ଆଜି ପ୍ରଥମ ଥର ପାଇଁ ମେୟର ସୁବାସ ସିଂହ ଓ କମିଶନର ନିକିଲ ପବନ କଲ୍ୟାଣ ଙ୍କ ଆହ୍ବାନ କ୍ରମେ ସି ଡି ଏ ବୁଦ୍ଧିଜୀବୀ ମାନଙ୍କ ଏକ ସ୍ୱତନ୍ତ୍ର ବୈଠକ ଡକାଯାଇଥିଲା . କଟକ ମହାନଗର ନିଗମ ସମିଳନୀ କକ୍ଷରେ ଏହି ବୈଠକ ରେ ସି ଡି ଏ ରୁ ୭୨ ଜଣ ବୁଦ୍ଧିଜୀବୀ ଅଂଶଗ୍ରହଣ କରି ସି ଡି ଏ ସମ୍ପର୍କିତ ସମସ୍ୟା ସବୁ ଆଲୋଚନା କରିଥିଲେ . ସି ଡି ଏ ଅଂଚଳର ସ୍ୱରେଜ ଵେବସ୍ତା ଓ ବର୍ଷା ଜଳ ନିଷ୍କାସନ କୁ ଉର୍ନତି କରାଇବା ପାଇଁ ସମସ୍ତ ପଦକ୍ଷପ ନିଆଯିବ ବୋଲି କମିଶନର ପ୍ରକାଶ କରିଥିଲେ , ବିପର୍ଯ୍ୟସ୍ତ ରାସ୍ତା ଘାଟ ର ଉର୍ନତି କରଣ ତୁରନ୍ତ ଆରମ୍ଭ କରାଯିବ, ସମସ୍ତ ସି ଡି ଏ ରାସ୍ତାରେ ସମ୍ପୂର୍ଣ ଆଲୋକୀକରଣ, ସ୍ଵଛ ଜଳ ସମ୍ବଧୀୟ ସମସ୍ୟା ର ତୁରନ୍ତ ସମାଧାନ , ଗୋଟିଏ କଲ୍ୟାଣ ମଣ୍ଡପ ଚାଲୁଥୁଇଲାବେଳେ ଅନ୍ୟ କଲ୍ୟାଣୀ ମଣ୍ଡପ କୁ ଯଥା ଶୀଘ୍ର କାର୍ଯ୍ୟକ୍ଷମ କରିବା , ସି ଡି ଏ ର ସବୁ ସେକଟର ରେ ପାର୍କ କରିବା ଯୋଜନା , ପୁରାତନ ପାର୍କ ଗୁଡିକର ନବୀକରଣ , ଓ ନିର୍ମାଣାଧୀନ ପାର୍କ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା , ସି ଡି ଏ ଅଧିବାସୀଙ୍କ ଫ୍ରି ହୋଲଡ଼ ସମସ୍ୟା କୁ ସମାଧାନ କରିବା ପାଇଁ ଓଡିଶା ସରକାରଙ୍କୁ ଅନୁରୋଧ କରିବା , ପେଟାନାଲ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା , ସି ଡି ଏ ରେ ନୂତନ ମାର୍କେଟ କଂପ୍ଲେକ୍ସ ନିର୍ମାଣ କରିବା , ସି ଡି ଏ ଅଂଚଳରେ ବର୍ଦ୍ଧିତ ଜନ ସଂଖ୍ୟା ଦୃଷ୍ଟିରୁ ନୂତନ ମଡେଲ ସ୍କୁଲ ର ପ୍ରତିଷ୍ଠା ପ୍ରସ୍ତାବ କୁ ଆଗେଇନେବା , ସି ଡି ଏ ର ସବୁ ସେକଟର ରେ କମୁନିଟି ସେଣ୍ଟର କରିବା , ନୂତନ ଡାକ୍ତରଖାନା ପ୍ରତିଷ୍ଠା କରିବା , ପିଲାମାନଙ୍କ ପାଇଁ ଖେଳ ପଡିଆ ର ଉର୍ନତି କରିବା , ଇତ୍ୟାଦି ସମସ୍ୟା ଗୁଡିକର ସୁଚାରୁ ରୂପାୟନ ପାଇଁ ମେୟର ଓ କମିଶନର ପ୍ରୟାସ ଜାରି ରଖିବାକୁ ପ୍ରତି ସୃତି ଦେଇଥିଲେ . ପରିଶେଷରେ କମିଶନର ସମସ୍ତ ୨୭ ଗୋଟି ଭିର୍ଣ୍ଣ ଭିର୍ଣ୍ଣ ସମସ୍ୟା କୁ ଶୁଣି ତାହାର ପ୍ରତିକାର ପାଇଁ କଟକ ମହାନଗର ନିଗମ ଓ ଅନ୍ୟାନ୍ୟ ସରକାରୀ ଦପ୍ତର ସହ ଯୋଗାଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ , ଶେଷରେ କମିଶନର ମହୋଦୟ କିଛି ଜରୁରୀ ସମସ୍ୟାକୁ ଅତି ଶୀଘ୍ର ସମାପନପରେ ପୁଣି ଆମେ ଏକାଠି ବସିବା ବୋଲି ଉପସ୍ଥିତ ବୁଦ୍ଧିଜୀବୀ ମାନଙ୍କୁ ପ୍ରତିସୃତି ଦେଇଥିଲେ |

ଏହି ବୈଠକର ୭୨ ଜଣ ବୁଦ୍ଧିଜୀ ଯିବି ସେମାନଙ୍କର ନିଜ ଦୃଷ୍ଟିରେ ସି ଡି ଏ ଅଂଚଳର ଉର୍ନତି ବିଷୟରେ କହିଥିଲେ . ଏହି କ୍ରମରେ କର୍ପୋରେଟର ପ୍ରଦୀପ ରାଉତ , ପ୍ରିୟମ୍ବଦା ସ୍ୱାଇଁ , ପ୍ରିୟମ୍ବଦା ମହାନ୍ତି , ରିତାଞ୍ଜଳୀ ବେହେରା , ପି କେ ସିଂନ୍ହା , ଡ୍ର ସତ୍ୟ ରାୟ , ପ୍ରଫେସର ନଟବର ଶତପଥି , ସମସେବୀ ଚିତ୍ତ ରଞ୍ଜନ ମହାନ୍ତି , ପ୍ରଫେସର ରଜନୀ ବଲ୍ଳଭ ଦାସ , ବଂଶୀଧର ରାଉତ , ସୁଦାମ ଚରଣ ବେହେରା , ଦ୍ୱାରିକାନାଥ ମହାନ୍ତି ,ଦେବେନ୍ଦ୍ର ସୁତାର , ବଂକିମ ମହାନ୍ତି , ବିଜୟ କୁମାର ମହାପାତ୍ର , ସୁଶାନ୍ତ କୁମାର ସ୍ୱାଇଁ , ପ୍ରେମନସୁ ବେହେରା , ପରୀକ୍ଷିତ ସାହୁ , ପ୍ରଶାନ୍ତ ତପଚାରି , ପ୍ରଫୁଲ ସିଂହ , ଶୁଭ୍ରାଂଶୁ ମହାନ୍ତି , ପ୍ରକାଶ ସିଂ , ସୁନୀଲ ସାମଲ , ଅକ୍ଷୟଦାସ , ପ୍ରଦୀପ ରାଉତ , ରାମ ବେହେରା , ମୈତ୍ରୀଜିତ ମହାନ୍ତି ,ସୁକାନ୍ତ ମହାନ୍ତି, ଦେବେନ୍ଦ୍ର ପାଣିଗ୍ରାହୀ ,ମାଷ୍ଟର ଜନ ଆଶିଷ ବରାଳ, ଜଗନ୍ନନାଥ ସ୍ୱାଇଁ ଇତ୍ୟାଦି ନିଜ ନିଜର ମତ ରଖିଥିଲେ |
