The Ultimate Managed Hosting Platform
ADVERTISEMENT

ବାରମ୍ବାର ମିଶାଇଲ ପରୀକ୍ଷଣ କରି ଉତ୍ତର କୋରିଆ ଦେଉଛି କି ସଂକେତ !

Facebook
Twitter
LinkedIn

ନୂଆଦିଲ୍ଲୀ : ମିଶାଇଲ ପ୍ରସ୍ତୁତ କରିବାରେ ପାରଙ୍ଗମ ଥିବା ଉତ୍ତର କୋରିଆ ସବୁଠାରୁ ବଡ ଏବଂ ଶକ୍ତିଶାଳୀ କ୍ଷେପଣାସ୍ତ୍ର ର ଦେଶ ଭାବରେ ପରିଗଣିତ ହୋଇଛି । ନିକଟରେ ପୁଣି ଥରେ ଉତ୍ତର କୋରିଆ ନିଜର କ୍ଷେପଣାସ୍ତ୍ରର ପରୀକ୍ଷଣ କରିଛି । ଏହି ଅନ୍ତଃମହାଦ୍ୱିପୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସୀମା ୧୩୦୦୦ କିଲୋମିଟର ବୋଲି କୁହାଯାଉଛି । ଏହା ପ୍ରଥମେ ଜୁଲାଇ ୪, ୨୦୧୭ ରେ ପରୀକ୍ଷା କରାଯାଇଥିଲା। ଏହି ରେଞ୍ଜ କ୍ଷେପଣାସ୍ତ୍ର ୧୦,୪୦୦ କିଲୋମିଟର ପର୍ୟ୍ୟନ୍ତ ବୋଲି କୁହାଯାଉଛି।
ହ୍ୱାସଙ୍ଗ -୧୩ ଆନ୍ତମହାଦ୍ୱିପୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରଥମେ ୧୫ ଏପ୍ରିଲ ୨୦୧୨ ରେ ପରେଡରେ ପ୍ରଦର୍ଶିତ ହୋଇଥିଲା । ଏହାକୁ ବର୍ତ୍ତମାନ ଉତ୍ତର କୋରିଆ ସୈନ୍ୟବାହିନୀରୁ ହଟାଇ ଦିଆଯାଇଥିବା ଜଣାପଡିଛି।ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସୀମା ୪୫୦୦ କିଲୋମିଟର ଅଟେ । ଏହା ପ୍ରଥମ ଥର ପାଇଁ ୧୪ ମଇ ୨୦୧୭ ରେ ଲଞ୍ଚ କରାଯାଇଥିଲା। ହ୍ୱାସଙ୍ଗ -୧୦ ମଧ୍ୟ ଏକ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର । ଏହାର ପରିସର ୨୫୦୦ – ୪,୦୦୦ କିଲୋମିଟର ମଧ୍ୟରେ ବୋଲି କୁହାଯାଏ ।
ତେବେ ନିକଟ ଅତୀତ ମଧ୍ୟରେ ଉତ୍ତର କୋରିଆ ଅନେକ ମିଶାଇଲ ପରୀକ୍ଷଣ କରିବାରେ ଲାଗିଛି । ଉତ୍ତର କୋରିଆର ଶାସକ ମିଶାଇଲ ପରୀକ୍ଷଣ କରବାକୁ ନିଦେ୍ର୍ଦଶ ଦେଇଛନ୍ତି । ସେପଟେ ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଉତ୍ତର କୋରିଆର ମିଶାଇଲ ପରୀକ୍ଷଣ ଭୟ ବଢାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ନୂଆଦିଲ୍ଲୀ : ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏରାଲ ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାରା ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ...

ADVERTISEMENT

Login