The Ultimate Managed Hosting Platform
ADVERTISEMENT

ରଙ୍ଗୀନ୍ ଆଲୋକରେ ସୁସଜ୍ଜିତ କନ୍ଧମାଳ ଜିଲ୍ଲା

Facebook
Twitter
LinkedIn

ରାଇକିଆ : ବଡ ଦିନ ପାଇଁ ରଙ୍ଗୀନ୍ ଆଲୋକରେ ସୁସଜ୍ଜିତ କରାଯାଇଛି କନ୍ଧମାଳ ଜିଲ୍ଲା । ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପର୍ବ ହୋଇଥିବାରୁ ସମସ୍ତେ ବେସ୍ ଉତ୍ସାହର ସହ ଅନେଇ ବସି ଥାଆନ୍ତି ଏହି ଦିନଟିକୁ ପାଳନ କରିବାପାଇଁ । ଏଥି ସହ ସମସ୍ତେ ଆତ୍ମୀୟତା ଭାବରଖି ବେସ୍ ଉତ୍ସାହର ସହ ଏହି ଦିନଟିକୁ ପାଳନ କରିଥାନ୍ତି । ତେବେ ରାତି ପାହିଲେ ବଡ଼ ଦିନ । ତେଣୁ ଚର୍ଚ୍ଚ ଗୁଡିକୁ ବେସ୍ ସୁନ୍ଦର ଭାବରେ ରଙ୍ଗୀନ୍ ଆଲୋକରେ ସୁସଜ୍ଜିତ କରାଯାଇଛି ।

ସୂଚନା ଅନୁଯାୟୀ, କୋଭିଡ କଟକଣା ଭିତରେ ଅଳ୍ପ ଶ୍ରଦ୍ଧାଳୁଙ୍କୁ ନେଇ ବଡଦିନ ପାଳନ କରାଯିବ । ଏବଂ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା କରାଯିବ । ତେଣୁ ସବୁ ଜିଲ୍ଲାରେ ଶାନ୍ତି ବଜାଇ ରଖିବାପାଇଁ ଫ୍ଲାଗ ମାର୍ଚ୍ଚ କରାଯାଇଛି । ତେବେ ଜିଲ୍ଲା ଗୁଡିକୁ ସଂଯୋଗ କରୁଥିବା ବିଭିନ୍ନ ପଥରେ ନାକାବନ୍ଦୀ ସହ ସହରର ଛକ ଗୁଡିକରେ ଚେକିଂ କରାଯିବ ବୋଲି ଫୁଲବାଣୀ ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ ସୂଚନା ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login