The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ।

Facebook
Twitter
LinkedIn

ବସ୍ତା ବ୍ଳକ ଅନ୍ତର୍ଗତ ପାଉଁଶକୁଲି ଶ୍ରୀନାଥ ଚନ୍ଦ୍ର ଉପ୍ରା ବିଦ୍ୟାଳୟରେ ଦୁଇ ଦିନିଆ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ବସ୍ତା ଗୋଷ୍ଠୀ ଶିକ୍ଷାଧିକାରୀ ଲଲାଟେନ୍ଦୁ କେଶରୀ ଜେନା ସଭାପତିତ୍ଵ କରିଥିବା ବେଳେ, ଉଦ୍‌ଘାଟନୀ ଉତ୍ସବରେ ପର୍ଯଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଉଦ୍‌ଘାଟକ ତଥା ମୁଖ୍ୟ ଅତିଥ ଭାବେ ଯୋଗ ଦେଇଥିବା ବେଳେ, ମୁଖ୍ୟ ବକ୍ତା ଭାବରେ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ ,ସମ୍ମାନୀତ ଅତିଥ୍‌ ଭାବେ ବସ୍ତା ପଞ୍ଚାୟତ ସମିତି ଅଧ୍ୟକ୍ଷା ଅଞ୍ଜଳି ଦାସ, ସମାଜସେବୀ ଲକ୍ଷ୍ମୀଧର ଦାସ, ଜିଲାପରିଷଦ ସଦସ୍ୟା ସୁଜାତା ଦଣ୍ଡପାଟ,ବସ୍ତା ସହ ଗୋଷ୍ଠୀ ଶିକ୍ଷାଧିକାରୀ ବିଜୟ କୁମାର ଜେନା , ସହ ଗୋଷ୍ଠୀ ଶିକ୍ଷାକାରିଣୀ ବାସନ୍ତୀ ପୃଷ୍ଟି ,ପାଉଁଶକୁଲି ସରପଂଚ ବିନ୍ଦୁବାଳା ସେନାପତି, ସମିତି ସଦସ୍ୟା ସୁମିତ୍ରା ପାତ୍ର, ଭେଲୋରା ସମିତି ସଦସ୍ୟ ଅନାଦି ଦାସ, ଗରିଜା ଶଙ୍କର ମହାନ୍ତି, ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅସୀତ କୁମାର ଦାସ ପ୍ରମୁଖ ଯୋଗଦେଇ ବିଜ୍ଞାନ ସମ୍ବନ୍ଧୀୟ ଭାଷଣ ଦେଇ କୁନି ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିଥବା ବେଳେ, ବିଦ୍ୟାଳୟର ସହକାରୀ
ଶିକ୍ଷକ କରୁଣାକର ମାରାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ଉଦଯାପନୀ ଉତ୍ସବରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲଲାଟେନ୍ଦୁ କେଶରୀ ଜେନା ସଭାପତିତ୍ଵ କରିଥିବା ବେଳେ,
ମୁଖ୍ୟ ଅତିଥି ଭାବେ ବସ୍ତା ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ମହାପାତ୍ର ଓ ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ କେଦାର ନାଥ ମହାନ୍ତି, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ଇନ୍ଦୁ ମାଧବ ମହାନ୍ତି। ତାଡଦା ପଞ୍ଚାୟତର ସରପଞ୍ଚ ପ୍ରଭାତ କୁମାର ଦାସ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ହରେନ୍ଦ୍ର ନାଥ ଗିରି, ଅବସର ପ୍ରାପ୍ତ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧନଞ୍ଜୟ ବେହେରା, ଯୋଗ ଦେଇ ଆଜିର ଆଧୁନିକ ସମାଜ ହେଉଛି ବିଜ୍ଞାନ ପ୍ରଦତ୍ତ, ବିଜ୍ଞାନ କୁ ପ୍ରତିଟି କ୍ଷେତ୍ରରେ ଆମେ ସମସ୍ତେ ବ୍ୟବହାର କରୁଚୁ। ସଂସ୍କୃତି,ପରମ୍ପରା, ଆଧ୍ୟାତ୍ମିକ ଚିନ୍ତାଧାରା ଭିତରେ ବିଜ୍ଞାନ ଭରି ରହିଛି ତେବେ ବିଜ୍ଞାନ ବୁଝିବା ସହିତ ଏହାର ସତ ଉପୋଯୋଗ କରିବାକୁ ଆହ୍ବାନ ଦେଇଥିଲେ।

ଏହି ଅବସରରେ ଦରଡ଼ା ଲକ୍ଷ୍ମୀନାରାୟଣ ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ଛାତ୍ର ପବିତ୍ର ଦେହୁରୀ, କୁଠିଆ ରାଇମଣି ସରକାରୀ ଉଚ୍ଚ ବିଦ୍ୟାଳୟ ତାପସ ମହାପାତ୍ର, ଗୋଚ୍ଛାୟତ ମଧୁସୂଦନ ବିଦ୍ୟାପୀଠ ଦଣ୍ଡିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଜ୍ୟୋତିର୍ମୟୀ ବେହେରା ଓ ବରଡ଼ା ଯଦୁନାଥ ପ୍ରଧାନ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଅମ୍ରିତା ଜେନା, ଚୋରପଦା ଶଚିଦ୍ଦାନନ୍ଦ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ସୁଦର୍ଶନ ସେନାପତି, ମଧୂପୁରା ଉପେନ୍ଦ୍ରନାଥ ଉଚ୍ଚ ପ୍ରାଥମିକ ବିଦ୍ୟଳୟର ଛାତ୍ରୀ ଶୁଭଲକ୍ଷ୍ମୀ ସେଠୀ ଓ ନୂଆଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ରାଜକିଶୋର ପାଳ ଓ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଜୟାଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ କମାର ଗଡିଆ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ବ୍ଲକ ବିଜ୍ଞାନ ସଂଯୋଜକ ସୁଶାନ୍ତ କୁମାର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
ବସ୍ତା ରୁ ଅଜିତ୍ କୁମାର ସାହୁ ,ଶପଥ ନୀୟୁଜ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login