The Ultimate Managed Hosting Platform
ADVERTISEMENT

ପାକିସ୍ତାନରେ ଭୟଙ୍କର ସ୍ଥିତି: ହସ୍ପିଟାଲରେ ଔଷଧ ଅଭାବ, କିଣିବାକୁ ଅର୍ଥ ସାଜିଛି ବାଧକ ।

Facebook
Twitter
LinkedIn

ପାକିସ୍ତାନରେ ଆର୍ଥିକ ଦୁରବସ୍ଥା ଚରମରେ ପହଞ୍ଚିଛି। ସରକାରଙ୍କ ପାଖରେ ଔଷଧ କିଣିବାକୁ ବି ପଇସା ନାହିଁ। ଫଳରେ ପାକିସ୍ତାନର ହସ୍ପିଟାଲ ଗୁଡ଼ିକରେ ଇନସୁଲିନ, ଡିସ୍ପ୍ରିନ ଓ ଅନ୍ୟ ଜରୁରି ଔଷଧର ଦେଖାଦେଇଛି ଭୟାନକ ଅଭାବ । ଜରୁରୀ ଔଷଧ ଅଭାବରୁ ଗୁରୁତର ମାନେ ଚିକିତ୍ସା ଓ ସର୍ଜରି ହୋଇପାରୁ ନଥିବା ଭଳି ଖବର ହୋଇଛି ହସ୍ତଗତ । ସୂଚନାଯୋଗ୍ୟ, ପାକିସ୍ତାନର ବିଦେଶୀ ମୁଦ୍ରା ଭଣ୍ଡାର ଏବେ ଖାଲି ପଡ଼ିଛି।

ଫଳରେ ବିଦେଶରୁ ଔଷଧ କିମ୍ବା ଔଷଧ ତିଆରି ସରଞ୍ଜାମ (ଏପିଆଇ) କିଣିବା ପାଇଁ ପାକିସ୍ତାନ ସକ୍ଷମ ହୋଇପାରୁ ନାହିଁ। ସେଥିପାଇଁ ନିଜ ଦେଶରେ ଯେଉଁସବୁ ଔଷଧ ତିଆରି କରାଯାଏ ତାହା ବି ତିଆରି କରାଯାଇ ପାରୁନାହିଁ। ଔଷଧ ଅଭାବରୁ ହସ୍ପିଟାଲ ଗୁଡ଼ିକରେ ସଢୁଛନ୍ତି ରୋଗୀ । ଔଷଧ ଓ ସରଞ୍ଜାମ ଅଭାବରୁ ଡାକ୍ତରମାନେ ସର୍ଜରି କରିପାରୁ ନାହାନ୍ତି।
ପାକିସ୍ତାନ ମିଡ଼ିଆ ରିପୋର୍ଟ ଅନୁସାରେ ହସ୍ପିଟାଲଗୁଡ଼ିକରେ ଗଚ୍ଛିତ ଥିବା ସର୍ଜରି ପାଇଁ ଆବଶ୍ୟକ ନିଶ୍ଚେତକ ଔଷଧ (ଆନାସ୍ଥେଟିକ୍ସ) ଆଉ ଦୁଇ ସପ୍ତାହରୁ ଅଧିକ ଯିବ ନାହିଁ।

ଫଳରେ ହାର୍ଟ, କ୍ୟାନସର ଓ କିଡ୍ନୀ ରୋଗୀମାନଙ୍କର ଜରୁରୀ ଅସ୍ତ୍ରୋପଚାର ଆଉ ସମ୍ଭବ ହୋଇ ପାରିବ ନାହିଁ। ଏଭଳି ପରିସ୍ଥିତି ଜାରି ରହିଲେ ଅନେକ ହସ୍ପିଟାଲ କର୍ମଚାରୀଙ୍କ ଚାକିରି ଯିବାର ବି ଆଶଙ୍କା ରହିଛି, ଯାହା ଦୁର୍ଦ୍ଦଶାକୁ ଆହୁରି ବୃଦ୍ଧି କରିବ ବୋଲି କୁହାଯାଇଛି। ଏହି ସମସ୍ୟା ପାଇଁ ଔଷଧ ନିର୍ମାତାମାନେ ଦେଶର ଆର୍ଥିକ ବ୍ୟବସ୍ଥାକୁ ଦାୟୀ କରିଛନ୍ତି। ଔଷଧ ଓ ସରଞ୍ଜାମ ଆମଦାନି ପାଇଁ ବାଣିଜ୍ୟିକ ବ୍ୟାଙ୍କ ଗୁଡ଼ିକ ଆଉ ଲେଟର ଅଫ୍ କ୍ରେଡିଟ୍ (ଏଲ୍ସି) ଇସ୍ୟୁ କରୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି।

ବ୍ୟୁରୋ ରିପୋର୍ଟ ଶପଥ ନ୍ୟୁଜ୍ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login