
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ‘ଡିଡିସିଇ’ର ଜଣେ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଭିଜିଲାନ୍ସ ପକ୍ଷରୁ ଏକକାଳିନ ୫ଟି ସ୍ତାନରେ ରେଡ୍ ଚାଲିଥିବା ଜଣା ପଡିଛି । ‘ଡିଡିସିଇ’ର ଏହି କର୍ମଚାରୀଙ୍କ ନାମ ଅଶୋକ ମିଶ୍ର । ଭିଜିଲାନ୍ସର ସ୍ୱତନ୍ତ୍ର ଜଜ୍ଙ୍କ ପକ୍ଷରୁ ମିଳିଥିବା ଅନୁମତି କ୍ରମେ ଅଶୋକଙ୍କ ଅଫିସ୍ ଓ ସରକାରୀ ବାସଭବନରେ ରେଡ୍ ଚାଲିଥିବା ଜଣା ପଡ଼ଛି ।
ତେବେ ଅଶୋକଙ୍କ ପୈତୃକ ଘର ଦୁର୍ଗାପୁର ରାମେଶ୍ୱର ସମେତ ଭୁବନେଶ୍ୱର ସ୍ଥିତ ପାଣ୍ଡରା ଓ ପଟିଆ ପ୍ରଶାନ୍ତି ବିହାରରେ ଥିବା ଘରେ ଚଢ଼ାଇ ଚାଲିଥିବା ବେଳେ, କଳିଙ୍ଗ ବିହାରରେ ମଧ୍ୟ ତାଙ୍କର ଘର ଥିବା ଭିଜିଲାନ୍ସ ଜାଣିବାକୁ ପାଇଛି । ଯାହାକି ୨୦୧୭-୧୮ ରେ ନିର୍ମାଣ ହୋଇ ଭଡ଼ା ଲାଗିଛି । ସେପଟେ ଛଢ଼ାଉ ବେଳେ ୩ ଲକ୍ଷ ୫୫ ହଜାର ଟଙ୍କା ଭିଜିଲାନ୍ସ ଜବତ କରିଛି । ଅଶୋକଙ୍କର ଆୟ ବହିର୍ଭୁତ ସମ୍ପତି ଆଉ କେତେ ଓ କେଉଁଠି ରହିଛି ସେ ନେଇ ଅଧିକ ତଲାସି ଚାଲିଥିବା ଜଣା ପଡ଼ିଛି ।
Views: 256