ନୂଆଦିଲ୍ଲୀ : ସୁନା ମୂଲ୍ୟରେ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଘରୋଇ ବଜାରରେ ବିବାହ ଋତୁ ଜାରି ରହିଥିବାବେଳେ ସୁନା ମୂଲ୍ୟରେ ହେଉଥିବା ଏଭଳି ଅହେତୁକ ବୃଦ୍ଧି ଏବେ ଗ୍ରାହକଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଉଭୟ ଆମେରିକା ଓ ୟୁରୋପରେ ଦେଖାଯାଇଥିବା ବ୍ୟାଙ୍କିଙ୍ଗ ସଂକଟ ଯୋଗୁଁ ବିଶ୍ବ ବଜାରରେ ସୁନା ଦର ବଢିବାରେ ଲାଗିଛି। ତେବେ ଘରୋଇ ସୁନା ବଜାର ଉପରେ ଏହାର ଘୋର ପ୍ରଭାବ ପଡ଼ିଛି। ଗତ ଏକ ସପ୍ତାହ ହେବ ସୁନା ମୂଲ୍ୟ ବୃଦ୍ଧିରେ ବ୍ରେକ୍ ଲାଗୁନାହିଁ।
ବର୍ତ୍ତମାନ ପରିସ୍ଥିତି ଏଭଳି ହୋଇଛି ଯେ, ଘରୋଇ ବଜାରରେ ସୁନା ମୂଲ୍ୟ କେତେବେଳେ ୭୦ ହଜାର ଟଙ୍କାରେ ପହଞ୍ଚିବ ସେ ନେଇ ଆଶଙ୍କା କରାଯାଉଛି। ଆହୁରିମଧ୍ୟ ୨୨ କ୍ୟାରେଟ୍ ସୁନା ମୂଲ୍ୟ ଖୁବ୍ ଶୀଘ୍ର ୧୦ ଗ୍ରାମ ପିଛା ୬୦,୦୦୦ ଟଙ୍କା ଛୁଇଁବାକୁ ଯାଉଛି। ବର୍ତ୍ତମାନ ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୫୫,୪୫୦ ଟଙ୍କା ରହିଛି। ତେବେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ଇତିମଧ୍ୟରେ ୬୦,୦୦୦ ଟଙ୍କା ଟପି ୬୦,୪୭୦ ଟଙ୍କାରେ ପହଞ୍ଚିଛି। ସେହିଭଳି ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୫୫,୧୦୦ ଟଙ୍କା ରହିଛି। ତେବେ ଏଠାରେ ମଧ୍ୟ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ଇତିମଧ୍ୟରେ ୬୦,୦୦୦ ଟଙ୍କା ଟପି ୬୦,୯୩୦ ଟଙ୍କାରେ ପହଞ୍ଚିଛି। ତେବେ ଭୁବନେଶ୍ବରରେ ରୁପା କିଲୋ ୭୧,୦୦୦ ଟଙ୍କାରେ ପହଞ୍ଚିଛି। କ୍ଷେତ୍ର ସହ ଜଡିତ ବିଶେଷଜ୍ଞମାନଙ୍କର କହିବା ହେଉଛି ଯେ, ବିଶ୍ବ ପୁଞ୍ଜି ବଜାରରେ କାରବାର ମାନ୍ଦା ରହିଥିବା ଲୋକମାନେ ଏବେ ଷ୍ଟକ ମାର୍କେଟରେ ସୁନାରେ ଅଧିକ ଅର୍ଥ ନିବେଶ କରୁଛନ୍ତି। ଏହାଫଳରେ ବଜାରେରେ ସୁନା ଦର ଉଚ୍ଚରେ ରହୁଛି। ତେଣୁ ବ୍ୟବସାୟୀ ଓ ଗ୍ରାହକ ଉଭୟଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି।
ସୁନାର ଦର ୭୦ ହଜାର ଛୁଇଁବ !

Facebook
Twitter
LinkedIn
Facebook
Twitter
LinkedIn
Recent News
ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ
ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।...
ମନ୍ଦିର ରୋଷେଇ ଘରେ ଭୟଙ୍କର ଅଗ୍ନିକାଣ୍ଡ , ୧୫ ଜଣ ଗୁରୁତର
ପଞ୍ଜାବ : ପଞ୍ଜାବର ବରନାଲା ଜିଲ୍ଲାର ଏକ ମନ୍ଦିରର ରୋଷେଇ ଘରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଏକ ବଡ଼ ଚୁଲିରେ ଡିଜେଲ ଢାଳିବା ସମୟରେ ବଡ...
ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ
ମୋହାଲି : ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ...
ପୂର୍ବତନ ସରପଞ୍ଚଙ୍କୁ ଅପହରଣ ଅଭିଯୋଗ
ରେଢାଖୋଲ : ଘୁଷୁରାମାଲର ପୂର୍ବତନ ସରପଞ୍ଚଙ୍କୁ ଅପହରଣ ଅଭିଯୋଗ । କିଛି ଦୁର୍ବୁତ୍ତ ଏକ କାରରେ ଆସି ଅପହରଣ କରିନେଇଥିବା ଅଭିଯୋଗ । ରେଢାଖୋଲ ଥାନାରେ ଅଭିଯୋଗ...