The Ultimate Managed Hosting Platform
ADVERTISEMENT

ଜେଲ୍ ନା ବେଲ୍ !ଦିଲ୍ଲୀ କୋର୍ଟ ଶଣାଇବେ ନିଷ୍ପତ୍ତି

Facebook
Twitter
LinkedIn

୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଜ୍‌ ଫସିଛନ୍ତି। ତାଙ୍କ ଜାମିନ ମାମଲାରେ ଦିଲ୍ଲୀ କୋର୍ଟ ଆଜି ଏହାର ରାୟ ଦେବେ। ଏହି ନିଷ୍ପତ୍ତି ପାଇଁ ୧୧ତାରିଖ ସ୍ଥିର କରାଯାଇଥିଲା। କିନ୍ତୁ ନଭେମ୍ବର ୧୧ରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଅଭିନେତ୍ରୀଙ୍କ ଅନ୍ତରୀଣ ଜାମିନକୁ ନଭେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ତାଙ୍କର ଅନ୍ତରୀଣ ଜାମିନ ୧୦ ନଭେମ୍ବରରେ ଶେଷ ହୋଇଥିଲା। ଅନ୍ୟପକ୍ଷରେ, ମଙ୍ଗଳବାର ଅର୍ଥାତ୍ ଆଜି ଅଭିନେତ୍ରୀଙ୍କ ରେଗୁଲାର ଜାମିନ ଉପରେ କୋର୍ଟ ଏହାର ରାୟ ପ୍ରଦାନ କରିବେ।

ନଭେମ୍ବର ୧୧ରେ ଶୁଣାଣି ସମୟରେ ଜ୍ୟାକଲିନ ମଧ୍ୟ କୋର୍ଟରେ ହାଜର ହୋଇଥିଲେ। ଏହି ସମୟରେ ଇଡି ଅଭିନେତ୍ରୀଙ୍କ ଜାମିନକୁ ବିରୋଧ କରିଥିଲେ। ଜାମିନ ମଞ୍ଜୁର ହେବା ପରେ ଅଭିନେତ୍ରୀ ପ୍ରମାଣକୁ ବଦଳାଇ ବିଦେଶକୁ ପଳାଇ ପାରିବେ ବୋଲି ଇଡି କହିଛି। ଇଡିଙ୍କ ଯୁକ୍ତି ଉପରେ ଜ୍ୟାକଲିନଙ୍କ ଓକିଲ କହିଛନ୍ତି ଯେ ଦେଶ ଛାଡି ପଳାଇବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହି ଘଟଣାରେ ସେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ବୋଲି ଅଭିନେତ୍ରୀ କହିଛନ୍ତି। ଏହା ମଧ୍ୟ କୁହାଯାଇଛି କି ସେ ନିଜେ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି।

କୋର୍ଟ ମଧ୍ୟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଅଭିନେତ୍ରୀଙ୍କ ତରଫରୁ ଇଡି ତାଙ୍କୁ ହଇରାଣ କରୁଥିବା ନେଇ ଅଭିଯୋଗ ହୋଇଥିଲା। ଏଥି ସହିତ କୋର୍ଟ ଇଡିଙ୍କୁ ପଚାରିଥିଲେ ଯେ ଅଭିନେତ୍ରୀଙ୍କ ନିକଟକୁ ଲୁକଆଉଟ୍ ନୋଟିସ୍ ପଠାଯିବା ପରେ ଗିରଫ କାହିଁକି କରାଯାଇନଥିଲା। କରା ନ ଯାଏ। କୋର୍ଟ ଏହା ମଧ୍ୟ ପଚାରିଛନ୍ତି ଯେ ଏହି ମାମଲାରେ ତଦନ୍ତ କେଉଁଠାରେ ପହଞ୍ଚିଛି?

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login