The Ultimate Managed Hosting Platform
ADVERTISEMENT

ମହଙ୍ଗା ପଡ଼ିଲା ରାଗିଂ କରିବା; ବିଦା ହେଲେ ୯ ଛାତ୍ର

Facebook
Twitter
LinkedIn

ସମ୍ବଲପୁର: ରାଗିଂ କରିବାକୁ ନେଇ ଛାତ୍ରାବାସରୁ ବିଦା ହୋଇଛନ୍ତି ୯ ଜଣ ଛାତ୍ର । ଏହି ଘଟଣାଟି ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ‘ସମ୍ବଲପୁର ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ ଟେକ୍ନୋଲୋଜି ’ (ଝଟଓଓଞ) ମହାବିଦ୍ୟାଳୟରେ ଏପରି ଏକ ଘଟଣାକୁ ନେଇ ଉକ୍ତ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଶୃଙ୍ଖଳା କମିଟିର ତଦନ୍ତ ରିପୋର୍ଟ ଅଧାରରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡ଼ିଛି । ବହିସ୍କୃତ ହୋଇଥିବା ଛାତ୍ର ମାନଙ୍କ ମଧ୍ୟରେ ଦ୍ୱିତୀୟ ବର୍ଷର ୮ ଜଣ ଛାତ୍ର ରହିଥିବା ବେଳେ, ଶେଷ ବର୍ଷର ଜଣେ ଛାତ୍ର ରହିଛନ୍ତି ।

ସୂଚନାନୁଯାୟୀ, କିଛି ଦିନ ପୂର୍ବରୁ ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ହେବା ପରେ ଦ୍ୱିତୀୟ ବର୍ଷର ଜଣେ ଛାତ୍ରକୁ ୮ ଜଣ ସହପାଠୀ ଓ ଜଣେ ସିନିୟର ମିଶି ରାଗିଂ କରିଥିଲେ । ସହପାଠୀଙ୍କ ଏପରି ଆଚରଣ ଅସହ୍ୟ ହେବାରୁ ଛାତ୍ର ଜଣକ କଲେଜ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । ତେବେ ଏହି ମାମଲାର ତଦନ୍ତ ଭାର ଶୃଙ୍ଖଳା କମିଟିକୁ ଦିଆଯାଇଥିଲା । ଆଜି କମିଟି ପକ୍ଷରୁ ରିପୋର୍ଟ ଆସିବା ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସୁଇଟର ନିର୍ଦ୍ଦେଶକ ପ୍ରଫେସର ବି.କେ. ମହାନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login