The Ultimate Managed Hosting Platform
ADVERTISEMENT

ଧରା ହେଲା ପୁଣି ଜଣେ ବିଦେଶୀ ପକ୍ଷୀ ଶିକାରୀ; ୧୫ ଦିନରେ ୮ ଗିରଫ

Facebook
Twitter
LinkedIn

ବାଲୁଗାଁ: ଚିଲ୍ଲିକାରେ ଦିନକୁ ଦିନ ବଢ଼ି ଚାଲିଛି ବିଦୋୀ ପକ୍ଷୀ ଶୀକାର । ଶିତ ଋତୁର ଆସିଲେ ଚିଲ୍ଲିକାରେ ବହୁ ଦୂର ଦୂରାନ୍ତରୁ ଏବଂ ବହୁ ଦେଶ ବିଦୋରୁ ପକ୍ଷୀମାନେ ଉଡ଼ିଆସିଥାନ୍ତି । ଏହି ସୁଯୋ ଗରେ ଶିକାରୀମାନେ ବିଦେଶୀକ୍ଷୀମାନଙ୍କ ଶୀକାର କରିଥା’ନ୍ତି । ଗତ ୧୫ ଦିନ ମଧ୍ୟରେ ୮ ଜଣ ଶିକାରୀଙ୍କୁ ଗିରଫ କରାଯାଇଥିବା ବେଳେ, ୨୭ ରୁ ଅଧିକ ବିଦେଶୀ ପକ୍ଷୀଙ୍କ ମୃତ ଦେହ ଜବତ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ।

ତେବେ ଶିତ ଆସିଲେ ଚିଲ୍ଲିକାରେ ୧୦୦ ରୁ ଅଧିକ ପ୍ରଜାତିର ପକ୍ଷୀମାନଙ୍କର ସମାଗମ  ଦେଖିବାକୁ ମିଳିଥାଏ । ତେଣୁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଦେଶବିଦେଶରୁ ଆସୁଥିବା ପକ୍ଷୀମାନଙ୍କ ଅବାଧ ବିଚରଣ ଓ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବା ସତ୍ତେ ଶିକାରୀମାନେ ଅବାଧ ଶିକାର କରିଚାଲିଛନ୍ତି ।

ସୁଚନା ଅନୁସାରେ ଟାଙ୍ଗୀ ରେଂଜ ବନ୍ୟପ୍ରାଣୀ ବିଭାଗ ଗତ ୧୪ ତାରିଖରେ ୭ଟି ମୃତ ବିଦେଶୀ ପକ୍ଷୀ ଜବତ କରିବା ସହ ମଙ୍ଗଳାଯୋଡ଼ିର ଭାଗବତ ବେହେରା ଓ ବାହୁଡ଼ା ବେହେରାଙ୍କୁ ଗିରଫ କରିଥିଲା । ଗୋଟିଏ ଡ଼ଙ୍ଗା ଭିତରୁ ପକ୍ଷୀ ଗୁଡ଼ିକୁ ଜବତ କରିଥିଲା ବନ୍ୟପ୍ରାଣୀ ବିଭାଗ । ସେହିପରି ନଭେମ୍ବର ୨୮ ତାରିଖରେ ଅଭିମାନପୁର ପକ୍ଷୀ ସୁରକ୍ଷା କ୍ୟାମ୍ପ ନିକଟରୁ ୬ଟି ମୃତ ବିଦେଶୀ ପକ୍ଷୀ ଜବତ କରିବା ସହ ଜଣଙ୍କୁ ଗିରଫ କରାଯାଇଥିଲା ।

ଚିଲିକା ବନଖଣ୍ଡ ତରଫରୁ ୨୦ଟି ଅସ୍ଥାୟୀ ପକ୍ଷୀ ସୁରକ୍ଷା ଶିବିର କରାଯାଇଛି ଏବଂ ପକ୍ଷୀମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ପାଟ୍ରୋଲିଂ ଜରିଆରେ ଶିକାରୀମାନଙ୍କୁ ଗିରଫ କରାଯାଇ କାର‌୍ୟ୍ୟାନୁଷ୍ଠାନ ନିଆଯାଉଛି ବୋଲି ଚିଲିକା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କୁହାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login