ନୂଆଦିଲ୍ଲୀ : ସୁନା ମୂଲ୍ୟରେ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଘରୋଇ ବଜାରରେ ବିବାହ ଋତୁ ଜାରି ରହିଥିବାବେଳେ ସୁନା ମୂଲ୍ୟରେ ହେଉଥିବା ଏଭଳି ଅହେତୁକ ବୃଦ୍ଧି ଏବେ ଗ୍ରାହକଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଉଭୟ ଆମେରିକା ଓ ୟୁରୋପରେ ଦେଖାଯାଇଥିବା ବ୍ୟାଙ୍କିଙ୍ଗ ସଂକଟ ଯୋଗୁଁ ବିଶ୍ବ ବଜାରରେ ସୁନା ଦର ବଢିବାରେ ଲାଗିଛି। ତେବେ ଘରୋଇ ସୁନା ବଜାର ଉପରେ ଏହାର ଘୋର ପ୍ରଭାବ ପଡ଼ିଛି। ଗତ ଏକ ସପ୍ତାହ ହେବ ସୁନା ମୂଲ୍ୟ ବୃଦ୍ଧିରେ ବ୍ରେକ୍ ଲାଗୁନାହିଁ।
ବର୍ତ୍ତମାନ ପରିସ୍ଥିତି ଏଭଳି ହୋଇଛି ଯେ, ଘରୋଇ ବଜାରରେ ସୁନା ମୂଲ୍ୟ କେତେବେଳେ ୭୦ ହଜାର ଟଙ୍କାରେ ପହଞ୍ଚିବ ସେ ନେଇ ଆଶଙ୍କା କରାଯାଉଛି। ଆହୁରିମଧ୍ୟ ୨୨ କ୍ୟାରେଟ୍ ସୁନା ମୂଲ୍ୟ ଖୁବ୍ ଶୀଘ୍ର ୧୦ ଗ୍ରାମ ପିଛା ୬୦,୦୦୦ ଟଙ୍କା ଛୁଇଁବାକୁ ଯାଉଛି। ବର୍ତ୍ତମାନ ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୫୫,୪୫୦ ଟଙ୍କା ରହିଛି। ତେବେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ଇତିମଧ୍ୟରେ ୬୦,୦୦୦ ଟଙ୍କା ଟପି ୬୦,୪୭୦ ଟଙ୍କାରେ ପହଞ୍ଚିଛି। ସେହିଭଳି ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୫୫,୧୦୦ ଟଙ୍କା ରହିଛି। ତେବେ ଏଠାରେ ମଧ୍ୟ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ଇତିମଧ୍ୟରେ ୬୦,୦୦୦ ଟଙ୍କା ଟପି ୬୦,୯୩୦ ଟଙ୍କାରେ ପହଞ୍ଚିଛି। ତେବେ ଭୁବନେଶ୍ବରରେ ରୁପା କିଲୋ ୭୧,୦୦୦ ଟଙ୍କାରେ ପହଞ୍ଚିଛି। କ୍ଷେତ୍ର ସହ ଜଡିତ ବିଶେଷଜ୍ଞମାନଙ୍କର କହିବା ହେଉଛି ଯେ, ବିଶ୍ବ ପୁଞ୍ଜି ବଜାରରେ କାରବାର ମାନ୍ଦା ରହିଥିବା ଲୋକମାନେ ଏବେ ଷ୍ଟକ ମାର୍କେଟରେ ସୁନାରେ ଅଧିକ ଅର୍ଥ ନିବେଶ କରୁଛନ୍ତି। ଏହାଫଳରେ ବଜାରେରେ ସୁନା ଦର ଉଚ୍ଚରେ ରହୁଛି। ତେଣୁ ବ୍ୟବସାୟୀ ଓ ଗ୍ରାହକ ଉଭୟଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି।
ସୁନାର ଦର ୭୦ ହଜାର ଛୁଇଁବ !
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











