The Ultimate Managed Hosting Platform
ADVERTISEMENT

ଆସନ୍ତା ଫେବୃଆରୀ ମାସରୁ ଆରମ୍ଭ ହେଉଛି ସିବିଏସ୍ଇର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ା

Facebook
Twitter
LinkedIn

ଆସନ୍ତା ଫେବୃଆରୀ ମାସରୁ ଆରମ୍ଭ ହେଉଛି ସିବିଏସ୍ଇ(CBSE)ର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ା ଏନେଇ କେନ୍ଦ୍ରୀୟ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସିବିଏସ୍ଇ ଦଶମ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୧ରେ ଶେଷ ହେବ। ସେହିପରି ଦ୍ୱାଦଶ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ଏପ୍ରିଲ ୫ରେ ସରିବ। 

ଜାନୁଆରୀ ୨ରୁ ଫେବୃଆରୀ ୧୪ ଯାଏ ଚାଲିବ ପ୍ରାକ୍ଟିକାଲ୍‌ ପରୀକ୍ଷା। କୋଭିଡ୍ ସଂକ୍ରମଣ ଧୀରେ ଧୀରେ ବଢୁଥିବାରୁ ଚଳିତ ଥର କଟକଣାରେ ପ୍ରାକ୍ଟିକାଲ୍‌ ପରୀକ୍ଷା ହୋଇପାରେ। ଆସନ୍ତା ଜାନୁଆରୀ ମାସରେ ରୋଲ୍‌ ନମ୍ବର ଏବଂ ଆଡମିଟ୍‌ କାର୍ଡ ଜାରି କରାଯିବ ବୋଲି ସୂଚନା ମିଳିଛି। ଦଶମ ବୋର୍ଡ ପରୀକ୍ଷାର ସମସ୍ତ ପେପର୍ ଦିନ ସାଢ଼େ ୧୦ଟାରୁ ‌ଆରମ୍ଭ ହୋଇ ସାଢ଼େ ୧ଟାରେ ସରିବ।

ସେହିପରି ଦ୍ୱାଦଶ ବୋର୍ଡ ପେପର୍‌ରୁ ଆରମ୍ଭ ହୋଇ ସାଇକୋଲୋଜି ପେପର୍‌ରେ ସରିବ। ଏହି ପରୀକ୍ଷା ବି ସକାଳ ସାଢ଼େ ୧୦ଟାରୁ ଆରମ୍ଭ ହୋଇ ଦିନ ସାଢ଼େ ୧ଟାରେ ସରିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ଦଶମ ଏବଂ ଦ୍ୱାଦଶ ବୋର୍ଡର ସମସ୍ତ ପରୀକ୍ଷାସୂଚୀ ବୋର୍ଡର ୱେବ୍‌ସାଇଟ୍‌ cbse.nic.inରେ ଉପଲ୍ଲବ୍ଧ ଅଛି। 

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ସ୍ଥଗିତ, ପ୍ରଶ୍ନ ପତ୍ର ଲିକ କାରଣରୁ ସ୍ଥଗିତ

ଓଟିଇଟି ପ୍ରଶ୍ନପତ୍ର ଲିକ : ପ୍ରଧାନଶିକ୍ଷକ ନିଲମ୍ବିତ

ଭବାନୀପାଟଣା : ଓଟିଇଟି ପ୍ରଶ୍ନପତ୍ର ଲିକ୍ । ଗିରଫ ପ୍ରଧାନଶିକ୍ଷକ ନିଲମ୍ବିତ ହୋଇଛନ୍ତି । ପ୍ରଧାନଶିକ୍ଷକ ପ୍ରଶାନ୍ତ ଖମାରୀଙ୍କୁ ନିଲମ୍ବନ କଲା ଶିକ୍ଷା ବିଭାଗ । ସଦର...

ADVERTISEMENT
ଶ୍ରୀମନ୍ଦିର ଭିତରେ ବିଦେଶିନୀ

ଅସୁରକ୍ଷିତ ପୁରୀ ଶ୍ରୀମନ୍ଦିର : ପୁଣି ଧରାହେଲା ହିଡେନ କ୍ୟାମେରା

ପୁରୀ : ଅସୁରକ୍ଷିତ ପୁରୀ ଶ୍ରୀମନ୍ଦିର । ପୁଣି ଶ୍ରୀମନ୍ଦିରରୁ ଧରାହେଲା ହିଡେନ କ୍ୟାମେରା ଯୁକ୍ତ ଚଷମା । ପଶ୍ଚିମ ଦ୍ୱାର ନିକଟରୁ ଧରାପଡିଲା ହିଡେନ କ୍ୟାମେରା...

Login