The Ultimate Managed Hosting Platform
ADVERTISEMENT

ଖୁବ୍‌ଶୀଘ୍ର ଭୁବନେଶ୍ୱରରୁ ବ୍ୟାଙ୍କକ୍-ଦୁବାଇ-ସିଙ୍ଗାପୁରକୁ ଉଡ଼ିବ ବିମାନ

Facebook
Twitter
LinkedIn

ଖୁବ୍ ଶୀଘ୍ର ଭୁବନେଶ୍ୱରରୁ ବ୍ୟାଙ୍କକ୍, ଦୁବାଇ, ସିଙ୍ଗାପୁର ଉଡ଼ିବ ବିମାନ । ଏନେଇ ବିମାନ ଚଳାଚଳ କଂପାନୀ ପକ୍ଷରୁ ଆସିଥିବା ବିଡ୍‌କୁ ମଂଜୁରୀ ମିଳିଛି । ବିମାନ ଚଳାଚଳ କଂପାନୀଠାରୁ ଏନେଇ ଟେଣ୍ଡର ଆହ୍ୱାନ ହୋଇଥିଲା । ଇଣ୍ଡିଗୋ ଏଥିପାଇଁ ବିଡ୍ ଦେଇଛି । ତାକୁ କ୍ୟାବିନେଟ ମଂଜୁର କରିଛି । ମାସେ, ଦେଢ଼ମାସ ମଧ୍ୟରେ ଉକ୍ତ ୩ଟି ଜାଗାକୁ ବିମାନ ଚଳାଚଳ ଆଶା ରହିଛି । କ୍ୟାବିନେଟରେ ନିଷ୍ପତ୍ତି ନେଇ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଏହି ସୂଚନା ଦେଇଛନ୍ତି ।

ଅନ୍ୟପଟେ ରାଜ୍ୟ କ୍ୟାବିନେଟରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ରାଜ୍ୟରେ ଶିଳ୍ପାୟନ ପାଇଁ ବି ଆସିବ ଏମ୍ଏସ୍ଏମ୍ଇ ନୀତି । ରାଜ୍ୟ କ୍ୟାବନେଟ୍ ବୈଠକରେ ଏନେଇ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏମ୍ଏସ୍ଏମ୍ଇ ପାଇଁ ନୂଆ ନୀତି ଆସିବ । ସେହିଭଳି ଗ୍ରାଣ୍ଟ ଇନ୍ ଏଡ୍ ପ୍ରାପ୍ତ ଶିକ୍ଷକଙ୍କ ପ୍ରତି ୭ମ ବେତନ କମିଶନ ଲାଗୁ ହେବ । ଅନୁଦାନପ୍ରାପ୍ତ ବେସରକାରୀ ହାଇସ୍କୁଲ, ୟୁପି ସ୍କୁଲ, ମଦ୍ରାସା ଶିକ୍ଷକ ପାଇବେ ମୋଟା ଦରମା । ଏହାଦ୍ୱାରା ମୋଟ ୨୬ ହଜାର ୧୬୪ ଶିକ୍ଷକ ଏବଂ କର୍ମଚାରୀ ଉପକୃତ ହେବେ । ୧୦୦% ଅନୁଦାନ ପାଉଥିବା ଶିକ୍ଷକ, କର୍ମଚାରୀ ପାଇବାକୁ ଯୋଗ୍ୟ ବିବେଚିତ ହେବେ । ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ୨୮୦ କୋଟି ଖର୍ଚ୍ଚ କରିବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login