The Ultimate Managed Hosting Platform
ADVERTISEMENT

କେ. ଶ୍ରୀକାନ୍ତ : ବିଡବଲ୍ୟୁଏଫ୍ ବିଶ୍ୱ ଚାମ୍ପିଅନସିପରେ ଜିତିଲେ ରୌପ୍ୟ

Facebook
Twitter
LinkedIn

ତାରକା କିଦାମ୍ବି ଶ୍ରୀକାନ୍ତ ଚଳିତ ବର୍ଷ ବିଡବ୍ଲ୍ୟୁଏଫ୍‌ ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ରୌପ୍ୟ ପଦକ ଜିତି ଭାରତ ପାଇଁ ଇତିହାସ ରଚିଛନ୍ତି । ଭାରତର ପ୍ରଥମ ପୁରୁଷ ଖେଳାଳି ଭାବେ ଶ୍ରୀକାନ୍ତ ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ରୌପ୍ୟ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି । ରବିବାର ଅନୁଷ୍ଠିତ ଫାଇନାଲ୍‌ ମୁକାବିଲାରେ ଶ୍ରୀକାନ୍ତ ଉନ୍ନତ ଖେଳ ପ୍ରଦର୍ଶନ କରିଥିଲେ ହେଁ ସିଙ୍ଗାପୁର ବିସ୍ମୟ ଲୋ କିନ୍‌ ୟୁଙ୍କ ଠାରୁ ୧୫-୨୧, ୨୦-୨୨ ଗେମ୍‌ରେ ପରାଜିତ ହୋଇଥିଲେ । ଉଭୟ ଗେମ୍‌ ଆରମ୍ଭରୁ ଶ୍ରୀକାନ୍ତ ଅଗ୍ରଣୀ ହାସଲ କରିଥିଲେ ହେଁ ପରବର୍ତ୍ତୀ ପର୍ଯ୍ୟାୟରେ ଲୋ କିନ୍‌ ଲଢୁଆ ପ୍ରତ୍ୟାବର୍ତ୍ତନ କରିବାରେସଫଳ ହୋଇଥିଲେ ।

ଭାରତୀୟ ପୁରୁଷ ଖେଳାଳିଙ୍କ ମଧ୍ୟରେ ଶ୍ରୀକାନ୍ତଙ୍କ ପୂର୍ବରୁ ୧୯୮୩ରେ ପ୍ରକାଶ ପାଦୁକୋନ ଓ ୨୦୧୯ରେ ବି ସାଇ ପ୍ରଣୀତ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଚଳିତ ବର୍ଷ ଶ୍ରୀକାନ୍ତଙ୍କ ବ୍ୟତୀତ ଲକ୍ଷ୍ୟ ସେନ୍‌ ମଧ୍ୟ ବ୍ରୋଞ୍ଜ ପଦକ ଜିତି ଭାରତୀୟ ବ୍ୟାଡମିଣ୍ଟନରେ ସଫଳ ଫର୍ଦ୍ଦ ଯୋଡିଥିଲେ । ଏକମାତ୍ର ଭାରତୀୟ ଭାବେ ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ପିଭି ସିନ୍ଧୁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ୨୦୧୯ ବିଶ୍ୱ ଚାମ୍ପିଅନ୍‌ସିପ୍‌ ଫାଇନାଲରେ ସେ ଜାପାନର ନୋଜୋମି ଓକୁହାରାଙ୍କୁ ହରାଇ ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲେ । ସିନ୍ଧୁଙ୍କ ନାମରେ ୫ଟି ବିଶ୍ୱ ଚାମ୍ପିଅନ୍‌ସିପ୍‌ (୧ସ୍ୱର୍ଣ୍ଣ, ୨ରୌପ୍ୟ, ୨ବ୍ରୋଞ୍ଜ)ପଦକ ରହିଛି । ସାଇନା ନେହୱାଲ ୨୦୧୫ରେ ରୌପ୍ୟ ଓ ୨୦୧୭ରେ ବ୍ରୋଞ୍ଜ ପଦକ ଜିତିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login