The Ultimate Managed Hosting Platform
ADVERTISEMENT

ସରିଲା ନାଟମଣ୍ଡପ ଅନୁଧ୍ୟାନ, ୨୦୨୩ ମାର୍ଚ୍ଚ ସୁଦ୍ଧା ସରିବ ମରାମତି କାମ

Facebook
Twitter
LinkedIn

ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ  ସଂସ୍ଥା ଏ ଏସ୍ ଆଇ ପକ୍ଷରୁ  ଶ୍ରୀମନ୍ଦିର ନାଟମଣ୍ଡପର ଅନୁଧ୍ୟାନ କାମ ସରିଛି। ଏ ଏସ୍ ଆଇ ବିଶେଷଜ୍ଞ ଟିମ, ଶ୍ରୀମନ୍ଦିର ପ୍ରଶାସନ ଓ ଏ ଏସ ଆଇର ଅଧିକାରୀଙ୍କ ସମେତ ରାଜ୍ୟସରକାରଙ୍କ ପ୍ରତିନିଧି  ନାଟମଣ୍ଡପ ଫାଟକୁ ଅନୁଧ୍ୟାନ କରିଛନ୍ତି। ନାଟମଣ୍ଡପରେ ଲଗାଯାଇଥିବା କ୍ରାକ ମିଟର ରିଡିଙ୍ଗ ଉପରେ ଗୁରୁତ୍ୱ ଦିଆଯିବ। ଶ୍ରୀମନ୍ଦିର ନାଟମଣ୍ଡପ ସ୍ତମ୍ଭରେ ଓ ବିମର ମରାମତି ସମ୍ପର୍କରେ ସବିଶେଷ  ଆଲୋଚନା ହୋଇଛି। ଦୁଇ ପ୍ରକାରର ମରାମତି ପାଇଁ ଏଏସଆଇ ପ୍ରସ୍ତାବ ଦେବ। ମାର୍ଚ୍ଚ ୨୦୨୩ ସୁଦ୍ଧା ନାଟମଣ୍ଡପର ମରାମତି କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆମିକସ କ୍ୟୁରି ଏକେ ମୋହାନ୍ତିଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ନାଟମଣ୍ଡପ ବିମରେ ଥିବା ଫାଟ ମେଲୁଛି କି ନାହିଁ ତାହାର ତର୍ଜମା କରାଯାଇଛି। ଗରୁଡ଼ ସ୍ତମ୍ଭ ଉପର ବିମରେ ଉପୁଜିଥିବା ଫାଟକୁ ଅତି ନିଖୁଣ ଭାବରେ ଯାଞ୍ଚ କରାଯାଇଛି।  ଏହି ଫାଟ ମେଲୁଛି କି ନାହିଁ  ଏବଂ ବିପଦ ରହିଛି କି ନାହିଁ କ୍ରାକ ମିଟର ରିଡିଙ୍ଗ ମାଧ୍ୟମରେ ତର୍ଜମା କରାଯାଇଛି। ସେପଟେ ପୂର୍ବରୁ ସେପ୍ଟେମ୍ବର ୧୭ରେ ହାଇକୋର୍ଟଙ୍କ ନିର୍ଦେଶକ୍ରମେ ଆମିକସ କ୍ୟୁରି ଏନକେ ମହାନ୍ତି ଆସି ନାଟମଣ୍ଡପ ସ୍ଥିତି ଅନୁଧ୍ୟାନ କରିଥିଲେ । ମାର୍ଚ୍ଚ ୨୦୨୩ ସୁଦ୍ଧା ନାଟମଣ୍ଡପର ମରାମତି କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପୂର୍ବରୁ ୨୦୨୦ ରେ ରିବାଉଣ୍ଡ ହାମର ଟେଷ୍ଟ ଏବଂ ପଥର ଗୁଡିକର ଅଲ୍ଟ୍ରାସାଉଣ୍ଡ ପଲ୍ସ ଭେଲୋସିଟି ଟେଷ୍ଟ ସରିଥିଲା। ହେଲେ ଚୂନ ପଥର ତଳର ସ୍ଥିତି ଏହି ଦୁଇ ପରୀକ୍ଷାରୁ ଜଣାପଡିନଥିଲା । ଏହି କାରଣରୁ କ୍ରାକ ମିଟର ରିଡିଙ୍ଗ ପାଇଁ ସୁପାରିଶ କରିଥିଲା କୋର କମିଟି । ସେପଟେ ପୂର୍ବରୁ କ୍ରାକ ମିଟର ଠିକରେ ସ୍ଥାପନ ହୋଇନଥିବା ଦର୍ଶାଇଥିଲେ ଆମିକସ କ୍ୟୁରି। ନାଟମଣ୍ଡପ ସମେତ ଶ୍ରୀମନ୍ଦିରର ଅନେକ ସ୍ଥାନରେ ଫାଟ ରହିଥିବା ସ୍ପଷ୍ଟ ହୋଇଥିବା ବେଳେ ଏବେ ଉଚ୍ଚସ୍ତରୀୟ ଟିମ୍ ଆସିବା ଦ୍ୱାରା ଡ୍ୟାମେଜ କଣ୍ଟ୍ରୋଲ ହୋଇପାରିବ କୁହାଯାଇଛି। ଏ ଏସ ଆଇ ଅତିରିକ୍ତ ଡିଜି, ଏ ଏସ ଆଇ ସଂରକ୍ଷଣ ବିଭାଗ ନିର୍ଦ୍ଦେଶକ, ଭୁବନେଶ୍ୱର ମଣ୍ଡଳ ଏଏସଆଇ ଅଧିକ୍ଷଣ ଯନ୍ତ୍ରୀ ଏହି ଟିମ୍ ନାଟମଣ୍ଡପର ଅନୁଧ୍ୟାନ କରିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login