ସାଧାରଣତଃ ହିନ୍ଦୁ ଧର୍ମରେ ତୁଳସୀ କୁ ପବିତ୍ର ବୋଲି ବିଚାର କରାଯାଏ । କାରଣ ତୁଳସୀର ସମ୍ପର୍କ ଭଗବାନ୍ ବିଷ୍ଣୁଙ୍କ ସହ ରହିଥାଏ ବୋଲି ପୁରାଣରେ ବର୍ଣ୍ଣନା ରହିଛି। ଯାହାଦ୍ଵାରା ତୁଳସୀ ପତ୍ର ଖାଇବା ଦ୍ବାରା ସବୁ ପ୍ରକାରର ରୋଗ ରୁ ମୁକ୍ତି ମିଳିଥାଏ।ଚନ୍ଦ୍ରଗ୍ରହଣରେ ତୁଳସୀର ପ୍ରୟୋଗକୁ ଦିଆଯାଏ ଗୁରୁତ୍ୱ । ଚନ୍ଦଗ୍ରହଣ ଲାଗିବାର ୧୨ ଘଣ୍ଟା ଆଗରୁ ସୂତକ ଲାଗେ । ସୂତକ ଲାଗିବା ମାତ୍ରେ ଖାଦ୍ୟରେ ତୁଳସୀ ପତ୍ର ପକାଇ ଦିଅନ୍ତୁ । ବିଶ୍ୱାସ ଅନୁଯାୟୀ ଗ୍ରହଣର ପ୍ରଭାବକୁ ଟାଣିନିଏ ତୁଳସୀ । ତେଣୁ ଆପଣଙ୍କ ଖାଦ୍ୟର ଅଶୁଦ୍ଧି ଦୂର ହୋଇଥାଏ ।ଗ୍ରହଣ ଶେଷ ହେବା ପରେ ଖାଦ୍ୟରୁ ତୁଳସୀ କାଢି ଦିଅନ୍ତୁ । ଗ୍ରହଣ ସମୟରେ ପରିବେଶରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଏ ।ଖାଦ୍ୟରେ ତୁଳସୀ ପକାଇଲେ ଏହାର ପବିତ୍ରତା ନଷ୍ଟ ହୁଏନାହିଁ । ଉପବାସରେ ତୁଳସୀ ଖାଇଲେ ରୋଗ ନିବାରକ ଶକ୍ତି ବଢ଼େ । ତୁଳସୀରେ ଅନେକ ଔଷଧୀୟ ଗୁଣ ଥିବାରୁ ଏହାର ଲାଭ ମିଳେ ।


Views: 82