ଆୟୋଗର ଅଧିକାରୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











