The Ultimate Managed Hosting Platform
ADVERTISEMENT

ଜିରୋ ନାଇଟ୍ ସେଲିବ୍ରେସନ ପାଇଁ କାଉଣ୍ଟଡାଉନ୍

Facebook
Twitter
LinkedIn

ଆଉ ମାତ୍ର ଦିନ କେଇଟାର ଅପେକ୍ଷା ବିଦାୟ ନେବ ବର୍ଷ ୨୦୨୨ । ଆସିବ ନବବର୍ଷ ୨୦୨୩ । ନୂଆ ବର୍ଷକୁ ସ୍ୱାଗତ ପାଇଁ ସଭିଏଁ ଉତ୍ସାହିତ ଥିବା ବେଳେ ଏବେଠୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଜିରୋ ନାଇଟ୍ ସେଲିବ୍ରେସନ ଲାଗି ଟ୍ୱିନସିଟିରେ ଚାଲିଛି ବ୍ୟାପକ ଆୟୋଜନ । କେଉଁଠି ଓଲିଉଡ ନାଇଟ ତ ପୁଣି କେଉଁଠି ବଲିଉଡ କଳାକାରଙ୍କ ସହ ରସିଆନ ଡ୍ୟାନସରଙ୍କ ଡ୍ୟାନ୍ସରେ ଝୁମିବେ ଦର୍ଶକ ।

ଜିରୋ ନାଇଟ୍ ସେଲିବ୍ରେସନ ପାଇଁ କାଉଣ୍ଟଡାଉନ୍ । ସଜେଇ ହେଲାଣି ବିଭିନ୍ନ ହୋଟେଲ୍ ଓ କ୍ଲବ୍ । ଚିକମିକ୍ ଲାଇଟ୍ ସାଙ୍ଗକୁ ରଙ୍ଗ ବେରଙ୍ଗର ବେଲୁନରେ ଚାଲିଛି ସାଜସଜା । ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ୱାଗତ ପାଇଁ କଟକର ବିଭିନ୍ନ କ୍ଲବ ଏବଂ ହୋଟେଲରେ ଚାଲିଛି ଜୋରଦାର ଆୟୋଜନ । ଚଳିତ ବର୍ଷ ଓସିଏ କ୍ଲବରେ ଓଡିଆ ଷ୍ଟାର୍ ତଥା ବଲିଉଡ୍ ସିଙ୍ଗର ରୁତୁରାଜ ମହାନ୍ତି, ରକିଂ ଆଣ୍ଡ ପପିଂ ଷ୍ଟାର ହରିହରଙ୍କ ସହ ରସିଆନ ବେଲି ଡ୍ୟାନ୍ସ ମୁଖ୍ୟ ଆକର୍ଷଣ ରହିବ ।

ସେହିପରି ୟୁନିୟନ କ୍ଲବରେ ଓଲିଉଡ କଳାକାରଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ଓଲିଉଡ ନାଇଟ ସହ ଫ୍ୟାସନ ଶୋ ଏବଂ କୋଲକାତାର ଡ୍ୟାନ୍ସ ଗ୍ରୁପର ନୃତ୍ୟ ପରିବେଷଣ କାର୍ଯ୍ୟକ୍ରମ ରହିଛି । କଟକ କ୍ଲବରେ ମଧ୍ୟ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ମୁମ୍ବାଇରୁ ଡ୍ୟାନ୍ସ ଗ୍ରୁପ୍ ଆସୁଛନ୍ତି । ଏଥିସହ ଅନେକ ବଲିଓଡ ଓ ଓଲିଉଡ଼ କଳାକାରଙ୍କ କାର୍ଯ୍ୟକ୍ରମ ରହିଛି ।

ରଂଗାରଂଗ କାର୍ଯ୍ୟକ୍ରମ ସହ ବିଭିନ୍ନ ହୋଟେଲରେ ମଧ୍ୟ ଫୁଡକୋର୍ଟର ବ୍ୟବସ୍ଥା ହେଉଛି । ଷ୍ଟାଟର ସହ ଭେଜ୍, ନନଭେଜ, ଚାଇନିଜ, କଣ୍ଟିନେଣ୍ଟାଲ, ଫୁଡ ସହ ଅନଲିମିଟେଡ ଡ୍ରିଙ୍କସ ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ଜିରୋ ନାଇଟ୍ ଓ ନୂଆବର୍ଷକୁ ଶାନ୍ତି ଶୃଙ୍ଖଳାର ସହ ପାଳନ ଲାଗି କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । କଟକରେ ପୋଲିସ ପାଟ୍ରୋଲିଂ ବଢ଼ାଯିବା ସହ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଥିବା ଡିସିପି କହିଛନ୍ତି ।

କୋଭିଡ୍ କଟକଣା କୋହଳ ହେବା ପରେ ଗତ ଦୁଇ ବର୍ଷର ବ୍ୟବଧାନରେ ଧୁମଧାମରେ ଜିରୋ ନାଇଟ୍ ସେଲିବ୍ରେସନ ହେବାକୁ ଯାଉଛି । ଖୁବ୍ ମଜାମସ୍ତିର ସହ ନୂଆ ବର୍ଷକୁ ସ୍ୱାଗତ କରିବା ଲାଗି ଲୋକେ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login