The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଆସନ୍ତା ବର୍ଷ ଶେଷ ସୁଦ୍ଧା ଏହି ଅତ୍ୟାଧୁନିକ ରେଲୱେ ବ୍ରିଜର ସରିବ ନିର୍ମାଣ କାମ  

Facebook
Twitter
LinkedIn

ନୂଆ ଷ୍ଟାଇଲ୍‌ରେ ତିଆରି ହେବ ବହୁ ଚର୍ଚ୍ଚିତ ପାମ୍ବନ ବ୍ରିଜ୍ । ପର୍ଯ୍ୟଟକଙ୍କୁ ନୂଆ ରୂପରେ ସ୍ୱାଗତ କରିବ ପାମ୍ବନ । ବ୍ରିଜ୍‌କୁ ଏକ ନୂଆ ଟେକ୍‌ନୋଲୋଜିରେ କରାଯିବ ପ୍ରସ୍ତୁତ । ଯାହାକି ଟ୍ରେନ୍‌ ଯିବାବେଳେ ତଳେ ଥିବ । ଆଉ ଟ୍ରେନ୍‌ ଗଲା ପରେ ଉପରକୁ ଉଠିବ ବ୍ରିଜ୍ ।

ବଦଳିବ ପାମ୍ବନ ରେଲେଓ୍ୱ ବ୍ରିଜର ରୂପରେଖ । ପ୍ରଥମ ଥର ପାଇଁ ଭାରତରେ ରେଲେଓ୍ୱ ବ୍ରିଜ ଉପରକୁ ଉଠିବ । ସମୁଦ୍ର ଉପରେ ତିଆରି ଚାଲିଥିବା ନୂଆ ବ୍ରିଜରେ ୧୦୦ଟି ସ୍ପାନ ରହିବ । ଏଥିରୁ ୯୯ଟି ସ୍ପାନ୍ ୧୮.୩ ମିଟର ଲମ୍ବର ହୋଇଥିବା ବେଳେ ଆଉ ଏକ ସ୍ପାନର ଲମ୍ବ ୭୨.୫ ମିଟର ରହିବ । ଏହି ୭୨.୫ ମିଟର ଲମ୍ବର ସ୍ପାନ ଉପରକୁ ଉଠିବ । ଏହାଫଳରେ ବ୍ରିଜ ତଳେ ଜାହାଜ ଗୁଡିକ ଯାଇପାରିବ ।

ଆସନ୍ତା ବର୍ଷ ଶେଷ ସୁଦ୍ଧା ଏହି ଅତ୍ୟାଧୁନିକ ରେଲୱେ ବ୍ରିଜର ନିର୍ମାଣ କାମ ସରିବ । ରେଳ ବିକାଶ ନିଗମ ଲିମିଟେଡ ପକ୍ଷରୁ ସମୁଦ୍ର ଉପରେ ତିଆରି ହେଉଥିବା ବ୍ରିଜର ଲମ୍ବ ୨ କିଲୋମିଟର ୫୦ ସେମି ରହିଛି । ଏଥିପାଇଁ ବ୍ୟୟ ଅଟକଳ ରହିଛି ୫୩୫ କୋଟି ଟଙ୍କା । ତାମିଲନାଡୁର ରାମେଶ୍ୱରମ୍ ସହ ପାମ୍ବନକୁ ସଂଯୋଗ କରୁଥିବା ଏହି ବ୍ରିଜରେ ଏ୍ୟତିହ୍ୟ ସହ ଅତ୍ୟାଧୁନିକ କାରିଗରୀର ସମନ୍ୱୟ ଦେଖିବାକୁ ମିଳିବ । ଆମେରିକାର ହାଥ୍ରୋନ୍ ବ୍ରିଜ୍, ଅଷ୍ଟ୍ରେଲିଆର ରାଇଡ୍ ବ୍ରିଜ୍ ଓ ଫ୍ରାନ୍ସର ଜ୍ୟାକସ୍ ବ୍ରିଜ ଢାଞ୍ଚାରେ ଏହି ବ୍ରିଜ୍ ନିର୍ମାଣ ଚାଲିଛି । ପୂର୍ବରୁ ୧୯୧୪ ମସିହାରେ ସମୁଦ୍ର ଉପରେ ପାମ୍ବନ ବ୍ରିଜ ତିଆରି ହୋଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା

ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା

କଟକ : ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ । ଆବଶ୍ୟକ ହେଲେ ଦେଶଦ୍ରୋହ ମାମଲା ରୁଜୁ କରାଯିବ କହିଲେ ପୋଲିସ...

Login