
ଭୁବନେଶ୍ୱର : ପୁଣି ବିଧାନସଭାରେ ୫ଟି ଝଡ । ମୁହାଁ ମୁହିଁ ହେଲେ ଶାସକ ବିରୋଧୀ । ବିରୋଧୀ ଦଳ ନେତାଙ୍କ ୫ଟି ମନ୍ତବ୍ୟ ନେଇ ଚିହିଁକି ଉଠିଲା ବିଜେଡି । ସ୍କୁଲରେ ଶିକ୍ଷକ ନ ଥାଇ ଉନ୍ନତି କଥା କହୁଛନ୍ତି ସରକାର କହିଥିଲେ ଜୟନାରାୟଣ । ଏହା କଣ ୫ଟି ବୋଲି ଜୟ ନାରାୟଣ କହିବାରୁ ଚିହିଁକି ଉଠିଲା ବିଜେଡି । ମନ୍ତବ୍ୟକୁ ବିରୋଧ କରି ଛିଡା ହୋଇ ହୋହଲ୍ଲା କଲେ ବିଜେଡି ସଦସ୍ୟ ।
ସେପଟେ ବିଧାନସଭାର ଶୂନ୍ୟକାଳରେ ଉଠିଲା ଡ୍ରପ ଆଉଟ ପ୍ରସଙ୍ଗ । ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ । ମାଟ୍ରିକ ପରୀକ୍ଷାରେ ୧୫ ହଜାରରୁ ଅଧିକ ପିଲା ଅନୁପସ୍ଥିତ । ଡ୍ରପ ଆଉଟ ରେ ଓଡିଶା ଏକ ନମ୍ବର କହିଲେ ବିରୋଧୀ ଦଳ ନେତା । ଗମଶିକ୍ଷା ମନ୍ତ୍ରୀଙ୍କ ଉତ୍ତର ଦାବି କଲେ ଜୟ ନାରାୟଣ ମିଶ୍ର । କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କ ମଧ୍ୟ ସମାଲୋଚନା । ରାଜ୍ୟର ଶିକ୍ଷା ବ୍ୟବସ୍ଥା ଥରୁଥିବା କହିଲେ ଜୟନାରାୟଣ ।
Views: 86