The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଆଜି ଆପଣଙ୍କ ରାଶିରେ

Facebook
Twitter
LinkedIn

ମେଷ:- ଆଜି ଆପଣଙ୍କ ପାଇଁ ରହିଛି ବିଶ୍ରାମ ଯୋଗ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଶୁଭ ହେବ । ରହିଥିବା ଦୁଃଖ ଆଜି ଆପଣଙ୍କ ପାଇଁ ସୁଖ ଅନୁଭବ ହେବ । ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଆଜି ମିଶ୍ର ଫଳ ପ୍ରଦାନ କରିବ । ବ୍ୟବସାତ କ୍ଷେତ୍ରରେ ମଧ୍ୟମ ଫଳ ଓ କର୍ମ କ୍ଷେତ୍ରରେ ଆଜି ଆପଣ ଲାଭବାନ ହେବେ ।
ବୃଷ:- ଅଧିକ ଅଳସୁଆମି ଅନୁଭବ ହେବ । କିଛି ଅଘଟଣ ଘଟିବାର ସମ୍ଭାବନା ରହିଛି । ଶରୀର ପୀଡା ପରି ସମସ୍ୟା ଆଜି ଆପଣ ଅନୁଭବ କରିବେ । ଏକଗ୍ରତାର ଅଭାବ ରହିବା ସହ ମନ କୌଣସି କାର୍ଯ୍ୟରେ ଲାଗିବ ନାହିଁ ।
ମିଥୁନ:- ଯଦି ଆପଣଙ୍କର ଟଙ୍କା ସହ କୌଣସି ବିପଦ ରହିଛି ତେବେ ତାକୁ ଏଡାଇବାକୁ ଚେଷ୍ଟା କରନ୍ତୁ । ଯାହା ଆଜି ଆପଣଙ୍କ ପାଇଁ ବିପର୍ଯ୍ୟୟ ଘଟାଇ ପାରେ । ଭୋଗ ବିଳାସ ପାଇଁ ଦିନଟି ଉତ୍ତମ ରହିବା ସହ ଆମୋଦ ପ୍ରମୋଦ ଲାଗି ରହିବ । ମନରେ ଅଭିଳାସ ବୃଦ୍ଧି ପାଇବ ମାତ୍ର ସେହି ଅନୁପାତରେ ଫଳାଫଳ ପାଇଁ ସମୟ ଲାଗିବ ।
କର୍କଟ:- ଦୃଢମନା ହୋଇ ସମସ୍ତ କାର୍ଯ୍ୟ ସଂପୁର୍ଣ୍ଣ କରିବାର ଯୋଗ ରହିଛି । ବିଦ୍ୟାର୍ଥୀ ମାନଙ୍କ ପାଇଁ ଦିନଟି ମନୋରଞ୍ଜନ ପ୍ରଦାନ କରିବ । ବ୍ୟବସାୟୀ ମାନେ କାମ କରିବା ପାଇଁ ଆଜି ଦିନଟି ନୂଆ ସୁଯୋଗ ସୃଷ୍ଟି କରିବ ମାତ୍ର ଏତେଟା ଲାଭବାନ ହେବ ନାହିଁ ।
ସିଂହ:- ଘର କାମ ପାଇଁ ଆପଣ ଆଜି ଭାଇ କିମ୍ବା ଭଉଣୀ ସହ ଯୁକ୍ତି ତର୍କର ସମ୍ମୁଖୀନ ହେବେ । ପର ଚର୍ଚ୍ଚା କରି ସମୟ ନଷ୍ଟ କରିବାର ସମ୍ଭାବନା ରହିଛି । ସରକାରୀ କର୍ମଚାରୀ ମାନେ ତାଙ୍କ କାର୍ଯ୍ୟପ୍ରତି ବିମୁଖ ଭାବ ଆଣିବେ । ବିଦ୍ୟାର୍ଥୀ ମାନେ ସକରାତ୍ମକ ଚିନ୍ତାଧାରାରେ ରହିବେ ।
କନ୍ୟା:- ଆଜି ଦିନରେ ଆପଣଙ୍କ ଆଚରଣରେ ପରିବର୍ତ୍ତନ କରନ୍ତୁ ଏବଂ ସମସ୍ତଙ୍କ ସହ ଭଲ ମୋନୋଭାବ ରଖିବାକୁ ଚେଷ୍ଟା କରନ୍ତୁ । କର୍ମକ୍ଷେତ୍ର କିମ୍ବା ପରିବାରରେ ବାଦବିବାଦ ଲାଗି ରହିବ । ôଘର ରୀତିନୀତିରେ ବ୍ୟସ୍ତ ରହିବା ସହ ସଂପର୍କୀୟଙ୍କ ଘରକୁ ଯିବାର ରହିଛି ଯୋଗ ।
