The Ultimate Managed Hosting Platform
ADVERTISEMENT

ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଉତ୍ତର-ବଙ୍ଗୋପସାଗର ଅଚଂଳରେ ଲଘୁଚାପ ସମ୍ଭାବନା ! ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

Facebook
Twitter
LinkedIn

ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଉତ୍ତର-ବଙ୍ଗୋପସାଗର ଅଚଂଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା । ଏହାର ପରବର୍ତ୍ତି ୨୪ ଘଣ୍ଟା ମଧ୍ୟରେ ଆହୁରୀ ଘନୀଭୂତ ହୋଇ ୧୪ ତାରିଖ ସୁଦ୍ଧା ଉତ୍ତର- ପଶ୍ଚିମ ବଙ୍ଗୋପସାଗରରେ ଏହା ଅବପାତର ରୂପ ନେଇପାରେ । ଏନେଇ ଭୁବନେଶ୍ୱର ସ୍ଥିତ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।


ଏହାର ପ୍ରଭାବରେ ଆଜିଠାରୁ ୨ ଦିନ ଯାଏ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଯାଜପୁର, ଜଗତସିଂହପୁର, ବାଲେଶ୍ୱର, ପୁରୀ, ନୟାଗଡ, ଗଞ୍ଜାମ, ଢେଙ୍କାନାଳ, କଳାହାଣ୍ଡି, ଖୋର୍ଦ୍ଧା, କନ୍ଧମାଳ, ଗଜପତି, କଟକ, ଭଦ୍ରକ, କେନ୍ଦ୍ରାପଡା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ବର୍ଷା ହେବାକୁ ଥିବାରୁ ଏହି ସବୁ ଜିଲ୍ଲାରେ ୭ ରୁ ୨୦ ସେଣ୍ଟିମିଟର ଯାଏ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ତଳିଆ ଅଚଂଳରେ ପାଣି ଜମିବା ସମ୍ଭାବନା ରହିଛି । ଯାହା ଫଳରେ କେତକ ସ୍ଥାନରେ ଭୂସ୍ଖଳନ ମଧ୍ୟ ଘଟିପାରେ ।


ଅତ୍ୟଧିକ ମାତ୍ରାରେ ବର୍ଷା ହେବାକୁ ଥିବାରୁ ଦୃଶ୍ୟମାନ ଦୂୂରତା ହ୍ରାସ ପାଇବ । ଏହା ସହ କେତକ ସ୍ଥାନରେ ଟ୍ରାଫିକ ଜାମ୍ ଭଳି ପରିସ୍ଥିତି ଉପୁଜିବା ସହ ଗାଡି ଚଳାଚଳ ବାଧାପ୍ରାପ୍ତ ହେବା ଆଶଙ୍କା ରହିଛି । କୋରାପୁଟ, ନବରଙ୍ଗପୁର, ବଲାଙ୍ଗୀର, ବୈାଦ୍ଧ, ଅନୁଗୁଳ, ଝାରସୁଗୁଡା, ରାୟଗଡା,ନୂଆପଡା,ମାଲକାନଗିରି, ସୋନପୁର, ସମ୍ବଲପୁର, ସୁନ୍ଦରଗଡ, ଦେବଗଡ,ମୟୂରଭଞ୍ଜ, ବରଗଡ, ଓ କେଉଁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଥିଲାବେଳେ ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।


ଆସନ୍ତାକାଲି ଦକ୍ଷିଣ ଓ ପଶ୍ଚିମ ଓଡିଶାର ଜିଲ୍ଲା କୋରାପୁଟ, ନବରଙ୍ଗପୁର, ରାୟଗଡା, ନୂଆପଡା, ମାଲକାନଗିରି, କଳାହାଣ୍ଡି, ବୈାଦ୍ଧ, ସୋନପୁର, ସମ୍ବଲପୁର, ଅନୁଗୁଳ, ବଲାଙ୍ଗୀର, କନ୍ଧମାଳ, ଗଜପତି, ନୟାଗଡ, ଗଞ୍ଜାମ, ଦେବଗଡ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏହା ସହ ମହାନଦୀର ତଳିଆ ଅଚଂଳରେ ବନ୍ୟା ହୋଇପାରେ । ସେହିପରି ବଂଶଧାରା ଓ ରୃଷିକୂଲ୍ୟାରେ ଜଳ ପତ୍ତନ ବୃଦ୍ଧି ପାଇବା ଆଶଙ୍କା ରହିଛି । ତେବେ ଆସନ୍ତାକାଲି ପାଇଁ କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ମୟୂରଭଞ୍ଜ, ବାଲେଶ୍ୱର, କେଉଁଝର, ସୁନ୍ଦରଗଡ, ଝାରସୁଗୁଡା, ଢେଙ୍କାନାଳ, ଓ ବରଗଡ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂଜାରି କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login