The Ultimate Managed Hosting Platform
ADVERTISEMENT

ରାଜ୍ୟରେ କିଏ ଚଳାଉଛି ସରକାର

Facebook
Twitter
LinkedIn

ଓଡ଼ିଶା ସରକାରକୁ ଚଳାଉଛି କିଏ ? ମଞ୍ଚତଳୁ ଜନତାଙ୍କ ଉତ୍ତର ଆସିଲା, ଜଣେ ଅଫିସର। ନଡ୍ଡା କହିଲେ ତଦନ୍ତ କରିବି। ତୁମୁଡିବନ୍ଧ ସଭାମଞ୍ଚରୁ ଆଜି ଏମିତି ଢଙ୍ଗରେ ଭାଷଣ ଛଳରେ  ରାଜ୍ୟ ସରକାର ଙ୍କୁ ନିଶାନା କରି ଗୋଟିଏ ପରେ ପ୍ରସଙ୍ଗରେ ଉତ୍ତର ମାଗିଥିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଜେ.ପି. ନଡ୍ଡା। ତାସହ ନଡ୍ଡା ଅଭିଯୋଗ କରିଥିଲେ-ପ୍ରଦେଶର ହିତ କଥା କହୁଥିବା ନବୀନ, ରାଜ୍ୟର ୬୦ ଲକ୍ଷ ଲୋକଙ୍କୁ ଆୟୁଷ୍ମାନ ଭାରତ ଯୋଜନାରୁ ବଞ୍ଚିତ କରୁଛନ୍ତି। ମୋଦି ସ୍ବାସ୍ଥ୍ୟସେବା ଦେବାକୁ ଚାହୁଁଛନ୍ତି, ହେଲେ ସେଥିରେ ସେ ଅନ୍ତରାୟ ସାଜିଛନ୍ତି।

ଏଥିସହ ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର କାହିଁକି ସୁରକ୍ଷିତ ରଖାଯାଉନି ବୋଲି ନଡ୍ଡା ପ୍ରଶ୍ନ କରି ଅସଲି ଚାବି କୁଆଡ଼େ ଗଲା ବୋଲି ମୁଖ୍ୟମନ୍ତ୍ରୀ ଙ୍କଠୁ ଜବାବ ମାଗିଥିଲେ। ଏଥିସହ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଥିଲେ ନଡ୍ଡା। NCRB ରିପୋର୍ଟ ଅନୁସାରେ ମହିଳା ନିର୍ଯାତନା ଓଡ଼ିଶା ରେ ଦ୍ୱିଗୁଣିତ ହୋଇଛି। ସବୁଠୁ ଅଧିକ ମହିଳା ଓ ମାନବ ଚାଲାଣ ଓଡ଼ିଶାରୁ ହେଉଛି। ଓଡ଼ିଶା ପୋଲିସ ଉପରେ ସବୁଠୁ ଅଧିକ ଆକ୍ରମଣ ହୋଇଛି। ଯେଉଁଠି ରକ୍ଷକ ନିଜେ ଅସୁରକ୍ଷିତ, ସେ କିପରି ସୁରକ୍ଷା ଦେବ ବୋଲି ନଡ୍ଡା ପ୍ରଶ୍ନ କରିବା ସହ କ୍ଷମତାରେ ଥିବା ସରକାରକୁ ଆଉ ରଖାଯିବା ଉଚିତ୍ କି ବୋଲି ପ୍ରଶ୍ନ କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login