The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

୭ ଦଶନ୍ଧି ଧରି ସମ୍ଭାଳିଥିଲେ ବ୍ରିଟେନର ରାଜଗାଦୀ, କ୍ଷମତା କାଳରେ ୧୫ ପ୍ରଧାନମନ୍ତ୍ରୀଙ୍କ କରାଇଥିଲେ ଶପଥପାଠ

Facebook
Twitter
LinkedIn

ବ୍ରିଟେନ୍‌ର ରାଣୀ ଏଲିଜାବେଥ୍‌ ଦ୍ୱିତୀୟ ଆଉ ନାହାନ୍ତି । ସ୍କଟଲାଣ୍ଡର ବାଲ୍‌ମୋରାଲ କ୍ୟାସେଲ୍‌ରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କୁ ୯୬ ବର୍ଷ ହୋଇଥିଲା । ସେ ୭୦ ବର୍ଷ ବା ୭ ଦଶନ୍ଧି ଧରି ବ୍ରିଟେନ୍‌ର ରାଜଗାଦି ସମ୍ଭାଳିଥିଲେ, ଯାହା କି ଏକ ରେକର୍ଡ । ନିଜ କ୍ଷମତା କାଳରେ ସେ ବ୍ରିଟେନ୍‌ରେ ୧୫ ପ୍ରଧାନମନ୍ତ୍ରୀଙ୍କର ଶପଥପାଠ କରାଇଥିଲେ । ସଦ୍ୟ ଘଟଣାରେ ସେ ନୂଆ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ଙ୍କୁ ନିଯୁକ୍ତ କରିଥିଲେ ।

୧୯୫୨ରେ ଏଲିଜାବେଥ୍‌ ବ୍ରିଟେନ୍‌ର ମହାରାଣୀ ହୋଇଥିଲେ ଏବଂ ୧୬ ମାସ ପରେ ୧୯୫୩ ଜୁନ୍‌ରେ ତାଙ୍କର ରାଜ୍ୟାଭିଷେକ ହୋଇଥିଲା । ଲଣ୍ଡନର ବକିଙ୍ଗ୍‌ହାମ୍‌ ପ୍ୟାଲେସ୍‌ ପକ୍ଷରୁ ଏକ ବିବୃତି ଜାରି କରାଯାଇ ରାଣୀ ଏଲିଜାବେଥ୍‌ଙ୍କ ପରଲୋକ ବାବଦରେ ସୂଚନା ଦିଆଯାଇଛି । ରାଣୀ ଏଲିଜାବେଥ୍‌ ଦ୍ୱିତୀୟ ଜଣେ ଉଦାର ହୃଦୟର ମହିଳା ଥିଲେ, ଯାହାଙ୍କ ମୁହଁ ସବୁବେଳେ ହସହସ ଥିଲା ।

କେମିତି ହେଲେ ମହାରାଣୀ? ବ୍ରିଟେନ୍‌ର କିଙ୍ଗ୍‌ ଜର୍ଜ ପଞ୍ଚମଙ୍କର ୧୯୩୬ରେ ପରଲୋକ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ରାଜଗାଦିରେ ତାଙ୍କ ବଡ଼ ପୁଅ ଡେଭିଡ୍‌ ବସିଥିଲେ । ସେ ନିଜ ଶାହି ନାମ ଏଡୱାର୍ଡ ଅଷ୍ଟମ ରଖିଥିଲେ । କିନ୍ତୁ ନିଜ ପ୍ରେମ ବ୍ୟାପାର କାରଣରୁ ଏଡୱାର୍ଡ ଅଷ୍ଟମଙ୍କୁ ଗାଦି ଛାଡ଼ିବାକୁ ପଡ଼ିଥିଲା । ଛାଡ଼ପତ୍ର ପାଇଥିବା ଜଣେ ଆମେରିକୀୟ ମହିଳାଙ୍କୁ ଏଡୱାର୍ଡ ବିବାହ କରିଥିବାରୁ ବିବାଦ ଉପୁଜିଥିଲା ।

ଏହି କାରଣରୁ ତାଙ୍କର ତୀବ୍ର ବିରୋଧ କରାଗଲା । ତାଙ୍କୁ ଗାଦିରୁ ହଟାଇ ଏଲିଜାବେଥଙ୍କ ପିତା ଆଲ୍‌ବର୍ଟଙ୍କୁ ରାଜଗାଦିରେ ବସାଯାଇଥିଲା । ଏହାଦ୍ୱାରା ଏଲିଜାବେଥଙ୍କ ପାଇଁ ମହାରାଣୀ ହେବାର ରାସ୍ତା ପ୍ରସ୍ତୁତ ହୋଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯

ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...

ADVERTISEMENT
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...

Login