ହାତରେଖା ଦେଖି ଭବିଷ୍ୟତ କହୁଥିବା ଅନେକ ଜ୍ୟୋତିଷଙ୍କୁ ଆପଣ ଦେଖିଥିବେ । କିନ୍ତୁ ଆପଣ ଜାଣନ୍ତି କି , ଆପଣଙ୍କ ଚେହେରାର ଗଠନ ବା ଆକୃତିରୁ ମଧ୍ୟ ଜାଣି ହୁଏ ଆପଣଙ୍କର ଆଚାର ବ୍ୟବହାର, ଓ ଭବିଷ୍ୟତ କିପରି ହେବ । ଜ୍ୟୋତିଷ ଦୁନିଆରେ ଏହାକୁ ସାମୁଦ୍ରିକ ଶାସ୍ତ୍ର ବୋଲି କୁହାଯାଏ । ତେବେ ଆସନ୍ତୁ ଜାଣିବା ସାମୁଦ୍ରିକ ଶାସ୍ତ୍ର ବିଶେଷଜ୍ଞ ଏଭଳି ଚମତ୍କାର କରୁଛନ୍ତି କିପରି ?

ମୋଟା କାନ-ସାମୁଦ୍ରିକ ଶାସ୍ତ୍ରରେ ମଣିଷର କାନକୁ ଧନ ଏବଂ ଭାଗ୍ୟର ପ୍ରତୀକ ଭାବରେ ପରିଗଣିତ କରାଯାଇଥାଏ । ଯଦି ଆପଣଙ୍କ କାନ ମୋଟା ଏବଂ ଦେହକୁ ଲାଗି ରହିଥାଏ କିମ୍ବା ଆପଣଙ୍କ କାନ ମୋଟା ଏବଂ ଲମ୍ବା ହୋଇଥାଏ , ତେବେ ଆପଣ ଧନୀ ହେବାର ଖୁବ୍ ଅଧିକ ସମ୍ଭାବନା ରହିଛି । ଜଣେ ବ୍ୟକ୍ତିର ମୋଟା କାନ ଉତ୍ସାହକୁ ପ୍ରତିପାଦିତ କରିଥାଏ । ଯାହାକି କ୍ୟାରିୟରରେ ସଫଳତା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ଚଉଡା ଏବଂ ଗୋଲ କପାଳ – ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ଜଣେ ମଣିଷର କପାଳ ତାର ଆର୍ଥିକ ସ୍ଥିତିକୁ ସୂଚାଏ । ଯେଉଁମାନଙ୍କର କପାଳ ଚଉଡା ଏବଂ ଗୋଲାକାର, ସେମାନେ ବହୁତ ଧନୀ ହେବାର ସଂଙ୍କେତ ଦେଇଥାଏ ।
ମୋଟା ନାକ –ଏକ ଭଲ ଆକୃତିର ନାକ ଧନ ଏବଂ ସମୃଦ୍ଧ ଜୀବନକୁ ସୂଚିତ କରିଥାଏ । ଯଦି ନାକଟିର ଆକାର ସମାନ ହୋଇନଥାଏ , ତେବେ ଆପଣଙ୍କ ଭାଗ୍ୟରେ ଧନ ସମ୍ପତିର ଅଭାବ ରହିଥାଏ । ଆପଣଙ୍କ ନାକ ଭାଗ୍ୟ, ଧନ ଏବଂ କ୍ୟାରିୟର ବି,ୟରେ ଅନେକ ସୂଚନା ଦେଇଥାଏ । ମୋଟା ନାକ ମଧ୍ୟ ଜଣେ ବ୍ୟକ୍ତିର ଧନୀ ହେବାର ସୂଚିତ କରେ ।
ମୋଟା ଗାଲ- ମୋଟା ଗାଲ କିମ୍ବା ଉଠିରହିଥିବା ଗାଲ ହାଡ ସୂଚାଇଥାଏ କି, ବ୍ୟକ୍ତି ଜଣକ ସାହାସୀ ଏବଂ ବୁଦ୍ଧିମାନ । ଏହା ସହ ଧନ ସମ୍ପତି ରୋଜଗାର କରିବାରେ ସେ ଖୁବ୍ ମାହିର ବୋଲି ମଧ୍ୟ ଏହା ସୂଚାଇଥାଏ । ଜଣେ ବ୍ୟକ୍ତିର ଗାଲତାଙ୍କର ସଂକଳ୍ପ ଏବଂ ଇଚ୍ଛାକୁ ପ୍ରତିପାଦିତ କରିଥାଏ । ସେଥିପାଇଁ ଏହି ଲୋକମାନଙ୍କ କ୍ଷେତ୍ରରେ କେବେ ବି ଟଙ୍କା ପଇସାର ଅଭାବ ନଥାଏ । ଏହା ବିଶ୍ୱାସ ରହିଛି ଯେ, ଯେଉଁମାନଙ୍କର ମୋଟା ଗାଲ ଏବଂ ଫୁଲକା ହୋଇଥାଏ , ସେମାନଙ୍କଠାରେ ଖୁବ୍ ଆତ୍ମବିଶ୍ୱାସ ରହିଥାଏ ।
ଗୋଲ ଏବଂ ମୋଟା ଥୋଡ- ଗୋଲାକାର ଏବଂ ମୋଟା ଥୋଡ ଥିବା ବ୍ୟକ୍ତି ଭାଗ୍ୟବାନ ଏବଂ ଧନୀ ବୋଲି ସୂଚିତ କରିଥାଏ । ଏହି ଲୋକମାନେ ଏକ ଆରାମଦାୟକ ଜାବନଜାପନ କରିଥାନ୍ତି । ଏହି ଆକାରର ଥୋଡ ଥିବା ଲୋକ ଟଙ୍କା ଜମା କରିବା ବା ଭଲ ସେଭିଂ କରିବାରେ ପାରଙ୍ଗମ ।
ଗଭୀର ଆଖି- ଏଭଳି ବ୍ୟକ୍ତି ବ୍ୟବସାୟ କ୍ଷେତ୍ରରେ ଖୁବ ଭଲ ପ୍ରଦର୍ଶନ କରିଥାନ୍ତି । ଏମାନଙ୍କ ଆଖିରେ ଧଳା ଏବଂ କଳା ରଙ୍ଗ ମଧ୍ୟରେ ପାର୍ଥକ୍ୟ ଖୁବ୍ ସ୍ପଷ୍ଟ ଜଣା ପଡିଥାଏ । ସାଧାରଣତ ଧନୀ ଲୋକମାନଙ୍କର ଆଖି ଲମ୍ବା ଏବଂ ଗଭୀର ହୋଇଥାଏ ।