May 13, 2024 4:31 am

The Ultimate Managed Hosting Platform
ADVERTISEMENT

ଏକ ଖୋଲା ଜିପ୍‌ରେ କିଛି ପର୍ଯ୍ୟଟକ ଉଦ୍ୟାନ ଭିତରେ ବୁଲୁଥିବା ବେଳେ ହଠାତ୍ ଏକ ଗଣ୍ଡା ସେମାନଙ୍କୁ ଗୋଡ଼ାଇ ଆସିଥିଲା।

Facebook
Twitter
LinkedIn

ପର୍ଯ୍ୟଟକଙ୍କ ଆଡ଼କୁ ଗୋଡ଼ାଇ ଆସିଲା ଗଣ୍ଡା। ଏକ ଖୋଲା ଜିପ୍‌ରେ କିଛି ପର୍ଯ୍ୟଟକ ଉଦ୍ୟାନ ଭିତରେ ବୁଲୁଥିବା ବେଳେ ହଠାତ୍ ଏକ ଗଣ୍ଡା ସେମାନଙ୍କୁ ଗୋଡ଼ାଇ ଆସିଥିଲା। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଆସାମ ମାନସ ଜାତୀୟ ଉଦ୍ୟାନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।

ସୂଚନା ଅନୁସାରେ, ଏକ ଖୋଲା ଜିପ୍‌ରେ କିଛି ପର୍ଯ୍ୟଟକ ମାନସ ଜାତୀୟ ଉଦ୍ୟାନ ବୁଲୁଥିଲେ। ଏହି ସମୟରେ ଏକ ସିଙ୍ଗିଆ ଗଣ୍ଡା କିଛି ବାଟ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ଗୋଡ଼ାଇ ଥିଲା। ଆଉ ଜୀବନ ବଞ୍ଚାଇବାକୁ ଯାଇ ପର୍ଯ୍ୟଟକମାନେ ଗାଡ଼ି ଧରି ସ୍ପିଡ୍‌ରେ ଯାଉଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। 

ଭିଡିଓଟି ଗତ ଡିସେମ୍ବର ୨୯ ତାରିଖର ବୋଲି ଜଣାପଡ଼ିଛି। ଗଣ୍ଡାଟି କିଛି ବାଟ ଗୋଡ଼ାଇବା ପରେ ଅଟକି ଯାଇଥିଲା ଏଥିରେ ପର୍ଯ୍ୟଟକଙ୍କର କୌଣସି କ୍ଷତି ହୋଇନଥିବା ଜାତୀୟ ଉଦ୍ୟାନ କର୍ତ୍ତୃପକ୍ଷ କହିଛନ୍ତି।

ADVERTISEMENT
Facebook
Twitter
LinkedIn
ADVERTISEMENT

Recent News

ଆନ୍ଧ୍ରପ୍ରଦେଶ ; ଟ୍ରକରୁ ୮ କୋଟି ଜବତ

ଆନ୍ଧ୍ରପ୍ରଦେଶ ; ଟ୍ରକରୁ ୮ କୋଟି ଜବତ

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ଏନ୍ଟିଆର ଜିଲ୍ଲାର ଏକ ଚେକ୍ପୋଷ୍ଟରୁ ଗୁରୁବାର ଏକ ଟ୍ରକ୍ରୁ ୮ କୋଟି ନଗଦ ଟଙ୍କା ଜବତ କରାଯାଇଛି। ନିର୍ବାଚନୀ ପ୍ରକ୍ରିୟାରେ ଯାଞ୍ଚ ଚାଲିଥିବା ବେଳେ...

ADVERTISEMENT
ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯାଉ : ଧର୍ମେନ୍ଦ୍ର

ବିଜେଡିର ନିର୍ବାଚନୀ ଇସ୍ତାହାରକୁ ଧର୍ମେନ୍ଦ୍ରଙ୍କ କଟାକ୍ଷ

ଭୁବନେଶ୍ୱର: ବିଜେଡିର ନିର୍ବାଚନୀ ଇସ୍ତାହାରକୁ ଧର୍ମେନ୍ଦ୍ରଙ୍କ କଟାକ୍ଷ । ବିଜେଡିର ନିର୍ବାଚନୀ ଇସ୍ତାହାର ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ...

ଜେଲ ଗଲେ କେଜ୍ରିୱାଲ

ସୁପ୍ରିମକୋର୍ଟରେ କେଜ୍ରି୍ୱାଲଙ୍କ ଶୁଣାଣି ଆଜି, ମିଳିବ କି ଜାମିନ !

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ମିଳିବ କି ଅନ୍ତରୀଣ ଜାମିନ । ଆଜି ସୁପ୍ରିମକୋର୍ଟ ଏ ନେଇ ରାୟ ଦେଇପାରନ୍ତି । ଏହାପୂର୍ବରୁ...

Login