The Ultimate Managed Hosting Platform
ADVERTISEMENT

୨୦୨୩ ଜାନୁଆରୀରୁ ଡିସେମ୍ବର ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ

Facebook
Twitter
LinkedIn

ନୂଆବର୍ଷ ଭେଟି ଦେଲେ ରାଜ୍ୟ ସରକାର । ବର୍ଷେ ପାଇଁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ଅବଧି ବୃଦ୍ଧି କରାଯାଇଛି । ହିତାଧିକାରୀଙ୍କୁ ଆଉ ବର୍ଷେ ମାଗଣା ଚାଉଳ ପ୍ରଦାନ କରାଯିବ । ୨୦୨୩ ଜାନୁଆରୀରୁ ଡିସେମ୍ବର ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ ।

ଆଉ ବର୍ଷେ ଲୋକଙ୍କୁ ମାଗଣା ଚାଉଳ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଫଳରେ ମାସିକ ମୁଣ୍ଡପିଛା ୫ କେଜି ଚାଉଳ ମିଳିବ । ଏଥିପାଇଁ ରାଜକୋଷରୁ ଖର୍ଚ୍ଚ ହେବ ପ୍ରାୟ ୧୮୫ କୋଟି ।

ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ୨୦୧୮ରୁ ମିଳୁଛି ମାଗଣା ଚାଉଳ । ମହାମାରୀ ସମୟରୁ ସହାୟତା ସ୍ୱରୂପ ହିତାଧିକାରୀଙ୍କୁ ମିଳୁଛି ଚାଉଳ ଓ ଡାଲି । ପ୍ରାୟ ଦୁଇ ବର୍ଷରୁ ଅଧିକ ହେଲାଣି ରାଜ୍ୟ ସରକାର ଲୋକଙ୍କ ମାଗଣା ଚାଉଳ ପ୍ରଦାନ କରୁଛନ୍ତି ।  

ଏହା ପୂର୍ବରୁ ଡିସେମ୍ବର ୨୩ରେ କେନ୍ଦ୍ର ସରକାର ମାଗଣା ରାସନର ଅବଧି ବୃଦ୍ଧି କରିଥିଲେ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆଇନକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଥିଲା । ଫଳରେ ୮୧.୩ କୋଟି ଗରିବ ଲୋକଙ୍କୁ ବର୍ଷେ ଯାଏ ଅର୍ଥାତ୍‌ ୨୦୨୩ ମସିହା ଡିସେମ୍ବର ଯାଏ ମାଗଣାରେ ରାସନ୍‌ ପ୍ରଦାନ କରାଯିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

Operation Sindoor : ଭାରତ-ପାକ ଯୁଦ୍ଧ: ପାକିସ୍ତାନକୁ ଆମେରିକା ରାଷ୍ଟ୍ରପତିଙ୍କ କଡା ଚେତାବନୀ

ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ

ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।...

ADVERTISEMENT
ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲି : ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ...

Login