
ବ୍ରହ୍ମପୁର : ଦିନକୁ ଦିନ ତପସ୍ୱିନୀ ଓ ସୁମିତଙ୍କ ବିବାଦ ବଢ଼ିବାରେ ଲାଗିଛି । ପୂର୍ବରୁ ୨୦ ଦିନ ଏବଂ ଏବେ ପୁଣି ୧୫ ଦିନ ଛୁଟିରେ ଗଲେ ସୁମିତ । ତେବେ ସୁମିତଙ୍କ ଓକିଲ ସୁରେନ୍ଦ୍ର ବେହେରାଙ୍କ କହିବା ଅନୁଯାୟୀ ଆଉ ଏକ ପିଟିସନ ଦାଖଲ କରିଛନ୍ତି । ଏଥି ସହ ଘର ସମ୍ମୁଖରୁ ତପସ୍ୱିନୀ ହଟିବା ପାଇଁ ଏକ ପିଟିସନ ମଧ୍ୟ ଦାଖଲ ହୋଇଛି । ତେବେ ତପସ୍ୱିନୀ ଶଶୁରଘର ସମ୍ମୁଖରେ ବସିବା ନିୟମ ବିରୁଦ୍ଧ ବୋଲି କୁହାଯାଉଥିବା ବେଳେ, ଏହା ଦ୍ୱାରା ଘର ପାଖରେ ଥିବା ପଡୋଶୀମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ତେବେ ପତ୍ନୀର ମର୍ୟ୍ୟାଦା ପାଇବାକୁ ସୁମିତଙ୍କ ଘର ବାରଣ୍ଡାରେ ତପସ୍ୱିନୀ ବସି ରହିଛନ୍ତି । ଅନ୍ୟପଟେ ସୋମବାର ରାତିର ଘଟଣା ପରଠୁ ବ୍ରହ୍ମାନଗର ଗୁରୁଦେବ ହସ୍ପିଟାଲ ଯାଏଁ ୧୪୪ ଧାରା ଲାଗୁ ହୋଇଛି । ଏହାକୁ ନେଇ ଦୁଇଦିନ ମଧ୍ୟରେ ହାଇକୋର୍ଟ ପିଆଇଏଲ୍ ପାଇଁ ଓକିଲ ପ୍ରସ୍ତୁତ ହେଉଛନ୍ତି ବୋଲି ସୂଚନା ରହିଛି ।
Views: 263