ଦିଲ୍ଲୀ : ଗତ ଶୁକ୍ରବାର ଦିନ ଦେଶର ରାଜଧାନୀ ଦିଲ୍ଲୀରେ ଆତଙ୍କ ଖେଳାଇଥିଲେ ଜଣେ ବ୍ୟକ୍ତି । ଛୁରୀ ଏବଂ ପିସ୍ତଲ ନେଇ ଦିଲ୍ଲୀ ରାସ୍ତାରେ ପାଗଳ ପରି ଦୈାଡୁଥିଲେ । ଏହି ଘଟଣାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଲୋକମାନେ ଜୀବନ ରକ୍ଷା କରିବାକୁ ଧାଉଁଛନ୍ତି। ତେବେ ଘଟଣାଟି ଥିଲା ଏହିପରି । ଜଣେ ବ୍ୟକ୍ତି ପ୍ରଥମେ ଛୁରୀରେ ନିଜ ଗଳା କାଟି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘରୁ ବାହାରକୁ ଯାଇଥିଲେ। ସନ୍ଦେହଜନକ ଅବସ୍ଥାରେ ରାସ୍ତାରେ ବୁଲୁଥିବା ଏହି ବ୍ୟକ୍ତି ଜଣକ ରାଜଧାନୀର ମାନସରୋଭ ପାର୍କ ପୋଲିସ ଷ୍ଟେସନ ପରିସରରେ ଥିବା ନାଥୁ କଲୋନୀ ଚକ୍କୁ ପହଞ୍ଚିବା ମାତ୍ରେ ସେଠାରେ ଠିଆ ହୋଇଥିବା ପିସିଆରରେ ପୋଷ୍ଟ ହୋଇଥିବା ଏସିଆଇ ଜିତେନ୍ଦ୍ର ପାୱାର ତାଙ୍କୁ ରକ୍ତରେ ଭିଜିଥିବାର ଦେଖି ସାହାଯ୍ୟ କରିବା ପାଇଁ ଆଗକୁ ଯାଇଥିଲେ । ତେବେ ସେହି ବ୍ୟକ୍ତି ନିଜ ନାମ କୃଷ୍ଣ ଶେରୱାଲ ବୋଲି କହିଛନ୍ତି। ଯେତେବେଳେ ଏଏସଆଇ ଜିତେନ୍ଦ୍ର ଆହତ କୃଷ୍ଣ ଶେରୱାଲଙ୍କୁ ଧରି ଡାକ୍ତରଖାନା ନେବାକୁ ଚେଷ୍ଟା କରିଥିଲେ, ସେତେବେଳେ ସେ ଏଏସଆଇଙ୍କ ଉପରେ ଆକ୍ରମଣ କରିଥିଲେ ବ୍ୟକ୍ତି ଜଣକ। ଜିତେନ୍ଦ୍ରଙ୍କ ପିସ୍ତଲ ଛଡ଼ାଇବା ପରେ ସେ ଗୋଟିଏ ଗୁଳି ଚଳାଇଥିଲେ। ଯାହା ପରେ ସେଠାରେ ଆତଙ୍କ ଖେଳି ଯାଇଥିଲା ।
ପୋଲିସ ପିସ୍ତଲରୁ ବାହାରିଥିବା ଗୁଳି କ୍ାହାରି ଦେହରେ ବାଜି ନ ଥିଲା । ଏହି ସମୟରେ ଅଙ୍କୁର ଅଭିଯୁକ୍ତ ଶେରୱାଲଙ୍କୁ ଧରିଥିଲେ। ଏହା ପରେ ତାଙ୍କଠାରୁ ଏଏସଆଇ ଜିତେନ୍ଦ୍ରଙ୍କ ପିସ୍ତଲ ଉଦ୍ଧାର କରାଯାଇଥିଲା। ବର୍ତ୍ତମାନ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ କହିଛି ଯେ ତାଙ୍କୁ ଡାକ୍ତରଖାନା ନିଆଯିବା ପରେ ସେ ଡାକ୍ତରଙ୍କ ସହ ଅସଦାଚରଣ କରିଥିଲେ। ପୋଲିସର ସୂଚନାନୁସାରେ, ଅଭିଯୁକ୍ତଙ୍କ ପତ୍ନୀଙ୍କ ସହ ବିବାଦ ଲାଗି ରହିଥିଲା ଯାହା କାରଣରୁ ସେ ଡିପ୍ରେସନରେ ଥିଲେ।
ନିଜ ଗଳା କାଟିବା ପରେ ପୋଲିସ ପିସ୍ତଲ ନେଇ ରାସ୍ତାରେ ଆତଙ୍କ ଖେଳାଇଲେ ବ୍ୟକ୍ତି
Facebook
Twitter
LinkedIn
Facebook
Twitter
LinkedIn
Recent News
ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ
ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...
ଛାଡପତ୍ର ପରେ ଦ୍ୱିତୀୟ ବିବାହ କଲେ ସମନ୍ଥା
ବ୍ୟୁରୋ : ଛାଡପତ୍ରର ୪ ବର୍ଷ ପରେ ଅଭିନେତ୍ରୀ ସମନ୍ଥା ଦେଲେ ଖୁସି ଖବର ।ପ୍ରେମିକ ରାଜଙ୍କୁ କଲେ ଦ୍ୱୀତାୟ ବିବାହ । ଏନେଇ ସୋସିଆଲ ମିଡିଆରେ...
ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ
ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...
କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...










