The Ultimate Managed Hosting Platform
ADVERTISEMENT

ଜିମ୍ ରେ ଆସିଲା ହାର୍ଟ ଆଟକ୍ ।

Facebook
Twitter
LinkedIn

ରାଜୁ ଶ୍ରୀବାସ୍ତବଙ୍କ ମୃତ୍ୟୁ ପରେ ବର୍ତ୍ତମାନ ସାଗର ସଲମାନ ପାଣ୍ଡେ ଅର୍ଥାତ୍‌ ସଲମାନ ଖାନଙ୍କ ଡବି ଡବଲ ଭାବରେ ଜଣାଶୁଣା। ତାଙ୍କର ଦେହାନ୍ତ ହୋଇଛି। ୫୦ ବର୍ଷୀୟ ସାଗର ପାଣ୍ଡେ ଜିମରେ କାମ କରୁଥିଲେ। ଏହି ସମୟରେ ତାଙ୍କର ହୃଦଘାତ ହୋଇଥିଲା। ଯେଉଁଥିପାଇଁ ତାଙ୍କର ମୃତ୍ୟୁ ହୋଇଗଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ଘଟଣା ରାତି ପ୍ରାୟ ୧ ଟା ସମୟରେ ଘଟିଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସାଗର ପାଣ୍ଡେ ଟ୍ରେଡମିଲରେ ଦୌଡ଼ୁଥିବା ସମୟରେ ହୃଦଘାତ ହୋଇଥିଲା। ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ସାଗର ପାଣ୍ଡେଙ୍କ ମୃତ୍ୟୁ ଯୋଗୁଁ ପୁରା ଫିଲ୍ମ ଇଣ୍ଡଷ୍ଟ୍ରି ଶୋକରେ ବୁଡ଼ି ଯାଇଛି। ସୋସିଆଲ ମିଡିଆରେ ଲୋକମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।

ସଲମାନ ଖାନଙ୍କ ନିକଟତର ସାଗର ପାଣ୍ଡେ ଗତ୨୪ ବର୍ଷ ଧରି ସଲମାନ ଖାନଙ୍କ ସହ କାମ କରୁଥିଲେ। ଲକ୍‌ଡାଉନ୍‌ ସମୟରେ ସାଗର ପାଣ୍ଡେଙ୍କ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଖରାପ୍‌ ହୋଇଯାଇଥିଲା। ତାଙ୍କ ଅବସ୍ଥା ଏତେ ଖରାପ ହୋଇଯାଇଥିଲା ଯେ ସେ ଦୈନିକ ଜୀବନ ପାଇଁ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହି ଖବର ଶୁଣିବା ପରେ ସଲମାନ ତାଙ୍କ ବଡି ଡବଲ ସାଗର ପାଣ୍ଡେଙ୍କୁ ସାହାଯ୍ୟ କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login