ତୁଳା:- ଆପଣଙ୍କ ରାଶି ପାଇଁ ଆଜି ଘାତଚନ୍ଦ୍ର । ଯାନବାହାନରେ ଯିବା ସମୟରେ ସତର୍କତାର ସହ ଯାତ୍ରା କରନ୍ତୁ । କ୍ୟାରିୟର ସମ୍ବନ୍ଧରେ ନୂଆ ଆଶା ସୃଷ୍ଟି ହେବା ଯୋଗ୍ୟତା ବୃଦ୍ଧି ପାଇବ । ଯଦି ନୂଆ ଚାକିରି ପାଇଁ ଚେଷ୍ଟା କରିଛନ୍ତି ତେବେ ସେଠାରୁ ଆପଣ ଶୁଭ ଖବର ପ୍ରାପ୍ତି କରିବେ ।
ବିଛା– ସାଧାରଣତଃ ଆପଣଙ୍କ ମନଟି ଆଜି ଅଶାନ୍ତ ରହିବ । ମଧ୍ୟହ୍ନ ପରେ ଅଙ୍ଗରେ ଯନ୍ତ୍ରଣା ଅନୁଭବ କରିପାରନ୍ତି । ପରିବାର କ୍ଷେତ୍ରରେ କୌଣସି ପ୍ରସଙ୍ଗକୁ ନେଇ କିଛି ମାତ୍ରାରେ ମତଭେଦ ହେବ ସତ ମାତ୍ର ଠିକ୍ ସମୟରେ ଏହା ସମାଧାନ ହୋଇଯିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବାର ରହିଛି ଯୋଗ ।
ଧନୁ:- ଆପଣଙ୍କ ରାଶିରେ ଆଜି ଶ୍ରୀଚନ୍ଦ୍ର ଥିବାରୁ ମାନସିକ ସ୍ଥିତି ଠିକ୍ ରହିବ ।ପିଲାମାନଙ୍କ ଠାରୁ କିଛି ବିଷୟରେ ଖୁସି ପାଇବେ । ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବାର ଯୋଗ ରହିଛି । ସମୟ ଅଧିକ ବ୍ୟବହାର ହେବ ସତ ମାତ୍ର ଆପଣ ଅଧିକ କିଛି କରିବାକୁ ସମର୍ଥ ହେବେ ନାହିଁ ।
ମକର:- ଅଯଥା ଖର୍ଚ୍ଚାନ୍ତ ହେବାର ଆଜି ଆପଣଙ୍କ ଯୋଗ ରହିଛି । ଜୀବନ ସାଥୀଙ୍କ ପ୍ରତି ଆପଣଙ୍କର ଆଜି ଆକର୍ଷଣ ବୃଦ୍ଧି ପାଇବ ଏବଂ ସେମାନେ ମଧ୍ୟ ଆପଣଙ୍କ ପ୍ରତି ଆକର୍ଷିତ ହେବେ । ବ୍ୟବସାୟ କ୍ଷେତ୍ରରେ ଆୟର ପରିମାଣ ଏତେଟା ସଫଳ କରିବ ନାହିଁ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଦିନଟି ଏକଗ୍ରତା ପ୍ରଦାନ କରିବ ନାହିଁ ।
କୁମ୍ଭ:- ଆୟ ବହୁ କଷ୍ଟରେ ଉପାର୍ଜନ ହେବ । ନୂତନ କର୍ମସଂସ୍ଥାନ ପ୍ରାପ୍ତିର ଯୋଗ ଆଜି ଆପଣଙ୍କ ରାଶିରେ ରହିଛି । ଅନେକ ନୂତନ ଚିନ୍ତାଧାରା କରିବେ ଏବଂ ତାହାକୁ ନେଇ ଆପଣ ଆଗକୁ ବଢିବାକୁ ଚିନ୍ତା କରିବେ ।
ମୀନ:- ଅଧିକ ପରିଶ୍ରମ ପାଇଁ ôଶୀରରେ କଷ୍ଟ ଅନୁଭବ କରିବେ । ଗୃହ ମଧ୍ୟରେ ପରିବେଶ ସକରାତ୍ମକ ହେବ ଏବଂ ଆପଣ ମଧ୍ୟ ଆପଣଙ୍କ ଚର୍ତୁପାଶ୍ୱର୍ରେ ଶାନ୍ତି ଅନୁଭବ କରିବେ । ପିଲାମାନଙ୍କ ପାଇଁ ଦିନଟି ଖୁବ୍ ଭଲ ଯାହାକୁ ସେମାନେ କିଛି ନୂଆ କରିବା ପାଇଁ ଚିନ୍ତା କରିବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯

ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...

ADVERTISEMENT
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...

Login