The Ultimate Managed Hosting Platform
ADVERTISEMENT

ଦୀର୍ଘଦିନ ଧରି ଛୁଟିରେ ଅଛନ୍ତି ୧୩୮ ଡାକ୍ତର , ୬୦୭୮ ପଦବି ପଡିଛି ଖାଲି

Facebook
Twitter
LinkedIn

ଭୁବନେଶ୍ୱର : ରାଜ୍ୟରେ ବିଗତ ୫ ବର୍ଷରେ ୬୪୮୧ ଏମବିବିଏସ ଓ ୩୬୧୪ ପିଜି ଡାକ୍ତର ଚିକିତ୍ସା ପାଇଁ ପଞ୍ଜୀକୃତ ହୋଇଛନ୍ତି । କିନ୍ତୁ ଡାକ୍ତରଙ୍କ ପଦ ଖାଲି ପଡିଛି । କାରଣ ଏହି ଡାକ୍ତର ମାନେ ରାଜ୍ୟ ବାହାରକୁ ଯିବା ପୂର୍ବରୁ ସରକାରଙ୍କ ଅନୁମତି ନେଉ ନ ଥିବାରୁ ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ କାର୍ଯ୍ୟରତ ଡାକ୍ତରଙ୍କ ଉପଲବ୍ଧି ନ ଥିବା ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଂଜନ ପୂଜାରୀ । ବିଧାୟକ ସୈାମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପୂଜାରୀ କହିଛନ୍ତି କି ରାଜ୍ୟର ସମୁଦାୟ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବି ସଂଖ୍ୟା ୧୦,୭୭୪ ରହିଛି । ଏଥିରେ ନିୟମିତ ୩୬୩୭ , ଆଡହକ ୩୭ , ଠିକା ୯୧୮ , ଡିଏମଏଫ ପାଣ୍ଠିରୁ ୭୨ , କର୍ପସ ପାଣ୍ଠିରେ ୭ଙ୍କୁ ମିଶାଇ ସମୁଦାୟ ୪୫୯୧ ଜଣ କାର୍ଯ୍ୟ କରୁଛନ୍ତି । ୬୦୭୮ ପଦବୀ ଖାଲି ପଡିଛି । ଖାଲି ପଡିଥିବା ପଦବି ହାର ୫୬.୬୫ ପ୍ରତିଶତ । ନିୟମିତ ଥିବା ୩୬୩୭ ଡାକ୍ତରଙ୍କ ମଧ୍ୟରୁ ୬୮ ଜଣ ରିଲିଭ ହୋଇଥିଲେ ବି କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି । ଏହାର ଦୀର୍ଘଦିନ ଧରି ୧୩୮ ଜଣ ଡାକ୍ତର ଛୁଟିରେ ଅଛନ୍ତି । କୋରାପୁଟ ଜିଲ୍ଲାରେ ସର୍ବାଧିକ ପଦବା ଖାଲି ଅଛି । ଜିଲ୍ଲାରେ ସମୁଦାୟ ୮୪୧ ଥିବା ବେଳେ ୫୩୩ ପଦବି ଖାଲି ରହିଛି ।
ସେହିପରି ଏବେ ରାଜ୍ୟରେ ଏବେ ୧୦ଟି ସରକାରୀ ମେଡିକାଲ କଲେଜ କାର୍ଯ୍ୟକ୍ଷମ ରହିଛି । ଏଥିରେ ସମୁଦାୟ ୨୯୦ ପ୍ରଫେସର ପଦବି ଖାଲିଥିବା ବେଳେ ୧୦୧ ଖାଲି ରହିଛି । ୪୬୨ ଆସୋସିଏଟ ପ୍ରଫେସରଙ୍କ ମଧ୍ୟରୁ ୧୮୦ ପଦବି ଖାଲି , ସହକାରୀ ପ୍ରଫେସରଙ୍କ ସମୁଦାୟ ୮୭୪ ମଂଜୁରୀପ୍ରାପ୍ତ ପଦବି ଖାଲି ପଡିଛି । ଖାଲି ପଡିଥିବା ପଦବି ପୂରଣ ପାଇଁ ପ୍ରକ୍ରିୟା ଚାଲୁ ରହିଥିବା ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login