
କଟକ: ବଡ଼ମ୍ବା, ନରସିଂହପୁର ଟାଙ୍ଗୀ ଓ ଖୋର୍ଦ୍ଧାର ଲେକମାନଙ୍କ ଜାତାୟତର ସୁବିଧା ପାଇଁ ନିର୍ମିତ ହୋଇଥିବା ‘ଟି’ ସେତୁର ଲୋକାର୍ପଶ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ଏହି ଦୀର୍ଘତମ ସେତୁର ଉଦଘାଟନ କରାଯିବାକୁ ନିସ୍ପତ୍ତି ହୋଇଥିବା ଜଣା ପଡ଼ିଛି । ଏଠାକାର ଲୋକମାନଙ୍କ ଅନୋରୋଧ କ୍ରମେ ଆବଶ୍ୟକତାକୁ ନଜରରେ ରଖି ୨୦୧୪ ମସିହା ଫେବୃଆରୀ ୨୮ ରେ ଏହି ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା ।
ପ୍ରତି ବର୍ଷ ବଡ଼ମ୍ବା ବ୍ଲକ ଗୋପିନାଥପୁର ସ୍ଥିତ ବାବା ସିଂହନାଥଙ୍କ ପ୍ରସିଦ୍ଧ ବାଲି ମକର ମେଳା ପାଇଁ ସମାଗମ ହେଉଛି । ତେଣୁ ଲୋକମାନେ ଯିବା ଆସିବା କରିବାକୁ ମହାନଦୀରେ ପ୍ରତିବର୍ଷ ୧୪ ରୁ ୧୫ ଳକ୍ଷ ଟଙ୍କା ବ୍ୟୟରେ ଏକ ମାଟି ଅସ୍ଥାୟି ରାସ୍ତା ନିର୍ମାଣ କରଯାଉଥିଲା । ଯାହାକି ପୁଣି ଭୁସୁଡ଼ି ପଡ଼ୁଥିଲା । ତେବେ ଜନସାଧାରଣଙ୍କ ଅନୋରୋଧ କ୍ରମେ ମୁଖ୍ୟମନ୍ତ୍ରୀ ଏହି ସେତୁ ନିର୍ମାଣ ପାଇଁ ଅନୁମତି ଦେଇଥିଲେ । ଫଳରେ ୧୩୧କୋଟି ଟଙ୍କା ବ୍ୟୟରେ ଏହି ବିଶାଳ ସେତୁ ନିର୍ମାଣ ହୋଇଛି । ଯାହାଦ୍ୱାରା କଟକ ଜିଲ୍ଲା ସମେତ ଖୋର୍ଦ୍ଦା ଜିଲ୍ଳାର ଜନସାଧାରଣ ଓ ଲକ୍ଷ ଲକ୍ଷ ପର୍ଯ୍ୟଟକ ମଧ୍ୟ ଉପକୃତ ହୋଇପାରିବେ ।