The Ultimate Managed Hosting Platform
ADVERTISEMENT

କର୍ତ୍ତବ୍ୟରେ ଅବହେଳା; ବର୍ଷକ ମଧ୍ୟରେ ଥାନାରୁ ଚମ୍ପଟ ମାରିଲେ ୯ କଏଦୀ

Facebook
Twitter
LinkedIn

ଦିନକୁ ଦିନ କ୍ରମଶଃ ଅପରାଧ ବଢିବାରେ ଲାଗିଛି । ଏହାକୁ ରୋକିବାକୁ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତୀକରଣ କର।ଯାଇଛି । ଏପରି କି ବୈଷୟିକ ଜ୍ଞାନ କୈାଶଳ ବ୍ୟବହାର କର।ଯାଉଥିବା ମଧ୍ୟ ପୋଲିସ ପକ୍ଷରୁ କୁହାଯାଇଛି । ହେଲେ ଅପରାଧୀ ପୋଲିସକୁ ଚକ୍‌ମା ଦେବାରେ ଅନେକ କ୍ଷେତ୍ରରେ ସଫଳ ହେଉଛନ୍ତି । ଏଥିପାଇଁ ଜଲ୍ଲା ସୁରକ୍ଷା ବ୍ୟବସ୍ଥା ମୁଖ୍ୟ କାରଣ ବିଶେଷ କରି କମିଶନରେଟ ପୋଲିସର ବିଭିନ୍ନ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ପୋଲିସରେ ହାଜତରୁ ଫେରାର ହେବା ସୁରକ୍ଷା ବ୍ୟବସ୍ଥାକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ବର୍ଷକ ମଧ୍ୟରେ କମିଶନରେଟ ପୋଲିସର ଭୁବନେଶ୍ୱର ସହରାଂଚଳ ପୋଲିସ ଜିଲ୍ଲା(ୟୁପିଡି)ର ୬ଟି ଥାନାରୁ ୯ଜଣ ଅଭିୁକ୍ତ ଫେରାର ହୋଇଛନ୍ତି ।


ସେମାନଙ୍କ ମଧ୍ୟରୁ ୫ଜଣଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଥିବାବେଳେ ଏଯାବତ୍ ୪ଅଭିୁକ୍ତଙ୍କ ପତ୍ତା ମିଳିପାରି ନଥିବା କମିଶନରେଟ ପୋଲିସ ପକ୍ଷରୁ ସୁଚନା ଦିଅ।ଯାଇଛି । ମିଳିଥିବା ସୂଚନା ଅନୁସାରେ ୨୦୨୧ ଜାନୁୟାରୀ ୧ରୁ ଡିସେମ୍ବର ୨୨ ମଧ୍ୟରେ କମିଶନରେଟ ପୋଲିସର ୬ ଥାନା ଯଥା, କ୍ୟାପିଟାଲ, ଚନ୍ଦକା, ତମାଣ୍ଡୋ, ଭରତପୁର, ଖଣ୍ଡଗିରି ଏବଂ ଚନ୍ଦ୍ରଶେଖରପୁର ଥାନାରୁ ୯ଜଣ ଫେରାର୍ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୟାପିଟାଲ୍, ତମାଣ୍ଡୋ,ଚନ୍ଦକା ଓ ଚନ୍ଦ୍ରଶେଖରପୁର ଥାନାରୁ ଫେରାର୍ ହୋଇଥିବା ୫ଅଭିୁକ୍ତଙ୍କୁ ଗିରଫ କର।ଯାଇଛି । ସେଥି ମଧ୍ୟରୁ ୩ଟି ମାମଲାର ତଦନ୍ତ ଶେଷ କର।ଯାଇ କ୍ୟାପିଟାଲ, ଚନ୍ଦକା ଓ ତମାଣ୍ଡୋ ପୋଲିସ୍ ପକ୍ଷରୁ ଚାର୍ଜସିଟ୍ ଦାଖଲ ହୋଇଛି । ସେହିପରି କ୍ୟାପିଟାଲ, ଚନ୍ଦକା, ଭରତପୁର ଓ ଖଣ୍ଡଗିରି ଥାନାରୁ ଫେରାର୍ ହୋଇଥିବା ୪ଅଭିୁକ୍ତଙ୍କୁ ଧରିବାକୁ ପ୍ରୟାସ ଜାରି ରହିଥିବା ପୋଲିସ ପକ୍ଷରୁ କୁହ।ଯାଇଛି ।

କମିଶନରେଟ ପୋଲିସ ତା’ର ସୁରକ୍ଷା ବ୍ୟବସ୍ଥା ସୁଦୃଢ ବୋଲି ଗଣମାଧ୍ୟମକୁ ବିଭିନ୍ନ ସମୟରେ କହି ଆସୁଥିବା ବେଳେ ବର୍ଷକରେ ପୋଲିସ୍ ହେପାଜତରୁ ୯ଅଭିୁକ୍ତ ଫେରାର ଘଟଣା ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ସୁରକ୍ଷା ବ୍ୟବସ୍ଥା କଡାକଡି ରଖାଯାଇଛି, ପ୍ରତି ଥାନାରେ ସିସିଟିଭି ଲଗାଯାଇଛି ଏବଂ କଡ଼ା ଦକ୍ଷେପ ଗ୍ରହଣ କରାଯାଇଛି । ଏଥି ସହ ଦକ୍ଷ ପୋଲିସ ଅଧିକାରୀଙ୍କୁ ଥାନା ଦାୟିତ୍ୱ ଦିଆଯାଇଛି । ଏତେସବୁ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଅଭିୁକ୍ତମାନେ ଥାନା ହାଜତରୁ ଚମ୍ପଟ ମାରିବା ଘଟଣାକୁ ସାଧାରଣ ଲୋକେ ସହଜରେ ଗ୍ରହଣ କରିପାରିନାହାଁନ୍ତି । ଅଭିୁକ୍ତ ଫେରାର ହେବା ଘଟଣା ପଛରେ ପୋଲିସ ଅଧିକାରୀଙ୍କ ହାତ ଥିବା ସନ୍ଦେହ କର।ଯାଉଛି । ଏନେଇ ପୋଲିସ୍ କମିଶନରଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କର।ଯାଇଥିଲେ ସୁଦ୍ଧା କୈାଣସି ମତାମତ ମିଳିପାରି ନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login