ମଥୁରାର ସ୍ଥାନୀୟ ଅଦାଲତ ଶ୍ରୀକୃଷ୍ଣ ଜନ୍ମସ୍ଥାନ ଓ ଶାହୀ ମସଜିଦ ବିବାଦ ମାମଲାରେ ବିବାଦିତ ଜମିକୁ ସର୍ଭେ କରିବାକୁ ନର୍ଦ୍ଦେଶ ଦେଇଛନ୍ତି । ହିନ୍ଦୁସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତାଙ୍କ ଦାବି ଉପରେ ଶୁଣାଣି କରି ଜଷ୍ଟିସ ତୃତ୍ରୀ ସୋନିକା ବର୍ମା ଏହି ଆଦେଶ ଦେଇଛନ୍ତି । ଏବେ ଏହି ମାମଲାର ପରବତ୍ତୀ ଶୁଣାଣି ଜାନୁଆରୀ ୨୦ ତାରିଖରେ ହେବ ।

ବିଷ୍ଣୁ ଗୁପ୍ତାଙ୍କ ଓକିଲ ଶୈଲେଶ ଦୁବେ କହିଛନ୍ତି କି ଏହି ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି କି, ବିବାଦୀୟ ଜମି ଉପରେ ଏବେ ଅମିନ ସର୍ଭେ ହେବ । ଏହାସହ ଏହି ସର୍ଭେ ରିପୋର୍ଟ ଜାନୁଆରୀ ୨୦ରେ ହେବାକୁ ଥିବା ଆଗାମୀ ଶୁଣାଣି ବେଳେ କୋର୍ଟରେ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପଟେ ଓକିଲ ଶୈଳେଶ ଦୁବେ କହିଛନ୍ତି କି ଜାନୁଆରୀ ୨ ତାରିଖରୁ ସର୍ଭେ କାର୍ଯ୍ୟ ଆରମ୍ଭ କରାଯିବ ।
Views: 110











