
ଭୁବନେଶ୍ୱର: ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ସମସ୍ତଙ୍କ ମନରେ ଭୟର ବାତାବରଣ ଦେଖା ଦେଇଛି । ଏହାକୁ ନେଇ ସରକାର ବି ଏହି ଭାରିଆଣ୍ଟ ସହ ମୁକାବିଲା କରିବାକୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିବାରେ ଲାଗିଛନ୍ତି ।
ସୂଚନାନୁଯାୟୀ, ଗତ କାଲି ୨ ବିଦେଶ ଫେରନ୍ତାଙ୍କ ଠାରେ ଓମିକ୍ରନ ଚିହ୍ନଟ ହେବା ପରେ, ସାରା ରାଜ୍ୟ ଚିନ୍ତାରେ ପଡ଼ି ଯାଇଛି । ତାହାର ମୁକାବିଲା କରିବାକୁ ଆଜି ସରକାର ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ଏନେଇ ସ୍ୱାସ୍ଥ୍ୟ ଜରୁରୀକାଳିନ ପରିସ୍ଥିତିର ମୁକାବିଲା ପାଇଁ ଉପାୟ ଏବଂ ଓମିକ୍ରନର ବଢ଼ୁଥିବା ପ୍ରଭାବ ବିଷୟରେ ଅଲୋକପାତ କରିବାକୁ ଓଡ଼ିଶା ମୁଖ୍ୟ ଶାସନ ସଚ୍ଚିବ ଆଜି ଲୋକସଭା ଭବନରେ ଏହି ଉଚ୍ଚ ସ୍ତରୀୟ ବୈଠକୁ ଡାକିଛନ୍ତି ।
ଏହି ବୈଠକ ମଧ୍ୟାହ୍ନ ୧୨.୩୦ ରେ ବସିଥିବା ବେଳେ, ଏଥିରେ ସ୍ୱାସ୍ଥ୍ୟ ବିଭାଗ ସମେତ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ଏହା ସହିତ ସମସ୍ତ ଜିଲ୍ଳାପାଳ ଓ ଏସ୍ପି ମାନଙ୍କୁ ଏହି ବୈଠକରେ ସାମିଲ ହେବାକୁ ନିର୍ଦ୍ଦେଶ ରହିଛି ।
Views: 108