The Ultimate Managed Hosting Platform
ADVERTISEMENT

ବଦଳିଯିବ ଭାରତୀୟ କ୍ରିକେଟର ରୂପରେଖ ।

Facebook
Twitter
LinkedIn

ଖୁବଶୀଘ୍ର ଆଇପିଏଲ ୨୦୨୨ ପାଇଁ ମହାନିଲାମୀ ହେବାକୁ ଯାଉଛି । ଏନେଇ ସଂକେତ ଦେଇ ସାରିଲେଣି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ଆଇପିଏଲର ଲୋକପ୍ରିୟତା ଦୃଷ୍ଟିରୁ ଏଥର ମିଡ଼ିଆ ରାଇଟସ ଦ୍ୱାରା ପାଖାପାଖି ୪୦ ହଜାର କୋଟି ଲାଭ କରିବା ଆଶାରେ ରହିଛି ବିସିସିଆଇ ।

ଚଳିତ ଆଇପିଏଲ ସିଜିନ ପାଇଁ ଦୁଇଟି ନୂଆ ଟିମ୍ ସାମିଲ ହୋଇଛନ୍ତି । ଆଉ ଏହି ଦୁଇଟି ନୂଆ ଟିମ୍ ସାମିଲ ହେବା ଦ୍ୱାରା ବିସିସିଆଇ ମହାନିଲାମୀ ପୂର୍ବରୁ ୧୨,୭୨୫ କୋଟି ଟଙ୍କା ଆୟ କରିସାରିଛି । ଆଉ ଏହି ଆୟକୁ ମିଶାଇ ଚଳିତ ଆଇପିଏଲ ସିଜିନରୁ ବିସିସିଆଇ ପାଖାପାଖି ୫୨ ହଜାର କୋଟି ଟଙ୍କା ରୋଜଗାର କରିପାରେ ।

ଏକ ସାକ୍ଷାତକାରରେ ଗାଙ୍ଗୁଲି କହିଛନ୍ତି ଦୁଇଟି ନୂଆ ଟିମ ସାମିଲ ହେବା ଦ୍ୱାରା ୧୨ ହଜାର କୋଟି ଟଙ୍କା ରୋଜଗାର ହୋଇଛି । ଯାହା ବୋର୍ଡ ପାଇଁ ଭଲ ସଂକେତ । ଏବେ ଆଇପିଏଲ ୨୦୨୨ ସିଜିନରୁ ମିଡିଆ ରାଇଟସ ବାବଦକୁ ୪୦ ହଜାର କୋଟି ଟଙ୍କା ରୋଜଗାର କରିବାକୁ ଲକ୍ଷ୍ୟ  ରଖିଛି ବିସିସିଆଇ । ଆଉ ଏଥିପାଇଁ ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ଗାଙ୍ଗୁଲି ।

ଏବେ ବିସିସିଆଇ ଆଇପିଏଲ ମିଡ଼ିଆ ରାଇଟସ ବାବଦକୁ ୧୬,୩୪୭ କୋଟି ଟଙ୍କା ରୋଜଗାର କରୁଛି । ଏବେ ଆଗାମୀ ୫ ବର୍ଷ ଅଥାର୍ତ ୨୦୨୩ରୁ ୨୦୨୭ ଯାଏଁ ମିଡ଼ିଆ ରାଇଟସ ବିକିବାକୁ ଟେଣ୍ଡର ପ୍ରକ୍ର୍ରିୟା ଆରମ୍ଭ ହେବ । ତେବେ ଚଳିତଥର ଏହି ମିଡ଼ିଆ ରାଇଟସ ବାବଦକୁ ୩ ଗୁଣା ଅଧିକ ରୋଜଗାର କରିବା ଆଶାରେ ରହିଛି ବିସିସିଆଇ । ମିଡ଼ିଆ ରାଇଟସ ଓ ନୂଆ ଟିମ୍ ବାବଦକୁ ବିସିସିଆଇ ଯେଉଁ ୫୦ ହଜାର କୋଟି ରୋଜଗାର କରିବାକୁ ଲକ୍ଷ୍ୟ ରଖିଛି ତାହା ଭାରତୀୟ କ୍ରିକେଟକୁ ନୂଆ ରୂପରେ ସାମ୍ନାକୁ ଆଣିବ । ଏହି ଟଙ୍କା ବଳରେ ଭାରତୀୟ କ୍ରିକେଟ ଏକ ନୂଆ ପରିଚୟ ପାଇବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login