The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

କଂଗ୍ରେସକୁ କେବେ ମିଳିବ ନୂତନ ଅଧ୍ୟକ୍ଷ ?

Facebook
Twitter
LinkedIn

ଦୀର୍ଘ ସମୟରୁ ନୂତନ ଅଧ୍ୟକ୍ଷଙ୍କ ଅପେକ୍ଷାରେ ରହିଛି ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସ। ଦଳର ମଙ୍ଗ କିଏ ସମ୍ଭାଳିବ ତାକୁ ନେଇ ପାର୍ଟିରେ ଅନେକ ଦିନରୁ ମାନସ ମନ୍ଥନ ଚାଲିଛି। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା କ୍ରମେ ରବିବାର ପାର୍ଟିର ବଡ ବୈଠକ ଅନୁଷ୍ଠିତ ହୋଇଛି। ପାର୍ଟିର ନିର୍ବାଚନ ପ୍ରାଧିକରଣଙ୍କ ଅନୁଯାୟୀ, ସେପ୍ଟେମ୍ବର ୨୦ ସୁଦ୍ଧା ଅଧ୍ୟକ୍ଷ ପଦ ନିର୍ବାଚନକୁ ଅନ୍ତିମ ରୂପ ଦିଆଯାଇପାରେ। ପାର୍ଟିର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀ କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷଙ୍କ ନିର୍ବାଚନକୁ ମଞ୍ଜୁରୀ ଦେବା କଂଗ୍ରେସ କାର୍ଯ୍ୟକାରୀ କମିଟି(ସିଡବ୍ଲ୍ୟୁସି) ଉପରେ ନିର୍ଭର କରେ।

ସିଡବ୍ଲ୍ୟୁସି ନିଷ୍ପତ୍ତି ନେଇଥିଲା ଯେ, ୨୦୨୨ ଏପ୍ରିଲ ୧୬ରୁ ମେ ୩୧ ପର୍ଯ୍ୟନ୍ତ ବ୍ଲକ କମିଟି ଏବଂ ପ୍ରଦେଶ କଂଗ୍ରେସ କମିଟିର ଜଣେ ସଦସ୍ୟ ପାଇଁ ନିର୍ବାଚନ ହେବ। ଜିଲ୍ଲା କମିଟିର ଅଧ୍ୟକ୍ଷ ଏବଂ କାର୍ଯ୍ୟକାରିଣୀର ନିର୍ବାଚନ ଜୁନ ୧ରୁ ଜୁଲାଇ ୨୦ ମଧ୍ୟରେ, ପିସିସି ଅଧ୍ୟକ୍ଷ ଏବଂ ଏଆଇସିସି ସଦସ୍ୟଙ୍କ ନିର୍ବାଚନ ୨୦୨୨ ଜୁଲାଇ ୨୧ରୁ ଅଗଷ୍ଟ ୨୦ ମଧ୍ୟରେ ଏବଂ ଏଆଇସିସି ଅଧ୍ୟକ୍ଷ ନିର୍ବାଚନ ୨୦୨୨ ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୨୦ ମଧ୍ୟରେ ଆୟୋଜିତ ହେବ।

ଏହା ଉପରେ ମିସ୍ତ୍ରୀ କହିଛନ୍ତି, ଆମେ କାର୍ଯ୍ୟସୂଚୀ ସହିତ ଆଗକୁ ଚାଲୁଛୁ। ଆମେ ପ୍ରଥମରୁ ପାର୍ଟି ନେତୃତ୍ଵକୁ ନିର୍ବାଚନ କାର୍ଯ୍ୟକ୍ରମ ପଠାଇ ସାରିଛୁ ଏବଂ ସିଡବ୍ଲ୍ୟୁସିର ମଞ୍ଜୁରୀ ଅପେକ୍ଷାରେ ରହିଛୁ। ଏହା ହିଁ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନର ଅନ୍ତିମ ତାରିଖ ସ୍ଥିର କରିବ। ହେଲେ ଦଳର ମଙ୍ଗ କିଏ ସମ୍ଭାଳିବ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ରାହୁଲ ଗାନ୍ଧୀ ଅଧ୍ୟକ୍ଷ ହେବାକୁ ଅମଙ୍ଗ ପ୍ରକାଶ କରିବା ପରେ ଦଳ ଏବେ ଅଡୁଆରେ ପଡି ଯାଇଛି। ପ୍ରିୟଙ୍କା ଗାନ୍ଧୀଙ୍କୁ ଦଳର ସଭାପତି କରାଯାଉ ବୋଲି କିଛି ଦଳୀୟ ନେତା ଚାହୁଁଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯

ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...

ADVERTISEMENT
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...

Login