The Ultimate Managed Hosting Platform
ADVERTISEMENT

ଅଙ୍ଗନୱାଡ଼ି ପାଚିକା ଚୟନରେ ବ୍ୟାପକ ଅନିୟମିତତା ଅଭିଯୋଗ ।

Facebook
Twitter
LinkedIn

ଅଙ୍ଗନୱାଡ଼ି ପାଚିକା ଚୟନରେ ଅନିୟମିତତା ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ରଘୁନାଥପୁର ପଞ୍ଚାୟତରୁ। ତେବେ ଏହା ପ୍ରଥମ ଅଭିଯୋଗ ନୁହଁ। ଏଭଳି ଅଭିଯୋଗ ସାରା ଓଡ଼ିଶାରୁ ବିଭିନ୍ନ କୋଣ ଅଣୁକୋଣ ରୁ ଆସୁଥିଲେ ବି ସରକାର, ପ୍ରଶାସନ ଓ ବିଭାଗ ଏଥି ପ୍ରତି ଯତ୍ନବାନ୍ ହେଉନାହିଁ। ଅଭିଯୋଗ ମୁତାବକ ବେଲି ଅଙ୍ଗନୱାଡ଼ି କେନ୍ଦ୍ରରେ ଆଜକୁ ତିନି ବର୍ଷ ହେବ ପାଚିକା ପଦବୀ ଶୂନ୍ୟ ରହିଥିଲା। ତେବେ ଏନେଇ ବିଭାଗ ପକ୍ଷରୁ ବାରମ୍ବାର ପଦବୀ ପୂରଣ ପାଇଁ ପଦକ୍ଷେପ ନିଆ ଯାଇଥିଲେବି,ଚୟନ ବେଳେ ଅନିୟମିତତା ହେଉଥିବା ଅଭିଯୋଗ କୁ କେନ୍ଦ୍ରକରି ବାରମ୍ବାର ସପକ୍ଷବାଦି ଓ ବିପକ୍ଷବାଦି ମୁହାଁମୁହିଁ ହୋଇ, ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ସହିତ ଥାନାରେ ମଧ୍ୟ ମାମଲା ରୁଜୁ ହୋଇଛି। ତେବେ ଯଦି ଚୟନ ବା ନିଯୁକ୍ତି ପ୍ରକ୍ରିୟାକୁ କେନ୍ଦ୍ର କରି, ପୂର୍ବରୁ କୌଣସି ଅଙ୍ଗନୱାଡ଼ି କେନ୍ଦ୍ରରେ ଆଇନ ଶୃଙ୍ଖଳା ପରିସ୍ଥିତି ହୋଇଥାଏ ବା ଉପୁଜିବାର ସମ୍ଭାବନା ଥାଏ ତେବେ ସେହି କ୍ଷେତ୍ରରେ ବିଭାଗୀୟ କାର୍ଯ୍ୟାଲୟ ରେ ଚୟନ୍ ପ୍ରକ୍ରିୟା କରାଯିବାର ନିୟମ ରହିଛି।ମାତ୍ର ଉକ୍ତ ନିୟମକୁ ଅଣଦେଖା କରି,ବିଭାଗ ପକ୍ଷରୁ ଗତ ୬ ତାରିଖ ମଙ୍ଗଳବାର ବେଲି ଅଙ୍ଗନୱାଡି କେନ୍ଦ୍ରରେ ପାଚିକା ଚୟନ ପ୍ରକ୍ରିୟା ହୋଇଯାଇଛି। ଏ ନେଇ ଦରଖାସ୍ତ କାରୀ ଦେବକୀ ରଣା,ମାଳତୀ ବେହେରା,ବାସନ୍ତୀ କାମୀଳା ସମେତ ଗ୍ରାମର ବହୁ ମହିଳା ନିଜକୁ ଅସୁରକ୍ଷିତ ମଣିବା ସହିତ ,ଅବାଧ ନିରପେକ୍ଷ ଚୟନ ପ୍ରକ୍ରିୟା ପାଇଁ , ଡିସେମ୍ବର ୬ ତାରିଖକୁ ବାତିଲ କରିବା ସହିତ, ବିଭାଗୀୟ କର୍ଯ୍ୟାଲୟ ରେ ଚୟନ ପ୍ରକ୍ରିୟା କରିବାକୁ ବସ୍ତା

ସିଡିପିଓ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବାଲେଶ୍ଵର, ଓ ଉପ ଜିଲ୍ଲାପାଳ ବାଲେଶ୍ଵର ଙ୍କ ନିକଟରେ ଅଭିଯୋଗ କରିଥିଲେ। ମାତ୍ର ବିଭାଗ ଉକ୍ତ ଅଭିଯୋଗକୁ ଅଣ ଦେଖାକରିବା ସହିତ, ସରକାରୀ ନୀତିନିୟମକୁ ଫୁ କରି ଗତ ୬ ତାରିଖ ରେ ବେଲି ଅଙ୍ଗନୱାଡ଼ି କେନ୍ଦ୍ର ପରିସରରେ ଚୟନପ୍ରକ୍ରିୟା କରାଯିବା ସହିତ ସଂଯୁକ୍ତା ନାୟକ ଙ୍କୁ ପାଚିକା ଭାବେ ନିଯୁକ୍ତି ଦେଇଛି । ତେବେ ପାଚିକା ପାଇଁ ଆବେଦନ କରିଥିବା ଦରଖାସ୍ତ କାରୀ ଓ ଅଭିଯୋଗ କାରୀ ନିଜକୁ ଅସୁରକ୍ଷିତ ମଣି ଅଂଶ ଗ୍ରହଣ କରି ପାରିନଥିଲେ। ତେଣୁ ଉକ୍ତ ଚୟନ ପ୍ରକ୍ରିୟା ଓ ନିଯୁକ୍ତି ବେଆଇନ ଅଟେ।ଏଥିରେ ବ୍ୟାପକ ଅନୀୟମିତତା ହୋଇଥିବା ଅଭିଯୋଗ ଆଣି ଉକ୍ତ ନିଯୁକ୍ତିକୁ ଖାରଜ କରିବାକୁ ପ୍ରଶାସନ ନିକଟରେ ଫେରାଦ ଦିଆଯାଇଛି। ତେବେ ନ୍ୟାୟ ନ ମିଳିଲେ ଆଇନର ଆଶ୍ରୟ ନିଆଯିବ ବୋଲି ସୂଚନା ଦେଇଛନ୍ତି ଅଭିଯୋଗ କାରୀ।
ଅନ୍ୟ ପଟେ ବସ୍ତା ସିଡିପିଓ ଦିପ୍ତିରାଣୀ ସିଂ କୌଣସି ଅନିୟମିତତା ହୋଇ ନାହିଁ। ସରକାରୀ ନୀତିନିୟମ ଅନୁଯାୟୀ ପୋଲିସ ଉପସ୍ଥିତିରେ ଶାନ୍ତିଶୃଙ୍ଖଳା ଭିତରେ ଚୟନ ପ୍ରକ୍ରିୟା ହୋଇଥିବା ନେଇ ସୂଚନା ଦେଇଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login