The Ultimate Managed Hosting Platform
ADVERTISEMENT

ଟ୍ବିଟ୍‌ର ୨.୦ ଫଟୋ; ଶେୟାର କଲେ ମସ୍କ, 

Facebook
Twitter
LinkedIn

 ଗତ ମାସରେ ଟ୍ବିଟର ଅଧିଗ୍ରହଣ କରିଛନ୍ତି ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ୍‌ । ମସ୍କ କମ୍ପାନୀର ଅଧିଗ୍ରହଣ କରିବା ପରଠାରୁ ଟ୍ବିଟରରେ ଅନେକ ପରିବର୍ତ୍ତନ ହୋଇଛି। ଯାହାକୁ ନେଇ ବେଶ୍ ଚର୍ଚ୍ଚା ମଧ୍ୟ ହୋଇଛି। ଯେଉଁଥିରେ ପ୍ରମୁଖ ଥିଲା ଟ୍ବିଟରରୁ ଅଧାରୁ ଅଧିକ କର୍ମଚାରୀଙ୍କୁ ଛଟେଇ ।

ଏହାରି ମଧ୍ୟେର ରବିବାର ଏଲନ ମସ୍କ୍‌ ରବିବାର ଟ୍ବିଟର ୨.୦- ଦ ଏଭ୍ରିଥିଙ୍ଗ୍ ଆପ୍‌ର ଖୁଲାସା କରିଛନ୍ତି। ସେ କହିଛନ୍ତି ପ୍ଲାଟଫର୍ମରେ ନୂଆ ୟୁଜର୍ସ ଲଗାତାର ସାଇନଅପ୍ କରୁଛନ୍ତି ଏବଂ ନୂଆ ସାଇନ ଅପ୍ ଆକାଉଣ୍ଟ ସଂଖ୍ୟା ଏପର୍ଯ୍ୟନ୍ତର ସବୁଠୁ ଅଧିକ ସ୍ତରରେ ରହିଛି। କମ୍ପାନୀ ମିଟିଂରେ ମସ୍କ ଶେୟାର କରିଥିବା ସ୍ଲାଇଡ୍ସକୁ ମଧ୍ୟ ଶେୟାର କରିଛନ୍ତି ଏବଂ କମ୍ପାନୀ ଏବେ ସକ୍ରିୟ ଭାବରେ କର୍ମଚାରୀଙ୍କୁ ନିଯୁକ୍ତି କରୁଛି ବୋଲି କହିଛନ୍ତି।

ସେ ଆହୁରି ମଧ୍ୟ କମ୍ପାନୀର କିଛି ଗାଇଡଲାଇନ ଟ୍ବିଟର କର୍ମଚାରୀଙ୍କ ସହ ଶେୟାର କରିବା ସହ କହିଛନ୍ତି ଯେ ବିଶ୍ବ ସ୍ତରୀୟ ସପ୍ଟଓୟାର ବିଶେଷଜ୍ଞ ଟ୍ବିଟର ସହ ଯୋଡ଼ି ହେଉଛନ୍ତି। ଏହି ସ୍ଲାଇଡ୍‌ରେ ମସ୍କ କହିଛନ୍ତି ଯେ ଟ୍ବିଟରର ନୂଆ ଭର୍ଜନ ଏଣ୍ଟରଟେନମେଣ୍ଟ ଏବଂ ଭିଡିଓ ସହ ବିଜ୍ଞାପନ ଉପରେ ଧ୍ୟାନ କେନ୍ଦ୍ରିତ କରିବ। ଏହା ସହ ହେଟ୍ ସ୍ପିଚ୍ ପ୍ରଭାବ କମିଥିବା ନେଇ ମଧ୍ୟ ମସ୍କ କହିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login